ETV Bharat / science-and-technology

Chandrayaan-3 interview: "ଚନ୍ଦ୍ରଯାନ-3 ନିଶ୍ଚୟ ଚନ୍ଦ୍ରରେ ପହଞ୍ଚିବ ଏବଂ ସମଗ୍ର ବିଶ୍ବରେ ଭାରତର ଗର୍ବ ବୃଦ୍ଧି ପାଇବ"

author img

By

Published : Aug 22, 2023, 11:42 AM IST

ଚନ୍ଦ୍ରଯାନ-3 ସହିତ ଦେଶବାସୀଙ୍କ ଆଶା ଆକାଂକ୍ଷା ରହିଥିବା ବେଳେ ଇସ୍ରୋକୁ ନିଶ୍ଚୟ ସଫଳତା ମିଳିବା ସହିତ ସମଗ୍ର ବିଶ୍ବରେ ଭାରତର ଗର୍ବ ବୃଦ୍ଧି ପାଇବ ବୋଲି କହିଛନ୍ତି ଇସ୍ରୋର ପୂର୍ବତନ ବୈଜ୍ଞାନିକ ମନୀଷ ପୁରୋହିତ। ଅଧିକ ପଢନ୍ତୁ

Former ISRO scientist on Chandrayaan-3
Former ISRO scientist on Chandrayaan-3
Former ISRO scientist on Chandrayaan-3

ଜୟପୁର: ଇତିହାସ ରଚିବାକୁ ଯାଉଛି ଇସ୍ରୋର ମୁନ୍‌ ମିଶନ ଚନ୍ଦ୍ରଯାନ-3 । ସଫଳ ହେବାକୁ ଯାଉଛି ଜହ୍ନ ରାଇଜକୁ ଯାତ୍ରା । ଐତିହାସିକ ସମୟ ଯେତିକି ପାଖେଇ ଆସୁଛି ସେହି ତୁଳନାରେ ଉତ୍କଣ୍ଠା ମଧ୍ୟ ବଢିବାରେ ଲାଗିଛି । ଆସନ୍ତା 23 ତାରିଖ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଇଥିବା ବେଳେ ଏହି ଅଭିଯାନ ନିଶ୍ଚୟ ସଫଳ ହେବ ବୋଲି ବୈଜ୍ଞାନିକମାନେ ଦୃଢ଼ ଆଶା ପୋଷଣ କରିଛନ୍ତି । ଏହାରି ଭିତରେ ଇସ୍ରୋର ଜଣେ ପୂର୍ବତନ ବୈଜ୍ଞାନିକ କହିଛନ୍ତି ଯେ, ଚନ୍ଦ୍ରଯାନ-3 ନିଶ୍ଚୟ ଚନ୍ଦ୍ରରେ ପହଞ୍ଚିବ ଏବଂ ସମଗ୍ର ବିଶ୍ବରେ ଭାରତର ଗର୍ବ ବୃଦ୍ଧି ପାଇବ ।

ବୈଜ୍ଞାନିକ ମନୀଷ ପୁରୋହିତ କହିଛନ୍ତି ଯେ, "ଚନ୍ଦ୍ରଯାନ-୨ରେ ହୋଇଥିବା ଭୁଲକୁ ସଂଶୋଧନ କରାଯାଇଛି । ଚନ୍ଦ୍ରଯାନ-3 ଅଗଷ୍ଟ 23ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଯାଉଥିବା ବେଳେ ଦେଶବାସୀ ବେଶ ଖୁସି ଅଛନ୍ତି । ଏହା ଦେଶ ପାଇଁ ଏକ ବଡ଼ ସଫଳତା। ଚନ୍ଦ୍ରଯାନ-3 ପ୍ରଥମ ଥପର ପାଇଁ ଦକ୍ଷିଣ ମେରୁରେ ଅବତରଣ କରିବାକୁ ଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଦେଶ ଏଥିରେ ସଫଳ ହୋଇନାହାନ୍ତି । ବର୍ତ୍ତମାନ ସମଗ୍ର ବିଶ୍ବର ନଜର ଦେଶ ଉପରେ ରହିଛି । ଏହାପରେ ଯଦି କୌଣସି ଦେଶ କିଛି ନୂଆ କରିବାକୁ ଚାହିଁବ ତାହେଲେ ପ୍ରଥମେ ଭାରତ ଆଡକୁ ଚାହିଁବ ।"

ତେବେ ପ୍ରତିକ୍ରିୟା ଦେବା ସମୟରେ ବୈଜ୍ଞାନିକ ମନୀଷ କହିଥିଲେ ଯେ, "ଚନ୍ଦ୍ରଯାନ-3 ଚନ୍ଦ୍ରଠାରୁ ମାତ୍ର 25 କିଲୋମିଟର ଦୂରରେ ରହିବ । ଗଷ୍ଟ 23ରେ ବୈଜ୍ଞାନିକମାନେ 25 କିଲୋମିଟରରୁ ଚନ୍ଦ୍ରୟାନ 3 କୁ ସଫ୍ଟ ଲ୍ୟାଣ୍ଡିଂ କରିବା ପାଇଁ ଚେଷ୍ଟା କରାଯିବ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ 17 ରୁ 18 ମିନିଟ୍ ସମୟ ଲାଗିଥାଏ। ସେହି ସମୟରେ, ବିକ୍ରମ ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ 17 ମିନିଟରେ 25 କିଲୋମିଟର ଦୂରତା ଅତିକ୍ରମ କରିବ। 10 ସେକେଣ୍ଡରେ 1.6 କିଲୋମିଟର ଅତିକ୍ରମ କରିବ। ଭୂମିରୁ 800 ମିଟର ଦୂରରୁ ଚନ୍ଦ୍ରୟାନ -3ରେ ସ୍ଥାପିତ ସ୍ପେନ୍ସର ଫଟୋ ଉଠାଇବ । ଏହାପରେ ଧୀରେଧୀରେ ଆଗକୁ ବଢିବ। ଚନ୍ଦ୍ରଯାନ-3ରେ ଲାଗିଥିବା ସ୍ପେନ୍ସର ଜରିଆରେ ସବୁ ତଥ୍ୟ ହାସଲ କରିବା ପରେ ଏହାକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ ।"

  • Chandrayaan-3 Mission:

    Here are the images of
    Lunar far side area
    captured by the
    Lander Hazard Detection and Avoidance Camera (LHDAC).

    This camera that assists in locating a safe landing area -- without boulders or deep trenches -- during the descent is developed by ISRO… pic.twitter.com/rwWhrNFhHB

    — ISRO (@isro) August 21, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: Chandrayaan-3 landing: ସାମ୍ନାକୁ ଆସିଲା Plan-B, 27ତାରିଖରେ ହୋଇପାରେ ଲ୍ୟାଣ୍ଡିଂ !

ତେବେ ଯେକୌଣସି ସ୍ଥିତିରେ ମଧ୍ୟ ସଫଳତା ମିଳିବ ଇସ୍ରୋ ପକ୍ଷରୁ ଦୃଢୋକ୍ତି କରାଯାଇଛି । ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, "ଚନ୍ଦ୍ରଯାନ-2ରେ ହୋଇଥିବା ତ୍ରୁଟି ବିଷୟରେ ଆମେ ଅବଗତ ହୋଇଥିଲୁ । ବିଫଳତାକୁ ଆଖିଆଗରେ ରଖି ଚନ୍ଦ୍ରଯାନ-3ର ସଫଳତା ପାଇଁ କାର୍ଯ୍ୟ କରିଛୁ। ଉନ୍ନତ ସ୍ପେନ୍ସର ଏବଂ କ୍ୟାମେରା ଲଗାଯାଇଛି । ଚନ୍ଦ୍ରଯାନ-2 ସମୟରେ 38 ସେକେଣ୍ଡର ଏପରି ସମୟ ଆସିଥିଲା ଯେଉଥିରେ ତ୍ରୁଟି ଦେଖାଯାଇଥିଲା ଏବଂ ମୁନ୍‌ ମିଶନ ବିଫଳ ହୋଇଥିଲା । ଏଥର ଏହି ତ୍ରୁଟି ଦେଖାଯିବ ନାହିଁ ।"

ମନୀଷଙ୍କ କହିବା ଅନୁସାରେ,"ଚନ୍ଦ୍ରଯାନ- ୨ରେ ପାଞ୍ଚଟି ଇଞ୍ଜିନ୍‌ ରହିଥିଲା । ଏଥର ଗୋଟିଏ ଇଞ୍ଜିନ୍ ହ୍ରାସ କରାଯାଇଛି ଏବଂ ଏହା ଉପରେ କେବଳ ଚାରୋଟି ଇଞ୍ଜିନ୍ ନିର୍ଭରଶୀଳ । ଚନ୍ଦ୍ରଯାନ-3ରେ ଅଧିକ ଇନ୍ଧନ ନିଆଯାଇଛି, କାରଣ ଇନ୍ଧନର ଅଭାବ ଅଧିକ ସାଂଘାତିକ ହୋଇପାରେ । ଏଥର ଶତପ୍ରତିଶତ ସଫଳତା ମିଳିବ ।"

କହିରଖୁଛୁ କି, ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ବିକ୍ରମ ଆସନ୍ତା 23 ତାରିଖ ସନ୍ଧ୍ୟା 6ଟା 4 ମିନିଟ ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଲକ୍ଷ୍ୟ ରଖାଯାଇଛି । ତେବେ ସେଦିନର ସ୍ଥିତି ଅନୁକୂଳ ନହେଲେ ଏହାକୁ 27 ତାରିଖରେ ସାନି ସଫ୍ଟ ଲ୍ୟାଣ୍ଡିଂ କରାଇବା ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି । ଲ୍ୟାଣ୍ଡିଂର 2 ଘଣ୍ଟା ପୂର୍ବରୁ ଲ୍ୟାଣ୍ଡର ମଡ୍ୟୁଲ ନିମନ୍ତେ ଏହା ଉପଯୁକ୍ତ ସମୟ କି ନୁହେଁ ନିଷ୍ପତ୍ତି ନିଆଯିବ । ଯଦି ସମୟ ଅନୁକୂଳ ନୁହେଁ ବୋଲି ଜଣାପଡ଼େ ତାହେଲେ ଆସନ୍ତା 27 ତାରିଖରେ ଲ୍ୟାଣ୍ଡିଂ କରାଯିବ ବୋଲି ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ନିର୍ଦ୍ଦେଶକ ନୀଲେଶ ଏମ୍‌ ଦେଶାଇ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.