ଲକ୍ଷ୍ନୌ: ଏଣିକି ଇଲେକ୍ଟ୍ରିକ ଯାନବାହନର ଚାର୍ଜିଂକୁ ନେଇ ଆଉ ରହିବ ନାହିଁ ଚିନ୍ତା । ଆଇଟିଏମ ଗୀଡା ଗୋରଖପୁରରେ ନୂତନ ଉଦ୍ଭାବନ ଇଲେକ୍ଟ୍ରିକ ଯାନବାହନ ମାନଙ୍କ ଚାର୍ଜିଂ ପ୍ରକ୍ରିୟାକୁ ଏକ ନୂଆ ଦିଗ ପ୍ରଦାନ କରିବ । ଏହି ଇନୋଭେସନର ବିଶେଷତା ଏହିକି ଯେ ଏହା ଦ୍ବାରା ସଡକ ଉପରେ ଚାଲୁଥିବା ଅବସ୍ଥାରେ ଇଲେକ୍ଟ୍ରିକ ବାଦନ ଗୁଡିକୁ ଚାର୍ଜିଂ କରାଯାଇପାରିବ । ଏଥିପାଇଁ ଲୋକଙ୍କୁ କୌଣସି ସ୍ଥାନରେ ଛିଡା କରିବାକୁ ପଡିବ ନାହିଁ । ଏହି ପ୍ରୋଜେକ୍ଟକୁ ଗୋରଖପୁର ଆଇଟିଏମ ଗୀଡା, ଗୋରଖପୁରର କମ୍ପୁଟର ସାଇନ୍ସର ଛାତ୍ର ଅବିନାଶ ଓ ଆକାଶ ପାଲ ବନାଇଛନ୍ତି ।
ଅବିନାଶଙ୍କ କହିବା ମୁତାବକ ଇଲେକ୍ଟ୍ରୋମ୍ୟାଗନେଟିକ ଇଣ୍ଡକ୍ସନ ଟେକ୍ନୋଲୋଜି ଜରିଆରେ ସଡକ ଉପରେ ତିଆରି ହୋଇଥିବା ରୋଡ ଡିଭାଇଡରରୁ ଇଲେକ୍ଟ୍ରିକ ଗାଡି ଗୁଡିକ ରାସ୍ତାରେ ଚାଲୁଥିବା ଅବସ୍ଥାରେ ଚାର୍ଜ ହୋଇଯିବ । ଏହି ସ୍ମାର୍ଟ ଇଲେକ୍ଟ୍ରୋମ୍ୟାଗନେଟିକ ଇଣ୍ଡକ୍ସନ ଡିଭାଇସ ରୋଡ ଡିଭାଇଡରରେ ଥିବା ଇଲେକ୍ଟ୍ରୋମ୍ୟାଗନେଟିକ ଇଣ୍ଡକ୍ସନ ସହିତ ଏକାଠି କାମ କରିବ । ଏହାଦ୍ବାରା ଇଲେକ୍ଟ୍ରିକ କରେଣ୍ଟ ଉତ୍ପନ୍ନ ହେବ । ଏହି କରେଣ୍ଟ ଇଲେକ୍ଟ୍ରୋମ୍ୟାଗନେଟିକ ରିସିଭର ଚିପ୍ ଥିବା ବାହାନକୁ ଯିବ ଏବଂ ଏହି ଚିପ ବାହନର ବ୍ୟାଟେରୀ ସହିତ ସଂଯୋଗ ହେବ । ଏହା ଦ୍ବାରା ବ୍ୟାଟେରୀ ଚାର୍ଜ ହୋଇଯିବ ।
ଏହା ମଧ୍ୟ ପଢନ୍ତୁ ... ମସ୍ତିଷ୍କକୁ ପଢିପାରୁଥିବା ହେଲମେଟ ଉଦ୍ଭାବନ କଲେ ବୈଜ୍ଞାନିକ, ଭାଷାରେ ଅନୁବାଦ ହେବ ବିଚାର
ଏହାଛଡା ଇଲେକ୍ଟ୍ରୋମ୍ୟାଗନେଟିକ ରିସିଭର ଚିପ୍ ସୌର କିରଣରେ ମଧ୍ୟ କାମ କରିବ । ଏହା ଦ୍ବାରା ବିଜୁଳି ସଞ୍ଚୟ କରାଯାଇପାରିବ । ଯଦି ଏହି ରିସିଭର ଚିପକୁ କୌଣସି ଇଲେକ୍ଟ୍ରିକ ବାହନର ମୋଟର ସହିତ ସଂଯୋଗ କରାଯାଏ ତେବେ ଛୋଟ ଇଲେକ୍ଟ୍ରିକଲ ଗାଡି ଗୁଡିକ ମଧ୍ୟ ବିନା ବ୍ୟାଟେରୀରେ ଚାଲି ପାରିବ । ଆଇଟିଏମ ଗୀଡା ଗୋରଖପୁରର ନିର୍ଦେଶକ ଡ. ଏନ କେ ସିଂ କହିଛନ୍ତି ଯେ ଏହି ଛାତ୍ରମାନେ କଲେଜର ଇନୋଭେସନ ସେଲରେ ଏହି ପ୍ରୋଜେକ୍ଟକୁ ପ୍ରସ୍ତୁତ କରିଛନ୍ତି । ଏହା ଦ୍ବାରା ଇଲେକ୍ଟ୍ରିକ ବାହନ ଗୁଡିକ ରାସ୍ତା ଉପରେ ଚାଲୁଥିବା ଅବସ୍ଥାରେ ଚାର୍ଜ ହୋଇପାରିବ । ଏହା ଦ୍ବାରା ଇଲେକ୍ଟ୍ରିକ ଗାଡି ଗୁଡିକ ଦ୍ବାରା ଅଧିକ ଦୂର ଯାତ୍ରା କରିବା ସମ୍ଭବପର ହୋଇପାରିବ ।
ସେହିପରି ବୀର ବାହାଦୂର ସିଂ ପ୍ଲାନେଟୋରିୟମର କ୍ଷେତ୍ରୀୟ ବୈଜ୍ଞାନିକ ଅଧିକାରୀ ମହାଦେବ ପାଣ୍ଡେ କହିଛନ୍ତି ଯେ ଏହା ଏକ ନୂତନ ସମୟ ଉପଯୋଗୀ ଉଦ୍ଭାବନ ଅଟେ । ଏହି ଟେକ୍ନୋଲୋଜି ଦ୍ବାରା ଆଗାମୀ ଦିନରେ ଇଲେକ୍ଟ୍ରିକ ବାହନ ଗୁଡିକ ଅଧିକ ଗ୍ରହଣୀୟ ହୋଇପାରିବ ଏବଂ ପେଟ୍ରୋଲ-ଡିଜେଲ ଚାଳିତ ବାହନ ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣ କମ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ