ETV Bharat / science-and-technology

Twitter: ଲୋଗୋ ସହ ବଦଳିଲା ନାମ, ପ୍ରୋଫାଇଲ୍ ପିକ୍ ବଦଳାଇ ହିଣ୍ଟ୍ ଦେଇଥିଲେ ମସ୍କ - Elon Musk Has Changed His Profile Picture

ଟ୍ୱିଟର ବର୍ତ୍ତମାନ X ଭାବରେ ପରିଚିତ ହେବ । ଏହା ଆଜିଠାରୁ ଆରମ୍ଭ ହୋଇଛି । ମାଇକ୍ରୋ ବ୍ଲଗିଂ ସାଇଟ୍‌ ମାଲିକ ମସ୍କ ନୂତନ ଲୋଗୋ ନେଇ ତାଙ୍କର ପ୍ରୋଫାଇଲ୍ ପିକ୍ ପରିବର୍ତ୍ତନ କରିଛନ୍ତି । ଏଥିସହ ଟ୍ବିଟର URL ସମ୍ବନ୍ଧରେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି । ଏ ସମ୍ବନ୍ଧରେ ଅପଡେଟ୍ କ’ଣ ? ଜାଣନ୍ତୁ

ଲୋଗୋ ଏବଂ ନାମ ପରିବର୍ତ୍ତନ, ଏଲନ୍ ମସ୍କ ତାଙ୍କର ପ୍ରୋଫାଇଲ୍ ପିକ୍ ବଦଳାଇ ଦେଲେ ହିଣ୍ଟ୍

author img

By

Published : Jul 24, 2023, 1:02 PM IST

Updated : Jul 24, 2023, 2:58 PM IST

ହାଇଦ୍ରାବାଦ: ଟ୍ବିଟରରେ ବଡ଼ ଧରଣର ପରିବର୍ତ୍ତନ । ଲୋଗୋ ଏବଂ ନାମ ହେଲା ପରିବର୍ତ୍ତନ । ଟ୍ୱିଟର ବର୍ତ୍ତମାନ X ନାଁ ରେ ପରିଚିତ ହେବ । ନୀଳ ଚଢେଇ ପରିବର୍ତ୍ତେ X ଲୋଗୋ ଦେଖିବେ ୟଜୁର୍ସ । କେବଳ ଏତିକି ନୁହେଁ ମସ୍କ ଟ୍ବିଟରର ୱେବସାଇଟକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଆଜି ଯେକୌଣସି ସମୟରେ ମସ୍କ କମ୍ପାନୀର ଲୋଗୋ ପରିବର୍ତ୍ତନ କରିପାରନ୍ତି । ମସ୍କ ନୂତନ ଲୋଗୋ ସହ କମ୍ପାନୀର ନାମ ଟ୍ୱିଟ୍ କରି ନିଜର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କରିଛନ୍ତି । ସେ Xକୁ ତାଙ୍କର ପ୍ରୋଫାଇଲ୍ ପିକ୍ ଭାବରେ ସେଟ୍ କରିଛନ୍ତି ଯାହା ଗତକାଲି ସେୟାର୍ କରିଥିବା ଫଟୋ ସହ ସମାନ ।

ଏଲୋନ୍ ମସ୍କ ଉଭୟ କମ୍ପାନୀର ଲୋଗୋ ଏବଂ URL ପରିବର୍ତ୍ତନ କରିଛନ୍ତି । ଟ୍ୱିଟର ୱେବସାଇଟରେ ପହଞ୍ଚିବାକୁ ମସ୍କ ଏକ ନୂତନ ଲିଙ୍କ (X.com) ସେୟାର କରିଛନ୍ତି । ଏଲନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ X.com ବର୍ତ୍ତମାନଠାରୁ ଟ୍ୱିଟରକୁ ରିଡାଇରେକ୍ଟ କରିବ, ଅର୍ଥାତ୍ ୟୁଜର୍ସମାନେ X.com URLରେ ସର୍ଚ୍ଚ କରିବା ପରେ ଟ୍ୱିଟରର ସାଇଟ୍ ଖୋଲିପାରିବେ। ବର୍ତ୍ତମାନ X.com ସର୍ଚ୍ଚ କରିବା ସମୟରେ ଟ୍ୱିଟର ସାଇଟ୍ ଖୋଲୁଛି ଏବଂ ଏହା ଟ୍ୱିଟରର ଏକ ବଡ ପରିବର୍ତ୍ତନ । ବର୍ତ୍ତମାନ twitter.com ସର୍ଚ୍ଚ ପରିବର୍ତ୍ତେ ୟୁଜର୍ସଙ୍କୁ X.com ସର୍ଚ୍ଚ କରିବାକୁ ପଡିବ।

  • If a good enough X logo is posted tonight, we’ll make go live worldwide tomorrow

    — Elon Musk (@elonmusk) July 23, 2023 " class="align-text-top noRightClick twitterSection" data=" ">

ରବିବାର ଦିନ କମ୍ପାନୀର ଲୋଗୋ ବଦଳାଇବା ବିଷୟରେ ଏଲନ୍ ମସ୍କ କହିଥିଲେ, "ଶୀଘ୍ର ଆମେ ଟ୍ୱିଟରର ନୀଳ ଚଢେଇକୁ ଗୁଡ ବାଏ କହିବୁ। ଟ୍ୱିଟରର ପକ୍ଷୀ ଲୋଗୋକୁ X ସହ ବଦଳାଇବା ପାଇଁ ୟୁଜର୍ସଙ୍କ ପରାମର୍ଶ ଆବଶ୍ୟକ ଏବଂ ଉପଯୁକ୍ତ ଲୋଗୋ ପାଇବା ମାତ୍ରେ ଏହି ଲୋଗୋକୁ ପରିବର୍ତ୍ତନ କରାଯିବ ।" ସେ ଆହୁରି କହିଥିଲେ, "ଯଦି ଆଜି ରାତି ସୁଦ୍ଧା ଏକ ଭଲ ଲୋଗୋ ପୋଷ୍ଟ କରାଯାଏ, ତେବେ ଆଜିଠାରୁ ଏହାକୁ ସାରା ବିଶ୍ବରେ ଲାଇଭ୍ କରାଯିବ । ତାହା ଟ୍ୱିଟରର ନୂଆ ଲୋଗୋ ହେବ । ଗତ ସନ୍ଧ୍ୟାରେ ମସ୍କ ତାଙ୍କ ପ୍ରୋଫାଇଲରେ ଏକ ଭିଡିଓ ମଧ୍ୟ ପିନ୍ କରିଥିଲେ ।" ବର୍ତ୍ତମାନ X ଲୋଗ ଥିବା ଫୋଟକୁ ନିଜର ପ୍ରୋଫାଇଲ ପିକ୍‌ ସେଟ୍‌ କରିଛନ୍ତି ମସ୍କ । ଏହା କମ୍ପାନୀର ନୂତନ ଲୋଗୋ ହୋଇପାରେ ।

  • X is the future state of unlimited interactivity – centered in audio, video, messaging, payments/banking – creating a global marketplace for ideas, goods, services, and opportunities. Powered by AI, X will connect us all in ways we’re just beginning to imagine.

    — Linda Yaccarino (@lindayacc) July 23, 2023 " class="align-text-top noRightClick twitterSection" data=" ">

ଚାଇନାର WeChat ସହ ପ୍ରତିଦ୍ୱନ୍ଦ୍ୱିତା କରିବ X

ଏଲନ୍ ମସ୍କ Xକୁ ଚାଇନାର WeChat ଭଳି କରିବାକୁ ଚାହୁଁଛନ୍ତି । ଏକ ପ୍ରସିଦ୍ଧ ସୋସିଆଲ୍ ମିଡିଆ ଆପ୍ ହେବା ସହ WeChat ଲୋକମାନଙ୍କୁ ବ୍ୟାଙ୍କିଂ ଏବଂ ପେମେଣ୍ଟ ସୁବିଧା ମଧ୍ୟ ଯୋଗାଇଥାଏ । ମସ୍କ ମଧ୍ୟ ଟ୍ବିଟରରେ ବା Xରେ ଏଭଳି ସୁବିଧା ଆଣିବାକୁ ଚାହୁଁଛନ୍ତି । ଗତକାଲି ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ ଏହି ପ୍ରସଙ୍ଗରେ କିଛି ଟ୍ୱିଟ୍ କରିଥିଲେ, ଯେଉଁଥିରେ ସେ ଲୋଗୋ ସହିତ କମ୍ପାନୀର ରୋଡ୍ ମ୍ୟାପ୍ ସେୟାର କରିଥିଲେ । ଶୀଘ୍ର ୟୁଜର୍ସଙ୍କୁ ଭିଡିଓ କଲିଂ, ବ୍ୟାଙ୍କିଂ ଏବଂ Xରେ ପେମେଣ୍ଟ ପରି ଫିଚର ମିଳିପାରେ ।

ଏହା ମଧ୍ୟ ପଢନ୍ତୁ:ଶୀଘ୍ର ଉଡ଼ିଯିବ ନୀଳ ପକ୍ଷୀ, ନୂତନ ଲୋଗୋର ଭିଡିଓ ସେୟାର କଲେ ମସ୍କ

ଟ୍ୱିଟର ସିଇଓ ଲିଣ୍ଡା ୟାକାରିନୋ ଟ୍ବିଟ୍‌

ଟ୍ୱିଟର ସିଇଓ ଲିଣ୍ଡା ୟାକାରିନୋ କିଛି ଘଣ୍ଟା ପୂର୍ବରୁ ଟ୍ୱିଟ୍‌ କରି କହିଥିଲେ, "ସକରାତ୍ମକ ପରିବର୍ତ୍ତନର ସୀମା ନାହିଁ । ସମ୍ପର୍କ ସ୍ଥାପନ ପାଇଁ X ଏକ ନୂଆ ଭବିଷ୍ୟତ ଲେଖିବ । ଟ୍ବିଟରକୁ ଅତୀତରେ କିଛି ନୂଆ କରିବା ପାଇଁ ସମାଲୋଚକମାନେ ପ୍ରେରଣା ଯୋଗାଇଥିଲେ । ଏହାଦ୍ବାରା କିଛି ନୂଆ ରୂପରେ ନଜର ଆସିବ X । ଗତ ୮ ମାସ ଧରି ଏଲନ୍‌ ମସ୍କ ମୁଁ ଏହା ଉପରେ କାମ କରୁଥିଲୁ । ଆମେ କିଛି ଅଧିକା ଓ କିଛି ନୂଆ କରିବା ପାଇଁ ଚେଷ୍ଟା କରିବୁ ।"

Last Updated : Jul 24, 2023, 2:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.