ETV Bharat / science-and-technology

ପ୍ରତିମାସରେ ଏକ୍ସ ୟୁଜର୍ସଙ୍କଠାରୁ ସର୍ବନିମ୍ନ ରାଶି ଆଦାୟ କରାଯିବ, କମିବ ଫେକ୍ ଆକାଉଣ୍ଟ: ମସ୍କ

ଟ୍ବିଟର କିଣିବା ପରଠାରୁ ଏହାର ରୂପରେଖରେ ପରିବର୍ତ୍ତନ କରିଛନ୍ତି ଏଲନ ମସ୍କ । ଏହାରି ଭିତରେ ଆଉ ଏକ ପରିବର୍ତ୍ତନ କରିବାକୁ ଯାଉଛନ୍ତି ମସ୍କ। ଏହି ପରିବର୍ତ୍ତନ ଦ୍ବାରା 500 ମିଲିୟନ ଫୋଲର୍ସ ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଇଛି । ଅଧିକ ପଢନ୍ତୁ

X Update
X Update
author img

By ETV Bharat Odisha Team

Published : Sep 19, 2023, 3:30 PM IST

ହାଇଦ୍ରାବାଦ: ଏଣିକି ଆଉ ବିନା ଦେୟରେ ଚଲାଇପାରିବେନି ଏକ୍ସ। ଆକାଉଣ୍ଟ ପିଛି ଦେବାକୁ ପଡିବ ଟଙ୍କା। ଆକାଉଣ୍ଟରେ ଆକ୍ଟିଭ ରହିବାକୁ ହେଲେ ପ୍ରତିମାସରେ ଦେବାକୁ ପଡିବ ଟଙ୍କା। ଏକ୍ସ ବ୍ୟବହାରକାରୀଙ୍କ ଠାରୁ ପ୍ରତିମାସରେ ସର୍ବନିମ୍ନ ରାଶି ଆଦାୟ କରାଯିବ ବୋଲି ଏଲନ ମସ୍କ ଘୋଷଣା କରିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନେହୁଙ୍କ ଦେଇଥିବା ଏକ ସାକ୍ଷାତକାରରେ ଏଲନ୍ ମସ୍କ ଏହି କଥା କହିଛନ୍ତି। ତେବେ ୟୁଜର୍ସଙ୍କ ଠାରୁ କେତେ ଟଙ୍କା ଆଦାୟ କରାଯିବ ସେନେଇ କୌଣସି ଘୋଷଣା କରିନଥିବା ବେଳେ ସର୍ବନିମ୍ନ ମୂଲ୍ୟ ଆଦାୟ କରାଯିବ ବୋଲି କହିଛନ୍ତି।

ବେଞ୍ଜାମିନ୍ ନେତ୍ୟାନେହୁଙ୍କ ସହିତ ବାର୍ତ୍ତାଳପ ସମୟରେ ମସ୍କ କହିଥିଲେ, " ବର୍ତ୍ତମାନ ଏକ୍ସରେ 550 ମିଲିୟନ ମାସିକ ୟୁଜର୍ସ ରହିଛି।। ଯେଉଁମାନେ କି ପ୍ରତିଦିନ 100ରୁ 200 ମିଲିୟନ ପୋଷ୍ଟ ଜେନେରେଟ କରୁଛନ୍ତି। ସାମାନଙ୍କ ମଧ୍ୟକୁ କିଛି ଫେକ ଆକାଉଣ୍ଟ ରହିଛି। ତେଣୁ ଆମକୁ କିଛି ସର୍ବନିମ୍ନ ଅର୍ଥରାଶି ଆଦାୟ କରିବା ଆବଶ୍ୟକ ।" କହରଖୁଛୁ କି, ବ୍ଲୁଟିକ ସବସ୍କ୍ରିପସନ ପାଇଁ ଏକ୍ସ ୟୁଜର୍ସଙ୍କ ଠାରୁ ଦେୟ ନେଉଛି। ଏକ୍ସରୁ ଅର୍ଥ ଆଦାୟ କରିବା ପାଇଁ ବ୍ଲୁଟିକ ନିହାତି ଆବଶ୍ୟକ ବୋଲି ଘୋଷଣା କରିଛନ୍ତି ମସ୍କ।

ଏହା ମଧ୍ୟ ପଢନ୍ତୁ: X Ads revenue share program: ଏଣିକି ଭେରିଫାଇଡ କମ୍ପାନୀଙ୍କୁ ମିଳିବ ଟଙ୍କା, ନ୍ୟୁଜ ଚାନେଲ ହୋଇପାରିବେ ସାମିଲ

କହି ରଖୁଛୁକି, ଟ୍ବିଟର(ବର୍ତ୍ତମାନର X)କୁ କିଣିବା ପରେ ଏଲନ ମସ୍କ ଆପରେ ପରିବର୍ତ୍ତନ ଜାରି ରଖିଛନ୍ତି। ଗତ କିଛିଦିନ ପୂର୍ବରୁ ADS ରେଭେନ୍ୟୁ ପ୍ରୋଗ୍ରାମର ଏଲିଜିବିଲିଟି କ୍ରାଇଟେରିଆରେ ପରିବର୍ତ୍ତନ କରି ୟୁଜର୍ସଙ୍କୁ ଆକୃଷ୍ଟ କରିଥିବା ବେଳେ ନିକଟରେ ଭେରିଫାଇଡ କମ୍ପାନୀ ମଧ୍ୟ ଏକ୍ସରୁ ଟଙ୍କା ରୋଜଗାର କରିପାରିବେ ବୋଲି ଘୋଷଣା କରିଥିଲେ। ଭେରିଫାଇଡ ସଂସ୍ଥା ବା କମ୍ପାନୀ ADS ରେଭେନ୍ୟୁ ପ୍ରୋଗ୍ରାମର ପାଇଁ ଆବେଦନ କରିପାରିବେ। ଗଣାମାଧ୍ୟମ ସଂସ୍ଥା ବା ଅନ୍ୟ ବଡ ସଂସ୍ଥା ଯେଉଁମାନେ କି ଏକ୍ସର ସୁନେଲୀ ଟିକ ପାଇଛନ୍ତି ସେମାନେ ମଧ୍ୟ ପୋଷ୍ଟ ଅନୁସାରେ ପଇସା ପାଇପାରିବେ। ସଂସ୍ଥାଙ୍କ ପାଇଁ ଆବେଦନ କ୍ରାଇଟେରିଆ ସାଧାରଣ ୟୁଜର୍ସଙ୍କ ସହିତ ସମାନ ଅଟେ।

ଏହା ମଧ୍ୟ ପଢନ୍ତୁ: X Viewers: ଏକ୍ସର ଏହି ଫିଚରକୁ ଅଧିକ ପସନ୍ଦ କରୁଛନ୍ତି ୟୁଜର୍ସ, ବର୍ଷକରେ 2ଗୁଣା ବୃଦ୍ଧି

ତେବେ ଏଲନ ମସ୍କଙ୍କ ଏହି ଘୋଷଣା ପରେ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେତେକ ୟୁଜର୍ସ ଏହାକୁ ନାପସନ୍ଦ କରିଥିବା ଦେଖାଯାଉଛି। କିନ୍ତୁ ଫେକ ଆକାଉଣ୍ଟ ୟୁଜର୍ସଙ୍କୁ ଏହା କେତେକାଂଶରେ ଭାରି ପଡିପାରେ ବୋଲି ଚର୍ଚ୍ଚା ହେଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.