ETV Bharat / science-and-technology

ଅଫିସ ଭଡା ମାଗିବାରୁ ଚିହିଁକି ଉଠିଲେ ଏଲନ ମସ୍କ, କହିଲେ ମୃତ୍ୟୁ ପରେ ଭଡ଼ା ଦେବି - ଅଫିସ ଭଡା ଦେବାକୁ ନେଇ ମସ୍କଙ୍କ ବୟାନ

ଏଲନ ମସ୍କ ସଦାସର୍ବଦା ନିଜର ନିଷ୍ପତ୍ତି ଏବଂ ବୟାନକୁ ନେଇ ବିବାଦରେ ରହି ଆସିଛନ୍ତି । ବର୍ତ୍ତମାନ ଅଫିସର ଭଡା ଦେବାକୁ ନେଇ ଅଜବ ବୟାନ ଦେଇଛନ୍ତି ଏଲନ ମସ୍କ । ଅଧିକ ପଢନ୍ତୁ

elon musk refuses to pay office rent
elon musk refuses to pay office rent
author img

By

Published : May 21, 2023, 5:42 PM IST

ନୂଆଦିଲ୍ଲୀ: ଟ୍ବିଟର ଅଫିସ୍‌ ଭଡା ଦେବାକୁ ନେଇ ଅରବପତି ଏଲନ ମସ୍କଙ୍କ ସମସ୍ୟା ବଢିବାରେ ଲାଗିଛି । କେତେବେଳେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି ତ ଆଉ କେତେବେଳେ ଅଫିସର ଆସବାବପତ୍ର ବିକ୍ରି କରୁଛନ୍ତି । ଏହାରି ଭିତରେ ପୁଣି ଏକ ଖବର ସାମ୍ନାକୁ ଆସିଛି । ସକାଳ 4ଟାରେ ଏଲନ ମସ୍କ ଜଣେ ଟ୍ବିଟର ନିବେଶକଙ୍କୁ କହିଛନ୍ତି, "ମରିବା ପରେ ଭଡା ଦେବି। କମ୍ପାନୀ କାର୍ଯ୍ୟାଳୟର ଭଡାର କ୍ଷତି ମୋ ମୃତଦେହ ଉପରେ ଭରଣା କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ଟ୍ବିଟର ଇଣ୍ଡିଆର 2ଟି କାର୍ଯ୍ୟାଳୟ ବନ୍ଦ, ଘରୁ କାମ କରିବେ କର୍ମଚାରୀ

ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଟ୍ବିଟରକୁ ନେଇ ଟ୍ବିଟରର ପୂର୍ବତନ କର୍ମଚାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମକଦ୍ଦମା ଅନୁସାରେ, ଟ୍ୱିଟର 2.0ରେ ବିନିଯୋଗ କରିଥିବା ଉଦ୍ୟୋଗୀ ପାବଲୋ ମେଣ୍ଡୋଜା ମସ୍କଙ୍କ ସହ ବାର୍ତ୍ତାଳାପ କରିଥିଲେ । ଏହି ସମୟରେ ମସ୍କ ତାଙ୍କୁ କହିଥିଲେ, "ମୁଁ ଭଡା ନଦେବା ପାଇଁ ନିଷ୍ପତ୍ତି ନେଇ ସାରିଛି । ଏହା ଉପରେ ଆଉ କୌଣସି ଆଲୋଚନା ହୋଇପାରିବ ନାହିଁ ।"

ଏହି ମକଦ୍ଦମାରେ ଦର୍ଶାଯାଇଛି ଯେ, ଟ୍ୱିଟରରେ 12 ବର୍ଷ କାର୍ଯ୍ୟ କରିଥିବା ଏବଂ ଅଫିସ୍ ଡିଜାଇନ୍ ତଦାରଖ କରୁଥିବା ଜୋସେଫ୍ କିଲିଆନ୍ ଜାଣିଥିଲେ ଯେ, ମସ୍କ ଅଫିସ୍ ଭଡା ଦେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଲିଆନ୍, ମସ୍କଙ୍କ ସ୍ଥିତି ବିଷୟରେ ଜାଣି ମଣ୍ଡୋଜା ମାଧ୍ୟମରେ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ।

ଏହା ମଧ୍ୟ ପଢନ୍ତୁ: ଟ୍ବିଟର୍ ନୂଆ ନିୟମ, ଏଣିକି ଭେରିଫାୟାଡ୍ ଆକାଉଣ୍ଟ ପାଇବେ 'For You' ରେକମୋଣ୍ଡେସନ୍

ମକଦ୍ଦମା ଅନୁଯାୟୀ, ମଣ୍ଡୋଜା ଭୋର 4ଟା ସମୟରେ ଏଲନ ମସ୍କଙ୍କ ସହ କରିଥିବା କଥାବାର୍ତ୍ତାର ସୂଚନା ଦେଇ କହିଛନ୍ତି, "ମୋର 4ଟା ଏଲନ ମସ୍କଙ୍କ ସହ କଥାବାର୍ତ୍ତା ହୋଇଥିଲା । ସେ ମୋତ କହିଛନ୍ତି, ମୃତ୍ୟୁ ଉପରେ ହିଁ ଭଡା ଦେବେ । " ମସ୍କଙ୍କର ଓକିଲ ଆଲେକ୍ସ ସ୍ପିରୋ କହିଛନ୍ତି, ଅଫିସ୍ ମାଲିକଙ୍କ ପାଇଁ ଟ୍ୱିଟର ଭଡ଼ା ଦେବା କଥା ଭାବିବା ଅନୁଚିତ । ସାନ୍‌ ଫ୍ରାନ୍ସିସ୍କୋରେ ଥିବା ଟ୍ୱିଟରର ଅଫିସ ଜମି ମାଲିକ ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମରେ ଭଡ଼ା ନଦେବା ପାଇଁ ମକଦ୍ଦମା ଦାଖଲ କରିଥିଲେ ।

ଏହି ସମୟରେ, ସାନ୍‌ ଫ୍ରାନ୍ସିସ୍କୋର ଅଧିକାରୀମାନେ ଟ୍ବିଟରର ପୂର୍ବତନ କର୍ମଚାରୀଙ୍କ ମକଦ୍ଦମା ପରେ ଯାଞ୍ଚ ଆରମ୍ଭ କରିଛନ୍ତି । ଏଲନ ମସ୍କଙ୍କ ଟିମ୍ ଉଦ୍ଦେଶ୍ୟମୂଳକ ଭାବେ ଚୁକ୍ତିନାମା ଉଲ୍ଲଂଘନ କରିଛନ୍ତି ଏବଂ ଭଡା ନଦେବା ପାଇଁ ଯୋଜନା କରୁଛନ୍ତି । ଜାଣିଶୁଣି ଏହି 6 କର୍ମଚାରୀ ନିୟମକୁ ଭଙ୍ଗ କରୁଥିବା ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.