ETV Bharat / science-and-technology

ଅପ୍ରେଲରେ ୟୁରୋପର ଜୁସ୍ ସାଟେଲାଇଟ୍ ପରୀକ୍ଷଣ, ବୃହସ୍ପତିରେ ଖୋଜିବ ବରଫାବୃତ୍ତ ଚନ୍ଦ୍ର

author img

By

Published : Jan 25, 2023, 3:41 PM IST

Updated : Jan 25, 2023, 3:49 PM IST

ମହାକାଶ ଗବେଷଣା କ୍ଷେତ୍ରରେ ଏକ ବଡ ମିଶନ ଉପରେ କାମ କରୁଛି ୟୁରୋପ । ଆସନ୍ତା ଅପ୍ରେଲେ ଫ୍ରେଞ୍ଚ୍ ଗୁଆନାରୁ ଉତ୍‌କ୍ଷେପଣ ହେବ ଜୁସ୍ ସାଟେଲାଇଟ୍(Europe's Juice Satellite all set to explore Jupiter's icy moons) । ଅଧିକ ପଢନ୍ତୁ

Jupiter icy moons
Jupiter icy moons

ବର୍ମିଂହାମ: ମହାକାଶ ଗବେଷଣା କ୍ଷେତ୍ରରେ ଏକ ବଡ ମିଶନ ଉପରେ କାମ କରୁଛି ୟୁରୋପ । ବୃହସ୍ପତି ଚାରି ପାଖରେ ପରିକ୍ରମା କରୁଥିବା ବରଫ ଆବୃତ୍ତ ଚନ୍ଦ୍ରମାକୁ ଖୋଜିବ ୟୁରୋପ ସାଟେଲାଇଟ । ଫ୍ରାନ୍ସରେ ଏହି ସାଟେଲାଇଟ ନିଜର ଅନ୍ତିମ ପରୀକ୍ଷଣ ଦେଇ ଗତି କରୁଛି । ଆସନ୍ତା ଅପ୍ରେଲରେ ଫ୍ରେଞ୍ଚ୍ ଗୁଆନାରୁ ଉପଗ୍ରହର ଉତକ୍ଷେପଣ ହେବା ନେଇ ସୂଚନା ରହିଛି ।

ଖବର ଅନୁସାରେ, ବୃହସ୍ପତି ଚାରିପାଖରେ ପରିକ୍ରମା କରୁଥିବା ବରଫ ଚନ୍ଦ୍ର ପାଇଁ ୟୁରୋପର ମହାକାଶ ଅଭିଯାନ ଅନ୍ତର୍ଭୁକ୍ତ ଜୁସ ସାଟେଲାଇଟ ଲଞ୍ଚ ପାଇଁ ପ୍ରସ୍ତୁତ ହେଉଛି(Europe's Juice Satellite all set to explore Jupiter's icy moons) । ଉପଗ୍ରହର ଅନ୍ତିମ ପରୀକ୍ଷଣ ଫ୍ରାନ୍ସର ଟୁଲୁସରେ ହେବ । ପରବର୍ତ୍ତୀ ସମୟରେ ଏହି ଉପଗ୍ରହ ଦକ୍ଷିଣ ଆମେରିକାକୁ ପଠାଯିବ । ଏହି ଉପଗ୍ରହ ଅପ୍ରେଲରେ ଉତକ୍ଷେପଣ ହେବ ବୋଲି ଜଣାପଡିଛି ।

ଛଅ ଟନର ମହାକାଶଯାନ କ୍ୟାଲିଷ୍ଟୋ, ଗେନିମେଡ ଓ ୟୁରୋପାର ଫ୍ଲାଏବାଇର ଏକ ଚେନ୍ ପ୍ରସ୍ତୁତ କରିବ । ଏହି ବରଫରେ ଆବୃତ୍ତ ଥିବା ଚନ୍ଦ୍ରମାରେ ମାନବ ସତ୍ତା ସମ୍ଭବ କି ନୁହେଁ, ଏହା ଜାଣିବା ପାଇଁ ଅତ୍ୟାଧୁନିକ ଉପକରଣ ଉପଯୋଗ କରି ପରୀକ୍ଷା କରାଯିବ । ଜୁସ୍ ଉପଗ୍ରହ 6.6 ବିଲିୟନ କିଲୋମିଟର ଯାତ୍ରା କରିବ ଯାହା 8.5 ବର୍ଷ ପର୍ଯ୍ୟନ୍ତ ଚାଲିବ । ଏହା ଜୁଲାଇ 2031ରେ ବୃହସ୍ପତିରେ ପହଞ୍ଚିବ । ପରବର୍ତ୍ତୀ ସମୟରେ ଏହା କଲିଷ୍ଟୋ, ଗେନିମେଡେ ଏବଂ ୟୁରୋପାର ଚାରି ପାଖରେ ପରିକ୍ରମା କରିବ । ଶେଷରେ, ଏହା 2034 ଶେଷ ସୁଦ୍ଧା ଗେନିମେଡେ ଚାରିପାଖରେ ଅବସ୍ଥାପିତ ହେବ ।

ୟୁରୋପୀୟ ସ୍ପେସ୍ ଏଜେନ୍ସି ଏହି ପ୍ରୋଜେକ୍ଟର ନେତୃତ୍ୱ ନେଉଛି । ରିପୋର୍ଟ ଅନୁଯାୟୀ, ଏରୋସ୍ପେସ୍ କମ୍ପାନୀ ଏୟାରବସ୍ ଆନୁମାନିକ 1.4 ବିଲିୟନ ୟୁରୋ ମୂଲ୍ୟରେ ଏହି ମହାକାଶଯାନ ନିର୍ମାଣ କରୁଛି । 1610 ମସିହାରେ, ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ଗାଲିଲି ବୃହସ୍ପତିର ଚାରୋଟି ପ୍ରମୁଖ ଚନ୍ଦ୍ର ଆବିଷ୍କାର କରିଥିଲେ, ଯାହାକି କାଲିଷ୍ଟୋ, ଗେନିମେଡେ, ୟୁରୋପା ଏବଂ ଆଇଓ । ଜୁସ୍ ଆଇଓକୁ ଯାଞ୍ଚ କରିବ ନାହିଁ ।

ବ୍ରିଟେନର ଲିସେଷ୍ଟର ୟୁନିଭରସିଟିର ବୈଜ୍ଞାନିକ ପ୍ରଫେସର ଏମା ବନ୍ସ କହିଛନ୍ତି ଯେ, ୟୁରୋପା କ୍ଷେତ୍ରରେ କୁହାଯାଏ ଯେ ଏହାର ବରଫ ଭୂତଳ ତଳେ ଏକ ଗଭୀର ସମୁଦ୍ର ଅଛି । ଏହା ବୋଧହୁଏ 100 କିଲୋମିଟର ଗଭୀର । ଅନୁସନ୍ଧାନକାରୀମାନଙ୍କ ଅନୁସାରେ, ଏହି ସମୁଦ୍ରର ଗଭୀର ପୃଥିବୀର ସବୁଠୁ ଗଭୀର ସମୁଦ୍ରଠାରୁ 10 ଗୁଣ ଅଧିକ । ଏହି ପରୀକ୍ଷଣ ସଫଳ ହେଲେ, ଅନ୍ୟ ଗ୍ରହର ଚନ୍ଦ୍ର ଚାରିପଟ କକ୍ଷପଥରେ ପହଞ୍ଚିବାରେ ପ୍ରଥମ ମହାକାଶଯାନ ହେବ ।

Last Updated : Jan 25, 2023, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.