ETV Bharat / science-and-technology

ପୁଣି ଚୋରି ହେଲା ଟ୍ବିଟର ଡାଟା: ବିରାଟ କୋହଲି, ସଲମାନ୍ ଖାନଙ୍କ ଆକାଉଣ୍ଟ ବି ହ୍ୟାକ୍

author img

By

Published : Jan 6, 2023, 1:21 PM IST

ପୁଣି ଲିକ୍‌ ହେଲା ଟ୍ବିଟର ବ୍ୟବହାରକାରୀଙ୍କ ଡାଟା(Email addresses of over twenty crore Twitter users Leaked) । ଡାଟା ଲିକ୍ ହୋଇଥିବା ୟୁଜର୍ସଙ୍କ ମଧ୍ୟରେ ନାମି ଦାମୀ କଳାକାରଙ୍କ ସମେତ କ୍ରୀଡାବିତ୍ ମଧ୍ୟ ରହିଛନ୍ତି । ଅଧିକ ପଢନ୍ତୁ

Twitter data leak
Twitter data leak

ୱାଶିଂଟନ: ପୁଣି ଲିକ୍ ହେଲା ଟ୍ବିଟର ଡାଟା । କୋଟି କୋଟି ବ୍ୟବହାରକାରୀଙ୍କ ଗୋପନ ତଥ୍ୟକୁ ପୁଣି ଚୋରାଇଛନ୍ତି ହ୍ୟାକର୍ । ଏଥର 20 କୋଟିରୁ ଊର୍ଦ୍ଧ୍ବ ବ୍ୟବହାରକାରୀଙ୍କ ଟ୍ୱିଟର ଆକାଉଣ୍ଟ ଏବଂ ସେମାନେ ପଞ୍ଜୀକୃତ କରିଥିବା ଇମେଲ ଆଡ୍ରେସ୍ ହ୍ୟାକ୍ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି(Email addresses of over twenty crore Twitter users Leaked) । ଡାଟା ଲିକ୍ ହୋଇଥିବା ୟୁଜର୍ସଙ୍କ ମଧ୍ୟରେ ନାମି ଦାମୀ କଳାକାରଙ୍କ ସମେତ କ୍ରୀଡାବିତ୍ ମଧ୍ୟ ରହିଛନ୍ତି । ମାତ୍ର କିଏ ଏହି ହ୍ୟାକ୍ କରିଛି ତାହା ଏପର୍ଯ୍ୟନ୍ତ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ସୁରକ୍ଷା ବିଶେଷଜ୍ଞଙ୍କ ରିପୋର୍ଟ ଅନୁସାରେ, ହ୍ୟାକର ୨୦ କୋଟିରୁ ଅଧିକ ଟ୍ବିଟର ୟୁଜର୍ସଙ୍କ ଇମେଲ ଆଡ୍ରେସ୍ ଚୋରି କରିଛନ୍ତି ଏବଂ ଏହାକୁ ବିକ୍ରି ପାଇଁ ଲଗାଇଛନ୍ତି । ଇସ୍ରାଏଲର ସାଇବର ସିକ୍ୟୁରିଟି ମନିଟରିଂ ସଂସ୍ଥାର ସହ ସଂସ୍ଥାପକ ଏଲନ ଗାଲ୍ କହିଛନ୍ତି ଯେ, ଏହି ହ୍ୟାକିଂ ବଡ଼ ଧରଣର ହୋଇଛି । ସୁରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ସରକାର କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ପାଇଁ ଏହି ଟ୍ବିଟର ଆଇଡିର ବ୍ୟବହାର କରାଯାଇପାରେ ।

ଚୋରି ହୋଇଥିବା ତଥ୍ୟରେ ଇମେଲ ଆଡ୍ରେସ୍ ରହିଛି । ସାଇବର ସୁରକ୍ଷା ଅନୁସନ୍ଧାନକାରୀଙ୍କ ଦ୍ବାରା ଅନଲାଇନରେ ପୋଷ୍ଟ କରାଯାଇଥିବା ଲିକ୍ ହୋଇଥିବା ତଥ୍ୟର ସ୍କ୍ରିନସଟରେ ଷ୍ଟାର କ୍ରୀଡ଼ାବିତ୍ ବିରାଟ କୋହଲି, ବିରେନ୍ଦ୍ର ସେହୱାଗ ଏବଂ ବଲିଉଡ ଅଭିନେତା ସଲମାନ ଖାନ, ଅକ୍ଷୟ କୁମାର, ହ୍ରିତିକ ରୋଶନ, ଅନୁଷ୍କା ଶର୍ମାଙ୍କ ମଧ୍ୟରେ ଭାରତୀୟ ସେଲିବ୍ରିଟିଙ୍କ ନାମ ଏବଂ ଅଫିସିଆଲ ସ୍କ୍ରିନ ନାମ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ:- 40 କୋଟି ଟ୍ୱିଟର ବ୍ୟବହାରକାରୀଙ୍କ ଡାଟା ଲିକ୍, ଟ୍ବିଟ୍ ଯୋଗେ ଟଙ୍କା ମାଗୁଛି ହ୍ୟାକର

ପ୍ରକାଶ ଥାଉକି, ଗତବର୍ଷ ଡିସେମ୍ବର 27 ରେ ପାଖାପାଖି 40 କୋଟି ୟୁଜର୍ସଙ୍କ ଡାଟା ଚୋରି ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଡାଟା ଚୋରି କରିବା ପରେ ଏହାକୁ ଡାର୍କ ୱେବରେ ବିକ୍ରି କରିବା ପାଇଁ ପକାଇଥିବା ଦାବି କରିଥିଲା ହ୍ୟାକର । ସେତେବେଳେ ମଧ୍ୟ ଡାଟାବେସରେ ବହୁ ପରିମାଣରେ ସୂଚନା ରହିଥିଲା, ଯେଉଁଥିରେ ଇ-ମେଲ୍ ଏବଂ ହାଇ-ପ୍ରୋଫାଇଲ ବ୍ୟବହାରକାରୀଙ୍କ ଫୋନ୍ ନମ୍ବର ମଧ୍ୟ ଥିଲା ।

ତେବେ ବାରମ୍ବାର ଟ୍ବିଟର ଡାଟା ଲିକ୍ ହେବା ପରେ ୟୁଜର୍ସ ଏକ ପ୍ରକାର ଆଶଙ୍କାରେ ରହିବା ସ୍ବାଭାବିକ । କମ୍ପାନୀର ମାଲିକ ଏଲନ ମସ୍କକୁ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ ପ୍ଲାଟଫର୍ମରେ ବ୍ୟାପକ ପରିବର୍ତ୍ତନ ସାଙ୍ଗକୁ ସ୍ବଚ୍ଛତା ଜାରି ରଖିଥିଲେ ମଧ୍ୟ ବାରମ୍ବାର ଟ୍ବିଟର ଡାଟା ଲିକ୍ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କି କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.