ETV Bharat / science-and-technology

ପୋଲିସ ଟିମରେ ବିଲେଇ ନାହାନ୍ତି କାହିଁକି ? ମସ୍କ୍‌ଙ୍କ ପ୍ରଶ୍ନର ଜବାବ ଦେଲା ଦିଲ୍ଲୀ ପୋଲିସ

author img

By

Published : Jun 2, 2023, 7:39 PM IST

ଏଲୋନ୍ ମସ୍କ ଟ୍ୱିଟରରେ ଏକ ପ୍ରଶ୍ନ ପଚାରି ଲେଖିଥିଲେ ଯେ, ପୋଲିସ୍ ଟିମରେ କୁକୁର ଅଛନ୍ତି କିନ୍ତୁ ବିଲେଇମାନେ କାହିଁକି ନାହାନ୍ତି? ଏହାର ଜବାବରେ ଦିଲ୍ଲୀ ପୋଲିସ ଏକ ମଜାଦାର ଉତ୍ତର ଦେଇଛି। ପଢନ୍ତୁ ପୁରା ଖବର

delhi police answered to elon musk tweet

ନୂଆଦିଲ୍ଲୀ: କୌଣସି ନା କୌଣସି କଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଏଲନ୍‌ ମସ୍କ । ତାଙ୍କ ଟ୍ବିଟ୍‌କୁ ନେଇ ସବୁବେଳେ ସେ ହେଡ୍‌ଲାଇନରେ ରହିଥାଆନ୍ତି । ତେବେ ବର୍ତ୍ତମାନ ତାଙ୍କ ପୁଅ ପଚାରିଥିବା ପ୍ରଶ୍ନକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ଏନେଇ ସେ ଏକ ଟ୍ବିଟ କରିଥିବା ବେଳେ ଏହାର ଉତ୍ତର ଦେଇଛି ଦିଲ୍ଲୀ ପୋଲିସ । ଏଲନ୍‌ ମସ୍କ ଟ୍ବିଟରରେ ଟ୍ବିଟ୍‌ କରି ଲେଖିଥିଲେ, 'ପୋଲିସ ଟିମ୍‌ରେ କୁକୁରକୁ ରଖାଯାଉଛି ହେଲେ ବିଲେଇ କାହିଁକି ନାହାନ୍ତି ? ଏହି ପ୍ରଶ୍ନ ମୋ ପୁଅ ଲିଲ୍‌ ଏକ୍ସ ପଚାରୁଛି ।" ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର ଦେଇଛି ଦିଲ୍ଲୀ ପୋଲିସ ।

ଏହା ମଧ୍ୟ ପଢନ୍ତୁ: Twitter Bans Millions Accounts: ନିୟମ ଖିଲାପ କରିବାରୁ 25 ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ

ଦିଲ୍ଲୀ ପୋଲିସ ଏଲନ ମସ୍କ୍‌ଙ୍କୁ ପ୍ରତିଉତ୍ତର ଦେଇ କହିଛନ୍ତି, "ପୋଲିସ ଟିମରେ ବିଲେଇ ନଥାନ୍ତି କାରଣ ସେମାନେ ଅପରାଧିକ ଚିନ୍ତାଧାରାର ହୋଇ ଥାଆନ୍ତି । ଏଣୁ ବୁକ୍‌ ହୋଇ ପାରନ୍ତି । ଏହା ଆପଣ ଲିଲ୍‌ ଏକ୍ସକୁ କହି ଦିଅନ୍ତୁ।" ମସ୍କଙ୍କ ଉତ୍ତର ଦେଇ ଦିଲ୍ଲୀ ପୋଲିସ ପକ୍ଷରୁ ମଜାଳିଆ ଢଙ୍ଗରେ ଏଭଳି ଉତ୍ତର ରଖା ଯାଇଛି ।

ମସ୍କଙ୍କ ଟ୍ବିଟରେ 21 ମିଲିୟନରୁ ଅଧିକ ଭ୍ୟୁ: ଏଲନ୍ ମସ୍କଙ୍କ ଦ୍ୱାରା ପଚରାଯାଇଥିବା ଏହି ପ୍ରଶ୍ନ ଉପରେ 21 ମିଲିୟନରୁ ଅଧିକ ଭ୍ୟୁ ଆସିଛି ଏବଂ ୟୁଜର୍ସମାନେ ଏହାର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଦିଲ୍ଲୀ ପୋଲିସ ଏହାର ଜବାବ ଦେବା ପରେ ୟୁଜର୍ସମାନେ ଦିଲ୍ଲୀ ପୋଲିସର ପ୍ରଶଂସା କରୁଛନ୍ତି ଏବଂ ଦିଲ୍ଲୀ ପୋଲିସର ଟ୍ୱିଟର ହ୍ୟାଣ୍ଡେଲ ଚଳାଉଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ଦେବାକୁ କହିଛନ୍ତି । ମସ୍କ୍‌ଙ୍କ ଟ୍ୱିଟରେ 11 ହଜାରରୁ ଅଧିକ ରି-ଟ୍ୱିଟ୍, 1727ରୁ ଅଧିକ କୋଟ୍, 180 ହଜାରରୁ ଅଧିକ ଲାଇକ୍‌ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ବର୍ନାର୍ଡ ଆର୍ନଲ୍ଟକୁ ପଛରେ ପକାଇଲେ ଏଲନ ମସ୍କ, ହେଲେ ଧନୀ ନମ୍ବର-1

ଟ୍ବିଟରରେ ସବୁଠାରୁ ଅଧିକ ରହିଛନ୍ତି ମସ୍କଙ୍କ ଫୋଲର୍ସ: ପ୍ରକାଶଥାଉକି, ଏଲନ୍ ମସ୍କ ଟ୍ୱିଟରରେ ବହୁତ ଆକ୍ଟିଭ ରହିଥାଆନ୍ତି । ଟ୍ବିଟରରେ ଫଲୋର୍ସଙ୍କ ସଂଖ୍ୟା ଦେଖିବାକୁ ଗଲେ ସେ ପ୍ରଥମ ସ୍ଥାନରେ ରହିଛନ୍ତି । 141 ମିଲିୟନରୁ ଅଧିକ ଲୋକ୍‌ ଟ୍ୱିଟରର ପୂର୍ବତନ ସିଇଓଙ୍କୁ ଫଲୋ କରୁଛନ୍ତି । ନିକଟରେ ସେ ଟ୍ୱିଟରର ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ଦାୟିତ୍ବ ତୁଲାଉଛନ୍ତି ପୂର୍ବତନ ଏନବିସି ୟୁନିଭର୍ସାଲ ବିଜ୍ଞାପନ ମୁଖ୍ୟ ଲିଣ୍ଡା ୟାକାରିନୋ । ମସ୍କ୍‌ ବିଜନେସ ଅପରେସନର ଦାୟିତ୍ବ ସହ ନୂଆ ଟୋକ୍ନୋଲୋଜି ଉପରେ ଧ୍ୟାନ ଦେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.