ହାଇଦ୍ରାବାଦ: ଟ୍ୱିଟର ଅର୍ଥାତ୍ ଏକ୍ସ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଶୀଘ୍ର ଏକ୍ସ ପ୍ଲାଟଫର୍ମରେ ଭିଡିଓ ଏବଂ ଅଡିଓ କଲିଂର ସୁବିଧା ମିଳିବ। ବର୍ତ୍ତମାନ ଏକ୍ସ ସିଇଓ ଏଲନ୍ ମସ୍କ ଏହି ନୂତନ ଫିଚର ନେଇ ଘୋଷଣା କରିଛନ୍ତି। ଏଥିରେ ବିଶେଷ କଥା ହେଉଛି ଭିଡିଓ କିମ୍ବା ଅଡିଓ କଲ୍ ପାଇଁ ଏକ ମୋବାଇଲ୍ ନମ୍ବର ମଧ୍ୟ ଆବଶ୍ୟକ ହେବ ନାହିଁ। ମସ୍କ ଏକ୍ସରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି। ତେବେ ମସ୍କଙ୍କ ଏହି ଘୋଷଣା ପରେ ଜିଓ, ଏୟାରଟେଲ କିମ୍ବା ଭିଆଇ ଭଳି ଟେଲିକମ୍ କମ୍ପାନୀଗୁଡିକ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।
-
Video & audio calls coming to X:
— Elon Musk (@elonmusk) August 31, 2023 " class="align-text-top noRightClick twitterSection" data="
- Works on iOS, Android, Mac & PC
- No phone number needed
- X is the effective global address book
That set of factors is unique.
">Video & audio calls coming to X:
— Elon Musk (@elonmusk) August 31, 2023
- Works on iOS, Android, Mac & PC
- No phone number needed
- X is the effective global address book
That set of factors is unique.Video & audio calls coming to X:
— Elon Musk (@elonmusk) August 31, 2023
- Works on iOS, Android, Mac & PC
- No phone number needed
- X is the effective global address book
That set of factors is unique.
ଏଲନ ମସ୍କଙ୍କ ଟ୍ବିଟର ମୁତାବକ, ଟ୍ୱିଟରରେ ଆସୁଥିବା ଏହି ଫିଚର ଆଇଓଏସ୍ (iOS), ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ PC ରେ କାମ କରିବ। ଏଲନ୍ ମସ୍କ କହିଛନ୍ତି ଯେ ଏକ୍ସ ହେଉଛି ଏକ ପ୍ରଭାବଶାଳୀ ବିଶ୍ୱସ୍ତରୀୟ ଠିକଣା ପୁସ୍ତକ। ମସ୍କ କହିଛନ୍ତି ଯେ ଏନେଇ ଆଗାମୀ ଦିନରେ ୟୁଜର୍ସମାନଙ୍କର ଏକ ଭିନ୍ନ ଏବଂ ଉନ୍ନତ ଅଭିଜ୍ଞତା ରହିବ। ସେ ଏହା ମଧ୍ୟ କହିଛନ୍ତି ଯେ ଭିଡିଓ କିମ୍ବା ଅଡିଓ କଲ୍ ପାଇଁ ଏକ ମୋବାଇଲ୍ ନମ୍ବର ମଧ୍ୟ ଆବଶ୍ୟକ ହେବ ନାହିଁ। ପ୍ରକାଶ ଥାଉ କି, ୟୁଜର୍ସମାନେ ମେସେଜ ସେକ୍ସନରୁ ସିଧାସଳଖ ଏହି ଅଡିଓ କିମ୍ବା ଭିଡିଓ କଲ କରିବାର ବିକଳ୍ପ ପାଇବେ। କିନ୍ତୁ ଏହି ଫିଚରର ସୁବିଧା କେବେ ଠାରୁ ମିଳିବ ଏବଂ ଏହା କାହା ପାଇଁ ସେନେଇ ମସ୍କ କୌଣସି ସୂଚନା ଦେଇନାହାନ୍ତି।
ସୂଚନା ଥାଉ କି, ଆପରେ ନୂତନ ଫିଚର ଯୋଡିବାର କାରଣ ହେଉଛି ଏଲନ୍ ମସ୍କ ନିଜର ଆପକୁ ଏକ ସୁପର ଆପ୍ କରିବାକୁ ଚାହୁଁଛନ୍ତି। ମସ୍କଙ୍କ କହିବାନୁସାରେ ଯଦି ଏକ୍ସରେ ଅଡିଓ ଏବଂ ଭିଡିଓ କଲିଂ ପାଇଁ ୟୁଜର୍ସଙ୍କୁ ଫୋନ୍ ନମ୍ବର ଆବଶ୍ୟକ ପଡିବ ନାହିଁ। ତେବେ ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ହେବ କାରଣ ଏପର୍ଯ୍ୟନ୍ତ କୌଣସି ଆପ୍ ନାହିଁ ଯେଉଁଠାରେ ଏପରି ସୁବିଧା ଉପଲବ୍ଧ ଅଛି।
ଏହା ମଧ୍ୟ ପଢନ୍ତୁ: ଆଉ ଏକ ପରିବର୍ତ୍ତନ କଲେ ଏଲନ ମସ୍କ, ଟ୍ବିଟଡେକ ହେଲା ଏକ୍ସପ୍ରୋ
ସେପଟେ ଏହା ପୂର୍ବରୁ ମଧ୍ୟ ମସ୍କ ଏକ୍ସରୁ ଖୁବଶୀଘ୍ର ବ୍ଲକିଂ ସୁବିଧାକୁ ହଟାଇ ଦିଆଯିବା। ଏହା ପାଇଁ କାମ ଜାରି ରହିଥିବା ଘୋଷଣା କରିଥିଲେ। ଏଣିକି ୟୁଜର୍ସ ଚାହିଁଲେ ମଧ୍ୟ ଏକ୍ସରେ କାହାକୁ ବ୍ଲକ କରିପାରିବେ ନାହିଁ । ଏକ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ମସ୍କ ଏଭଳି ଘୋଷଣା କରିଥିଲେ । ସେ କହିଥିଲେ ଯେ, "ଡାଇରେକ୍ଟ ମେସେଜ(DM)କୁ ଛାଡି ଅନ୍ୟ ସମସ୍ତ ବ୍ଲକିଂ ସୁବିଧାକୁ ଏକ୍ସରୁ ଶୀଘ୍ର ହଟାଇ ଦିଆଯିବ । ଏକ୍ସରେ ଏହି ଫିଚରର କୌଣସି ଆବଶ୍ୟକତା ନାହିଁ ।" ବ୍ଲକ ପରିବର୍ତ୍ତେ ମ୍ୟୁଟ କରିବାର ସୁବିଧା ବ୍ୟବହାର କରିବାକୁ ସେ ୟୁଜର୍ସଙ୍କୁ ପରାମର୍ଶ ଦେଇଛନ୍ତି।