ETV Bharat / science-and-technology

ସ୍ମାର୍ଟ ଟିଭି ସେଗମେଣ୍ଟରେ Oppo କରିବ ଏଣ୍ଟ୍ରି, ଏହି ବ୍ରାଣ୍ଡ ସହ ହେବ ମୁକାବିଲା - Oppo smart TV

ଚାଇନା କମ୍ପାନୀ Oppo ପୂର୍ବରୁ ଉନ୍ନତମାନର ମୋବାଇଲ ଓ ଇୟର ବଡ ଗ୍ରାହକଙ୍କୁ ଭେଟି ଦେଉଥିବାବେଳେ, ଏବେ ଏହା ସ୍ମାର୍ଟ-ଟିଭିକୁ ମୋବାଇଲ ବ୍ରାଣ୍ଡ ମଧ୍ୟରେ ରଖିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ସ୍ମାର୍ଟ ଟିଭି ସେଗମେଣ୍ଟରେ Oppo କରିବ ଏଣ୍ଟ୍ରି, ଏହି ବ୍ରାଣ୍ଡ ସହ ହେବ ମୁକାବିଲା

author img

By

Published : Sep 27, 2020, 5:13 PM IST

Updated : Feb 16, 2021, 7:52 PM IST

ହାଇଦ୍ରାବାଦ: ସ୍ମାର୍ଟଫୋନ କମ୍ପାନୀ Oppo ଭାରତରେ ସ୍ମାର୍ଟଫୋନ ଏବଂ ଓୟାରଲେସ ଇୟରବଡ ପାଇଁ ବେଶ ଚର୍ଚ୍ଚାରେ ଥାଏ । ହେଲେ ଏବେ କମ୍ପାନୀ ଏହାର ସ୍ମାର୍ଟ-ଟିଭିକୁ ମୋବାଇଲ ବ୍ରାଣ୍ଡ ମଧ୍ୟରେ ରଖିବାକୁ ନିଷ୍ପତ୍ତି ନେଇଛି । ସ୍ମାର୍ଟ ଟିଭି ଲଞ୍ଚ କରିବାକୁ ଯାଉଥିବା Oppo କମ୍ପାନୀ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି କରିଛି ।

ଚାଇନା କମ୍ପାନୀ Oppo ଡେଭଲପର କନଫରେନ୍ସ (ODC) 2020 ସମୟରେ ଘୋଷଣା କରିଛି ଯେ, ଏହା ଚାଇନାର ବଜାର ପାଇଁ ColorOS 11 ଏବଂ Oppo Watch ECG ଏଡିସନ ଲଞ୍ଚ କରିବ। ସ୍ମାର୍ଟ ଟିଭି କ୍ଷେତ୍ରରେ ଏହା ନୂଆ ଆରମ୍ଭ କରୁଛି ବୋଲି କମ୍ପାନୀ କହିଛି। ଆସନ୍ତା ଅକ୍ଟୋବରରେ ନୂଆ ସ୍ମାର୍ଟ ଟିଭି ଲଞ୍ଚ କରାଯିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି।

Oppo ଜେନେରାଲ ମ୍ୟାନେଜର ୟି ୱେଇ ତାଙ୍କ ଆଗାମୀ ସ୍ମାର୍ଟ ଟିଭି ବିଷୟରେ ଅଧିକ କିଛି ପ୍ରକାଶ କରି ନାହାଁନ୍ତି। ତେବେ କମ୍ପାନୀର ଡିଭାଇସର IoT ନେଟୱାର୍କକୁ ବିସ୍ତାର କରିବା ଦିଗରେ ସ୍ମାର୍ଟ ଟିଭିର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ତେବେ Oppo ସ୍ମାର୍ଟ ଟିଭି ଦୁଇଟି ସ୍କ୍ରିନ ଆକାରରେ ଲଞ୍ଚ କରାଯିବ। ଏହା ଅଧୀନରେ ପ୍ରଥମଟି 55 ଇଞ୍ଚ ଏବଂ ଦ୍ୱିତୀୟଟି 65 ଇଞ୍ଚ ର ରହିବ । Oppoର ଆଗାମୀ ଟିଭି ଏବଂ ସେମାନଙ୍କର ରିମୋଟ କଣ୍ଟ୍ରୋଲ 3C ଏବଂ ବ୍ଲୁଟୁଥ SIG ପ୍ରମାଣପତ୍ର ଗ୍ରହଣ କରିଛି ।

ଭାରତରେ Oppoର ଆଗାମୀ ସ୍ମାର୍ଟ ଟିଭି ସାଓମି ସହିତ ଏହା ଟକ୍କର ଦେବ। ସାଓମି ବ୍ରାଣ୍ଡର ଦୁଇଟି ସ୍ମାର୍ଟ ଟିଭି 15 ହଜାରରୁ କମ ପରିସର ମଧ୍ୟରେ ପାଇବେ। ଏହି କମ୍ପାନୀ ଦୁଇଟି ମଡେଲ Mi TV 4A ଯାହାର ମୂଲ୍ୟ 13500 ଟଙ୍କା ଏବଂ Mi TV 4A Pro ଯାହାର ମୂଲ୍ୟ 12999 ଟଙ୍କା ରହିଛି । ଏହି ଦୁଇଟି ଟିଭିର ଫିଚର ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ । ଏହାର ପିକଚର କ୍ବାଲିଟି ବେଶ ଅଧିକ ରହିଛି ।

ଉଭୟ ଟିଭିରେ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ଅଛି ଏବଂ ଡାଟା ସେଭର ମୋଡ ମଧ୍ୟ ଅଛି । ସ୍ମାର୍ଟ ଟିଭିରେ USB ପୋର୍ଟ ଏବଂ HDMI ପୋର୍ଟ ଅଛି । ଉଭୟ ସ୍ମାର୍ଟ ଟିଭିରେ ଡଲବି ପ୍ଲସ ସାଉଣ୍ଡ ଟେକ୍ନୋଲୋଜି ଏବଂ 20 ୱାଟ ସାଉଣ୍ଡ ସିଷ୍ଟମ ଅଛି । ଏଥିରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ହଟଷ୍ଟାର ଭଳି ସମସ୍ତ ବଡ OTT ଆପ ଚାଲିବ।

Last Updated : Feb 16, 2021, 7:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.