ETV Bharat / science-and-technology

ଫେକ୍‌ସ୍ପଟ୍ ଅଧିଗ୍ରହଣ ହାସଲ କଲା Mozilla, ସୁବିଧାରେ ଚିହ୍ନଟ କରିହେବ ନକଲି ସାମଗ୍ରୀ - ମୋଜିଲା

ଫେକ୍‌ସ୍ପଟ୍ ଅଧିଗ୍ରହଣ ହାସଲ କଲା ଫାୟାରଫକ୍ସ ଇଣ୍ଟରନେଟ୍ ବ୍ରାଉଜର ଡେଭଲପର୍ ମୋଜିଲା । ଜାଣନ୍ତୁ କେଉଁମାନଙ୍କୁ ମିଳିବ ସୁବିଧା...

Etv Bharat
Etv Bharat
author img

By

Published : May 4, 2023, 5:24 PM IST

ସାନ୍ ଫ୍ରାନ୍ସିସ୍କୋ: ଗ୍ରାହକଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଫେକ୍‌ସ୍ପଟ୍ ଅଧିଗ୍ରହଣ ହାସଲ କଲା ଫାୟାରଫକ୍ସ ଇଣ୍ଟରନେଟ୍ ବ୍ରାଉଜର ଡେଭଲପର୍ ମୋଜିଲା । ଏହା ଏକ ଷ୍ଟାର୍ଟଅପ୍, ଯାହା ଉପଭୋକ୍ତାମାନଙ୍କୁ ଏକ ୱେବସାଇଟ୍ ଏବଂ ବ୍ରାଉଜର୍ ଏକ୍ସଟେନ୍ସନ୍ ମାଧ୍ୟମରେ ନକଲି କିମ୍ବା ଅବିଶ୍ୱସନୀୟ ରିଭ୍ୟୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ଅର୍ଥାତ୍ ଅନ୍‌ଲାଇନ୍‌ରୁ କୌଣସି ସାମଗ୍ରୀ କ୍ରୟ ସମୟରେ ଯଦି ସେଠାରେ କୌଣସି ଫେକ୍ ରିଭ୍ୟୁ ଥାଏ, ତେବେ ଏହାକୁ ଚିହ୍ନଟ କରିବାରେ ସହାୟକ ହେବ ।

ଏହା ମଧ୍ୟ ପଢନ୍ତୁ:- ChatGPT Blocked: ଉପକରଣରେ ଚାଟ୍‌ଜିପିଟି ବ୍ୟବହାର ନିଷିଦ୍ଧ କଲା ଏହି କମ୍ପାନୀ

ଫେକ୍‌ସ୍ପଟ୍ ସହିତ କମ୍ପାନୀ କହିଛି ଯେ, ଏହା ମାଧ୍ୟମରେ ମୋଜିଲା ଫାୟାରଫକ୍ସ ବ୍ୟବହାରକାରୀମାନେ ଏକ ବିଶ୍ୱସ୍ତ ସପିଂ ଉପକରଣ ପାଇପାରିବେ ଯାହା ଇ-କମର୍ସ ଅଭିଜ୍ଞତାକୁ ଉନ୍ନତ କରିବାରେ ସାହାଯ୍ୟ କରିବ। ମୋଜିଲା ଏହା ମଧ୍ୟ ଉଲ୍ଲେଖ କରିଛି ଯେ, ଏହା ସମୟ ସହିତ ମୋଜିଲା ଫାୟାରଫକ୍ସରେ ଫେକ୍‌ସ୍ପଟ୍ କାର୍ଯ୍ୟକାରିତାକୁ ପରିଚିତ କରାଇବ । ମୋଜିଲା ପକ୍ଷରୁ ମଙ୍ଗଳବାର ଏକ ବ୍ଲଗ୍ ପୋଷ୍ଟରେ କୁହାଯାଇଛି ଯେ, ଫେକ୍‌ସ୍ପଟ୍ ସମସ୍ତ ପ୍ରମୁଖ ୱେବ୍ ବ୍ରାଉଜର୍ ଏବଂ ମୋବାଇଲ୍ ଡିଭାଇସରେ କାର୍ଯ୍ୟ ଜାରି ରଖିବ ଏବଂ ମୋଜିଲା ଟିମ୍ ଏହାର ବହୁ ଉତ୍ସର୍ଗୀକୃତ ଉପଭୋକ୍ତାଙ୍କ ପାଇଁ ଫେକ୍‌ସ୍ପଟ୍ ଅଭିଜ୍ଞତାକୁ ସୁଦୃଢ କରିବା ପାଇଁ ବିନିଯୋଗ ଜାରି ରଖିବ ।

ଏହା ମଧ୍ୟ ପଢନ୍ତୁ:- ବିଶ୍ବର ଲୋକପ୍ରିୟ ଡେସ୍କ୍‌ଟପ୍‌ ବ୍ରାଉଜର Google Chrome, ଦ୍ବିତୀୟରେ Safari

ଆହୁରି ମଧ୍ୟ କୁହାଯାଇଛି ଯେ, ଭବିଷ୍ୟତରେ ଫେକ୍‌ସପଟ୍ ଇଣ୍ଟିଗ୍ରେସନ୍ ମଧ୍ୟ ରହିବ ଯାହା ଫାୟାରଫକ୍ସ ପାଇଁ ଅତୁଳନୀୟ । ଫେକ୍‌ସ୍ପଟ୍‌ର କ୍ଷମତାକୁ ବ୍ୟବହାର କରି ଫାୟାରଫକ୍ସ ଗ୍ରାହକମାନେ ବିଭ୍ରାନ୍ତିକର ସମୀକ୍ଷାକୁ ଏଡ଼ାଇ ପାରିବେ ଏବଂ ସେମାନେ ଯାହା କିଣୁଛନ୍ତି ତାହା ଉଚ୍ଚମାନର ଜାଣିବା ପରେ କ୍ରୟ କରିପାରିବେ ।

ଏହା ମଧ୍ୟ ପଢନ୍ତୁ:- ବୈଜ୍ଞାନିକଙ୍କ କମାଲ୍, ସନ୍ତାନ ପ୍ରାପ୍ତିରେ ସହାୟକ ହୋଇପାରିବ ରୋବଟ୍

AI(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ପାଇଁ ନୂତନ ଷ୍ଟାର୍ଟଅପ୍ କିଛି ଦିନ ପୂର୍ବରୁ, ମୋଜିଲା Mozilla.Ai ନାମକ ଏକ ନୂତନ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲା, ଯାହା କମ୍ପାନୀ ଏକ ବିଶ୍ୱସ୍ତ ଏବଂ ସ୍ୱାଧୀନ ମୁକ୍ତ ଉତ୍ସ AI ଇକୋସିଷ୍ଟମ୍ ଗଠନ କରିବାକୁ ଆଶା ରଖିଛି । କମ୍ପାନୀ କହିଛି ଯେ, ଏହି ନୂତନ ଷ୍ଟାର୍ଟଅପ୍ ନିର୍ମାଣ ପାଇଁ କମ୍ପାନୀ ପ୍ରାରମ୍ଭରେ 30 ମିଲିୟନ୍ ଡଲାର୍ ବିନିଯୋଗ କରୁଛି । ନୂତନ ଷ୍ଟାର୍ଟଅପ୍ ମୋଜିଲାର ପ୍ରାଥମିକତା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଫେକ୍‌ସ୍ପଟ୍‌ ମାଧ୍ୟମରେ ୟୁଜର୍ସ ଅନଲାଇନ ସପିଂକୁ ଆହୁରି ଆଦୃତ କରି ପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.