ETV Bharat / science-and-technology

ବଜାରକୁ ଆସିବ ବିଶ୍ବର ପ୍ରଥମ ଗୋବର ଚାଳିତ ଟ୍ରାକ୍ଟର, ଜଳବାୟୁ ପରିବର୍ତ୍ତନ ସଙ୍କଟକୁ କରିବ ଦୂର - ପ୍ରଯୁକ୍ତିବିଦ୍ୟା ଖବର

ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ବିରଳ ଉପଲବ୍ଧି । ଲଞ୍ଚ୍‌ ହୋଇଛି ଗୋବର ଚାଳିତ ଟ୍ରାକ୍ଟର । ଜଳବାୟୁ ପରିବର୍ତ୍ତନ ସଙ୍କଟକୁ ମୁକାବିଲା କରିବାରେ ସହାୟକ ହେବ ଏହି ଟ୍ରାକ୍ଟର । ଅଧିକ ପଢନ୍ତୁ

cow-dung-tractor
cow-dung-tractor
author img

By

Published : Jan 20, 2023, 3:17 PM IST

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଗୋବରର ମାହାତ୍ମ୍ୟତା ରହିଛି । ପୂର୍ବ ସମୟରେ ଗୋବର ଜାଳେଣିଠାରୁ ଆରମ୍ଭ କରି ପନିପରିବା ଚାଷ ପାଇଁ କ୍ଷେତରେ ବିନିଯୋଗ ସାଙ୍ଗକୁ ମାଟି ଘର ଲିପିବା ଆଦି କାର୍ଯ୍ୟରେ ବ୍ୟବହାର ହେଉଥିଲା । ଏବେ ମଧ୍ୟ ଗ୍ରାମୀଣ ଅଞ୍ଚଳରେ ଏହାର ବ୍ୟବାହର ହେଉଛି । ଗୋବରର ବ୍ୟବହାର କ୍ଷେତ୍ରରେ ଆଉ ପାଦେ ଆଗେଇଛି ବିଜ୍ଞାନ । ଏହାକୁ ନେଇ ଏପରି ଏକ ଉପଲବ୍ଧି ପାଇଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଖବର ଅନୁସାରେ ବୈଜ୍ଞାନିକମାନେ ଗୋବର ଚାଳିତ ଟ୍ରାକ୍ଟର ପ୍ରସ୍ତୁତ କରିଛନ୍ତି, ଯାହା ଡିଜେଲ୍ ଚାଳିତ ଟ୍ରାକ୍ଟରଠାରୁ କିଛି କମ୍ ନୁହେଁ ।

ବେନାମାନ ନାମକ ଏକ ବ୍ରିଟିଶ କମ୍ପାନୀ ବର୍ତ୍ତମାନ ଗୋବରରୁ ନିର୍ମିତ ମିଥେନ ଗ୍ୟାସ ଦ୍ୱାରା ଚାଳିତ ଏକ ଟ୍ରାକ୍ଟର ତିଆରି କରିଛି । ଏହି 270 ହର୍ସ ପାୱାର ମିଥେନ ଚାଳିତ ଟ୍ରାକ୍ଟର ଡିଜେଲ ଚାଳିତ ଟ୍ରାକ୍ଟରଠାରୁ କିଛି କମ୍ ନୁହେଁ । ଡିଜେଲ ଟ୍ରାକ୍ଟର ତୁଳନାରେ ଏହାକୁ ଚଲାଇବା ପାଇଁ କମ୍ ମୂଲ୍ୟ ଦେବାକୁ ପଡିବ । ଏଥିସହ ଏହି ମିଥେନ ଚାଳିତ ଟ୍ରାକ୍ଟରରୁ ବହୁତ କମ୍ କ୍ଷତିକାରକ ଗ୍ୟାସ୍ ନିର୍ଗତ ହେଉଛି । ଏହାକୁ ବିଶ୍ବର ପ୍ରଥମ ଗୋବର ଚାଳିତ ଟ୍ରାକ୍ଟର କୁହାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଟ୍ରାକ୍ଟରର କେବଳ ଏକ ପ୍ରଟୋଟାଇପ୍‌ ପ୍ରସ୍ତୁତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ମୋବାଇଲ୍ ଅପରେଟିଂ ସିଷ୍ଟମ୍ ପ୍ରସ୍ତୁତ କଲା IIT-Madras, ସୁରକ୍ଷିତ ରହିବ ଗୋପନୀୟ ତଥ୍ୟ

ଜଳବାୟୁ ପରିବର୍ତ୍ତନ ସଙ୍କଟର ମୁକାବିଲା କରିବାରେ ସାହାଯ୍ୟ କରିବ:- ପ୍ରକୃତରେ ଏହି ଗୋବର ଚାଳିତ ଟ୍ରାକ୍ଟର ବ୍ରିଟିଶ କମ୍ପାନୀ ବେନାମାନ ଦ୍ୱାରା ନିର୍ମିତ ହୋଇଥିଲା । କମ୍ପାନୀ ଦଶ ବର୍ଷରୁ ଅଧିକ ସମୟ ଧରି ବାୟୋମିଥେନ୍ ଉତ୍ପାଦନ ଉପରେ ଗବେଷଣା କରୁଛି । ବେନାମାନ କମ୍ପାନୀ ଦ୍ୱାରା ନିର୍ମିତ ଏହି ଟ୍ରାକ୍ଟରକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି, କାରଣ ବିଶ୍ବାସ କରାଯାଏ ଯେ, ଏହି ବାୟୋମିଥେନ ଚାଳିତ ଟ୍ରାକ୍ଟର ଜଳବାୟୁ ପରିବର୍ତ୍ତନ ସଙ୍କଟକୁ ମୁକାବିଲା କରିବାରେ ବହୁତ ସହାୟକ ହେବ ।

କାର୍ଯ୍ୟକ୍ଷମତା ଡିଜେଲ ସହିତ ସମାନ:- 100 ଗାଈଙ୍କୁ ନେଇ ଏକ ଚାଷ ଜମିରେ ବାୟୋମିଥେନ୍ ଉତ୍ପାଦନ ପାଇଁ ଏକ ୟୁନିଟ୍ ପ୍ରତିଷ୍ଠା କରାଯାଇଥିଲା । ଏଥିରେ ଗୋବର ଏବଂ ଗୋମୂତ୍ର ସଂଗ୍ରହ କରାଯାଇ ଏକତ୍ରିତ ରଖାଯାଇଥିଲା । ଏଥିରୁ ସୃଷ୍ଟି ହୋଇଥିଲା ବାୟୋମିଥେନ୍ । ଏହି ବାୟୋମିଥେନ୍ କ୍ରାୟୋଜେନିକ୍ ଟ୍ୟାଙ୍କରେ ପମ୍ପ କରାଯାଇଥିଲା । ପରେ ଏହି ଟ୍ୟାଙ୍କକୁ ଏକ ଟ୍ରାକ୍ଟରରେ ଲଗାଯାଇଥିଲା । ଟ୍ରାକ୍ଟରରେ ଟ୍ୟାଙ୍କର ଲଗାଯିବା ପରେ ଚାଲିଥିଲା ଟ୍ରାକ୍ଟର । ତେବେ କହିରଖୁଛୁ ଯେ, କ୍ରାୟୋଜେନିକ୍ ଟ୍ୟାଙ୍କରେ 160 ଡିଗ୍ରୀ ତାପମାତ୍ରାରେ ତରଳ ମିଥେନ ରହିଥାଏ । ଏହା ଟ୍ରାକ୍ଟରକୁ ଡିଜେଲ ପରି ଚଲାଇବାର କ୍ଷମତା ଦେଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.