ETV Bharat / science-and-technology

ଚନ୍ଦ୍ରଯାନ-3ରୁ ମିଳିଥିବା ପ୍ରେରଣା ଆଦିତ୍ୟ L1 ପାଇଁ ଆମକୁ ଶକ୍ତି ଯୋଗାଇଛି: ନିଗାର ସାଜି - ଚନ୍ଦ୍ରଯାନ 3

୧୧ଟା ୫୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେବ ଆଦିତ୍ୟ L1 । ତେବେ ଏହି ପ୍ରୋଜକ୍ଟରେ କାର୍ଯ୍ୟରତ ନିଗାର ସାଜି ‘ଇଟିଭି ଭାରତ’କୁ ବୟାନ ଦେଇ କହିଛନ୍ତି ଯେ, ଚନ୍ଦ୍ରଯାନ-3ରୁ ମିଳିଥିବା ପ୍ରେରଣା ଆମକୁ ଶକ୍ତି ଦେଇଛି ।

Nigar Shaji
ନିଗାର ସାଜି
author img

By ETV Bharat Odisha Team

Published : Sep 2, 2023, 11:10 AM IST

ହାଇଦ୍ରାବାଦ: ଆଉ ମାତ୍ର କିଛି ସମୟର ଅପେକ୍ଷା । ଆଜି 140 କୋଟି ଭାରତୀୟଙ୍କ ପାଇଁ ଆଉ ଏକ ଐତିହାସିକ ଦିନ । ଭାରତର ମୁନ ମିଶନ ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ ପରେ ଆଜି ସୂର୍ଯ୍ୟ ମିଶନ ଆଦିତ୍ୟ L1କୁ ଉତକ୍ଷେପଣ କରାଯିବ । ପିଏସ୍‌ଏଲଭି-ସି୫୭ ରକେଟ ଜରିଆରେ ଆଦିତ୍ୟ L1କୁ ମହାକାଶକୁ ପ୍ରକ୍ଷେପଣ କରାଯିବ । ସୂର୍ଯ୍ୟଙ୍କ ଉପରେ ସମସ୍ତ ତଥ୍ୟ ହାସଲ କରିବ ଆଦିତ୍ୟ ଏଲ1। ତେବେ ଏନେଇ ‘ଇଟିଭି ଭାରତ’ ସହିତ ଅଧିକ ଆଲୋଚନା କରିଛନ୍ତି ଆଦିତ୍ୟ ଏଲ 1ର ପରିଯୋଜନା ନିର୍ଦ୍ଦେଶକ ନିଗାର ସାଜି । ଚନ୍ଦ୍ରଯାନ-3ରୁ ମିଳିଥିବା ପ୍ରେରଣା ଆମକୁ ଶକ୍ତି ଦେଇଛି ବୋଲି ସେ କହିଛନ୍ତି ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୂର୍ବାହ୍ନ ୧୧ଟା ୫୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ପିଏସ୍‌ଏଲଭି-ସି୫୭ ରକେଟ ଜରିଆରେ ଆଦିତ୍ୟ L1କୁ ମହାକାଶକୁ ପ୍ରକ୍ଷେପଣ କରାଯିବ । ଏହା ଭାରତର ପ୍ରଥମ ସୂର୍ଯ୍ୟମିଶନ ଅଟେ ।

ଚାଷୀ ପରିବାରରୁ ଇସ୍ରୋ ପ୍ରତିଷ୍ଠାନ: ଆଦିତ୍ୟ ଏଲ 1ର ପରିଯୋଜନା ନିର୍ଦ୍ଦେଶକ ନିଗାର ସାଜି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାମିଲନାଡୁର ତନକାସୀ ଜିଲ୍ଲାର ସେଙ୍ଗୋଟାଇ ସହରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଶେଖ ମେରାନ ସ୍ନାତ୍ତକ ପାଠ ପଢିଥିବା ବେଳେ ବୃତ୍ତିରେ ସେ ଜଣ କୃଷକ ଏବଂ ମାଆ ସୈତୁନ ବିବି ଜଣ ଗୃହିଣୀ । ବର୍ତ୍ତମାନ ଆଦିତ୍ୟ ଏଲ 1ର ପରିଯୋଜନା ନିର୍ଦ୍ଦେଶକ ରହିଥିବା ନିଗାର ସାଜି ଛୋଟ ସମୟରେ ସେଙ୍ଗୋଟାଇର SRM ବାଳିକା ବିଦ୍ୟାଳୟରେ ପାଠ ପଢିବା ପରେ ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟରେରେ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ଏହାପରେ ରାଞ୍ଚିର BITରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଥିଲେ ।

ତେବେ ଏନେଇ ନିଗାର କହିଛନ୍ତି, "ପାଠ ଶେଷ ହେବା ପରେ ଇସ୍ରୋର ଚାକିରି ବାହାରିଥିବା ନେଇ ମୁଁ ଜାଣିବାକୁ ପାଇଥିଲି । ଏହାପରେ ମୁଁ ବିଳମ୍ବ ନକରି ଆବେଦନ କରିଥିଲି ।" ତାଙ୍କର ସ୍ବାମୀ ଦୁବାଇରେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର 2 ଛୁଆ ରହିଛନ୍ତି । ପୁଅ ଫ୍ଲୁଏଡ ମେକାନିକରେ ଡକ୍ଟରେଟ ହାସଲ କରିବା ପରେ ନେଦରଲ୍ୟାଣ୍ଡର କାର୍ଯ୍ୟ କରୁଥିବା ବେଳେ କନ୍ୟା ଡାକ୍ତରୀ ପାଠ ପଢୁଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Aditya L1: ଆଜି ଇସ୍ରୋର ସୌର ମିଶନ, ପୂର୍ବାହ୍ନ ୧୧ଟା ୫୦ରେ ଶ୍ରୀହରିକୋଟାରୁ ଉତକ୍ଷେପଣ

ଶ୍ରୀହରୀକୋଟାରୁ ପ୍ରଥମ ଯାତ୍ରା: 1987 ମସିହାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ର ପ୍ରମୁଖ ଶାଖା ସତୀଶ ଧାୱନ ସ୍ପେସ୍ ସେଣ୍ଟର୍ (SHAAR)ରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ନିଗାର । ଏଠାରେ କିଛି ଦିନ କାର୍ଯ୍ୟ କରିବା ପରେ ସେ ବାଙ୍ଗାଲୋରର UR ରାଓ ସାଟେଲାଇଟ୍ ସେଣ୍ଟରକୁ ସ୍ଥାନାନ୍ତର ହୋଇଥିଲେ । ସେଠାରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିବା ପରେ ଆଦିତ୍ୟ ଏଲ1ରେ ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଛନ୍ତି । ଏହାପୂର୍ବରୁ ସେ ଭାରତୀୟ ରିମୋଟ ସେନ୍ସିଂ, ଯୋଗାଯୋଗ ଏବଂ ଆନ୍ତଃ ପ୍ଲାନେଟେରି ଉପଗ୍ରହର ଡିଜାଇନ ମଧ୍ୟ କରିଥିବା ସେ କହିଛନ୍ତି । ସେ ନ୍ୟାସନାଲ ରିସୋର୍ସ ମନିଟରିଂ ଏବଂ ପରିଚାଳନା ପାଇଁ ISRO ଦ୍ୱାରା ନିଆଯାଇଥିବା ଭାରତୀୟ ରିମୋଟ ସେନ୍ସିଂ ସାଟେଲାଇଟ୍ ରିସୋର୍ସେଟ୍ -2 ଏ ପାଇଁ ଆସୋସିଏଟ୍ ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ

ବର୍ତ୍ତମାନ ଆଦିତ୍ୟ ଏଲ1ର ନିର୍ଦ୍ଦେଶର ଭାବେ କାର୍ଯ୍ୟ କରିବା ପରେ ନିଗର ଖୁସି ବ୍ୟକ୍ତ କରି କହିଛନ୍ତି, "ଦେଶ ପାଇଁ ସମ୍ମାନଜନକ ଆଦିତ୍ୟ- L1 ପରି ଏକ ପ୍ରକଳ୍ପର ନିର୍ଦ୍ଦେଶକ ହେବା ଠାରୁ ଅଧିକ ସନ୍ତୋଷଜନକ କାର୍ଯ୍ୟ ଆଉ କଣ ହୋଇପାରେ ? ପ୍ରତି ସ୍ତରରେ ଚ୍ୟାଲେଞ୍ଜ ଅଛି । କିନ୍ତୁ କାର୍ଯ୍ୟ କରିବା କଷ୍ଟକର ନୁହେଁ । ମହିଳାମାନେ ISROରେ କାମ କରିବା ପାଇଁ ଏକ ଅନୁକୂଳ ପରିବେଶ ଅଛି। କୌଣସି କାର୍ଯ୍ୟ କରିବା ପୂର୍ବରୁ ଲକ୍ଷ୍ୟପଥ ଚୟନ କରାଯିବା ଉଚିତ୍‌ । ସାରା ଦେଶରେ ରହିଥିବା ISRO କେନ୍ଦ୍ରଗୁଡ଼ିକରେ ମହିଳାଙ୍କ ପ୍ରତି କୌଣସି ଭେଦଭାବ କିମ୍ବା ଅସମାନତା କରାଯାଏ ନାହିଁ । ଆମର କାର୍ଯ୍ୟ ଏବଂ ଦକ୍ଷତା ପାଇଁ ଆମେ ସ୍ୱୀକୃତିପ୍ରାପ୍ତ । ବିଶ୍ବାସର ସହ କାର୍ଯ୍ୟ କରିଲେ ଭବିଷ୍ୟତରେ ଦିନେ ଆଗ ଧାଡିରେ ବସିବାରେ ସଫଳ ହୋଇପାରିବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.