ETV Bharat / science-and-technology

IFA ବାଣିଜ୍ୟ ମେଳା 2020: ଚଳିତ ବର୍ଷ ମହାମାରୀ ସମ୍ବନ୍ଧୀୟ ଟେକ୍ନୋଲୋଜି ପ୍ରଦର୍ଶନ - IFA ବାଣିଜ୍ୟ ମେଳା 2020

1924 ମସିହାରୁ IFA ବାଣିଜ୍ୟ ମେଳା ଚାଲିଆସୁଛି ଏବଂ ଏହା ନିୟମିତ ଭାବରେ 200,000 ରୁ ଅଧିକ ଲୋକଙ୍କୁ ଜର୍ମାନର ରାଜଧାନୀ ବର୍ଲିନର ବୃହତ ମେସେ ପ୍ରଦର୍ଶନୀ ପଡ଼ିଆକୁ ଆକର୍ଷିତ କରିଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ମହାମାରୀ କାରଣରୁ ଏଥିରେ ଭିଡ କମ ରହିଛି, ଏହାସହ ଏବର୍ଷ ମହାମାରୀ ସମ୍ବନ୍ଧୀୟ ଟେକ୍ନୋଲୋଜିର ହେଉଛି ପ୍ରଦର୍ଶନ । ଅଧିକ ପଢ଼ନ୍ତୁ...

Startups show in berline,  2020 IFA trade fair, pandemic-related tech at IFA, IFA ବାଣିଜ୍ୟ ମେଳା 2020, ମହାମାରୀ ସମ୍ବନ୍ଧୀୟ ଟେକ୍ନୋଲୋଜି ପ୍ରଦର୍ଶନ
IFA ବାଣିଜ୍ୟ ମେଳା 2020: ଚଳିତ ବର୍ଷ ମହାମାରୀ ସମ୍ବନ୍ଧୀୟ ଟେକ୍ନୋଲୋଜି ପ୍ରଦର୍ଶନ
author img

By

Published : Sep 8, 2020, 12:34 PM IST

Updated : Feb 16, 2021, 7:52 PM IST

ବର୍ଲିନ୍: 2020 IFA ବାଣିଜ୍ୟ ମେଳା ଇଭେଣ୍ଟ ବର୍ତ୍ତମାନ ଖୋଲା ରହିଛି, କିନ୍ତୁ କୋରୋନାଭାଇରସ ମହାମାରୀ କାରଣରୁ ଏହା ଭିନ୍ନ ଏକ ପରିସ୍ଥିତିରେ ଅନୁଷ୍ଠିତ ହେଉଛି ।

1924 ମସିହାରୁ ଏହି ବାଣିଜ୍ୟ ମେଳା ଚାଲିଆସୁଛି ଏବଂ ଏହା ନିୟମିତ ଭାବରେ 200,000 ରୁ ଅଧିକ ଲୋକଙ୍କୁ ଜର୍ମାନର ରାଜଧାନୀ ବର୍ଲିନର ବୃହତ ମେସେ ପ୍ରଦର୍ଶନୀ ପଡ଼ିଆକୁ ଆକର୍ଷିତ କରିଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ମହାମାରୀ କାରଣରୁ ବର୍ଲିନ୍ ପ୍ରଦର୍ଶନୀ ପଡିଆରେ କେବଳ ଅଳ୍ପ କିଛି ସାମ୍ବାଦିକ ଏବଂ ବାଣିଜ୍ୟ ପରିଦର୍ଶକଙ୍କୁ ଅନୁମତି ଦିଆଯିବ ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦିଆଯିବ ।

କଠୋର ନିୟମ ଲାଗୁ କରାଯିବ । ଉଦାହରଣ ସ୍ବରୂପ, ପ୍ରତ୍ୟେକ ଥର ଗୋଟିଏ ହଲରେ ସର୍ବାଧିକ 750 ଲୋକଙ୍କୁ ଅନୁମତି ଦିଆଯାଇଛି ।

ବଜାରରେ ଏକ ନୂତନ ଟେକ୍ନୋଲୋଜି କମ୍ପାନୀ ପ୍ରତିଷ୍ଠା ହେବା ପାଇଁ ଏହା ଏକ କଠିନ ପରିସ୍ଥିତି ।

କିନ୍ତୁ ଛୋଟ କମ୍ପାନୀ ଏବଂ ଷ୍ଟାର୍ଟଅପମାନେ ସେମାନଙ୍କର ଉତ୍ପାଦଗୁଡିକ IFA NEXT ହଲରେ ପ୍ରଦର୍ଶନ କରି ଆଶା କରିଥିଲେ ଯେ ସେମାନଙ୍କର ମହାମାରୀ ସମ୍ବନ୍ଧୀୟ ଟେକ୍ନୋଲୋଜି ବଜାରରେ ପରିଚୟ ପାଇପାରିବ ।

  • ବର୍ଲିନସ୍ଥିତ ଷ୍ଟାର୍ଟଅପ ହାର୍ଟଲେ ବର୍ତ୍ତମାନ ଇଣ୍ଡକସନ ଟେକ୍ନୋଲୋଜି ମାଧ୍ୟମରେ ଯେକୌଣସି ତରଳ ପଦାର୍ଥକୁ ଗରମ କରିବାର ଏକ ସ୍ବତନ୍ତ୍ର ରଡ଼୍‌ର ପ୍ରଦର୍ଶନ କରିଛି ।
  • ଆପଣ କେବଳ ଇଣ୍ଡକସନ ଉପରେ ଏକ ଗ୍ଲାସ ପାଣି କିମ୍ବା କ୍ଷୀର ରଖିବେ ଓ ରଡ଼୍‌କୁ ସେଥିରେ ବୁଡ଼ାଇବେ ତାପରେ ମାତ୍ର କିଛି ସମୟ ମଧ୍ୟରେ ତରଳ ପଦାର୍ଥଟି ଫୁଟିବାକୁ ଲାଗିବ ।
  • ଏଥିରେ ବିଭିନ୍ନ ସେଟିଙ୍ଗ ମଧ୍ୟ ରହିଛି, ଯେମିତି କି ଚାହା ପାଇଁ 80 ଡିଗ୍ରୀ, ଶିଶୁଙ୍କ ଉଷୁମ କ୍ଷୀର ପାଇଁ, ଏହାସହ ରହିଛି ପାୱାର ମୋଡ୍‌ ଯାହାଦ୍ବାରା ତରଳ ପଦାର୍ଥ ଶୀଘ୍ର ଗରମ ହୋଇଯିବ ।

ହାର୍ଟଲେର ଯୋଗାଯୋଗ ମୁଖ୍ୟ ଲାନା ସୁଟ୍‌ଜ କହିଛନ୍ତି, ‘‘ତେଣୁ, ଏହି ମହାମାରୀ ସମୟରେ ଯେତେବେଳେ ଲୋକମାନେ ଅଧିକାଂଶ ସମୟ ଘରେ ବିତାଉଛନ୍ତି, କିମ୍ବା ଏକା ରହୁଛନ୍ତି ଆଉ ଏକ କପ କଫି ଚାହୁଁଛନ୍ତି, ତେବେ ଏହା ହେଉଛି ଶ୍ରେଷ୍ଠ ବିକଳ୍ପ । କାରଣ ଆପଣ କେବଳ ନିଜ କପକୁ ଆବଶ୍ୟକୀୟ ସାମଗ୍ରୀରେ ଭର୍ତ୍ତି କରି ରଡ୍‌କୁ ସେଥିରେ ପକାଇବେ ଓ କହିବେ ଓକେ 80 ଡିଗ୍ରୀ । ବାସ୍‌, ତାପରେ ନା ଆପଣଙ୍କୁ ପାଣି ନଷ୍ଟ କରିବାକୁ ହେବ ନା ଶକ୍ତି ।’’

ହାର୍ଟଲେ ରଡ୍ ବଜାରରେ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ କିନ୍ତୁ କମ୍ପାନୀ ଚଳିତ ବର୍ଷ ଏହାକୁ ଉପଲବ୍ଧ କରାଇବାକୁ ଆଶା କରୁଛି। ସେମାନେ ଏପର୍ଯ୍ୟନ୍ତ ଏହାର ମୂଲ୍ୟ ସ୍ଥିର କରିନାହାଁନ୍ତି।

  • ଅନ୍ୟ ଏକ କମ୍ପାନୀ ଯାହା ଆପଣଙ୍କ ଘର ଜୀବନକୁ ଅଧିକ ଆରାମଦାୟକ କରିବାକୁ ଚେଷ୍ଟା କରୁଛି ତାହା ହେଉଛି ବର୍ଲିନ୍ ସ୍ଥିତ ଗ୍ରୀନବକ୍ସ ।
  • ଏଥିରେ ଇନଡୋର ବଗିଚାଗୁଡ଼ିକୁ ବ୍ଲୁଟୁଥ୍ ସହ ସଂଯୋଗ କରିହେବ ଯାହା ଦ୍ବାରା ଆପଣ ନିଜ ସ୍ମାର୍ଟଫୋନରୁ ଆପଣଙ୍କ ଗଛ ଗୁଡିକର ଯତ୍ନ ନେଇପାରିବେ ।
  • ଆପଣଙ୍କ ଗଛଗୁଡିକର ଯତ୍ନ ନେବା ପାଇଁ ଆପଣ ଆଲୋକ ସେଟ୍ କରିପାରିବେ, ଗଛ ଗୁଡ଼ିକ କ’ଣ ଆବଶ୍ୟକ କରନ୍ତି ସେ ବିଷୟରେ ଆପଣ ପରାମର୍ଶ ପାଇପାରିବେ, ଏବଂ ଆପଣ ନିଶ୍ଚିତ କରିପାରିବେ ଯେ ଆପଣ ସେମାନଙ୍କୁ ସଠିକ୍ ପରିମାଣର ପାଣି ଦେଉଛନ୍ତି ।

ଗ୍ରୀନବକ୍ସର ପ୍ରତିଷ୍ଠାତା ଓଲଗା ବ୍ଲାସଜାକ୍ କହିଛନ୍ତି, ‘‘ବେଳେବେଳେ ଆପଣଙ୍କ ଆପାର୍ଟମେଣ୍ଟ ଗଛ କିମ୍ବା ଉଦ୍ଭିଦର ବୃଦ୍ଧି ପାଇଁ ଯଥେଷ୍ଟ ଆଲୋକ ପାଇ ନଥାଏ ଏବଂ ଯେଉଁଙ୍କର ଛୋଟ ଘର ଏବଂ ପ୍ରାୟତଃ ଅନ୍ଧରୁଆ ଆପାର୍ଟମେଣ୍ଟ ଥାଏ, ଏହା ତାଙ୍କ ପାଇଁ ଏକ ଉପଯୁକ୍ତ ସମାଧାନ ଅଟେ ।’’

ଗ୍ରୀନବକ୍ସ ଇନଡୋର ବଗିଚା ଗ୍ରୀନବକ୍ସ ୱେବସାଇଟ୍ ମାଧ୍ୟମରେ 149 ୟୁରୋ (ପ୍ରାୟ $ 176)ରେ ସାରା ବିଶ୍ବରେ ଉପଲବ୍ଧ ।

କୋରୋନାଭାଇରସ ମହାମାରୀ ଆରମ୍ଭରୁ ଅନେକ ଲୋକ ଘରୁ କାମ କରୁଥିବା ଦେଖିବାକୁ ମିଳିଛି, ସାମାଜିକ ସମ୍ପର୍କ ସହ ସାଥୀ ମାନଙ୍କ ସହ କଥାବାର୍ତ୍ତା କରିବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ।

  • ଡେନମାର୍କ ରୋବୋଟିକ୍ସ କମ୍ପାନୀ ଗୋବେ (GoBe) କହିଛି ଯେ ସେମାନଙ୍କ ୱାଇଫାଇ ପରିଚାଳିତ ରୋବଟ ଯାହା ଏକ ସ୍କ୍ରିନରେ ରୋବଟକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ଦେଖାଏ ଏନେଇ ସାହାଯ୍ୟ କରିପାରିବ ।
  • ଅଫିସରେ ଥିବା ଏକ ରୋବଟକୁ କେବଳ ଲଗଇନ୍ କରନ୍ତୁ ଏବଂ କଥାବାର୍ତ୍ତା କରିବା ପାଇଁ ଦିନକୁ ଏକ ଘଣ୍ଟା ଚଲାନ୍ତୁ ।

ଗୋବେ ରୋବଟ୍ସ ମାର୍କେଟିଂ ମ୍ୟାନେଜର ଲଷ୍ଟ ଥମସନ୍ କହିଛନ୍ତି, ‘‘ସେମାନେ ଅଫିସ୍ ଚାରିପାଖରେ ବୁଲାବୁଲି କରିପାରିବେ, କଫି ମେସିନକୁ ଯାଇ ଅନୌପଚାରିକ କଥାବାର୍ତ୍ତା କରିପାରିବେ ଯାହା ଆପଣ ସାଧାରଣତଃ ସ୍କାଇପ୍ ଏବଂ ଯୋଜନାବଦ୍ଧ ବୈଠକରେ କରିପାରିବେ ନାହିଁ।’’

GoBe ରୋବଟରେ ନୂତନ ସଂସ୍କରଣ IFA ରେ ଘୋଷିତ ହୋଇଛି ଏବଂ ମାସିକ ସେବା ଶୁଳ୍କ 499 ୟୁରୋ (ପ୍ରାୟ $ 590) ରେ ସାରା ବିଶ୍ବରେ ଉପଲବ୍ଧ ହେଉଛି ।

  • ଦକ୍ଷିଣ କୋରିଆ କମ୍ପାନୀ ‘ଦି ଲିଟିଲ୍ କ୍ୟାଟ୍’ ବିଲେଇମାନଙ୍କ ପାଇଁ ଫିଟନେସ୍ ଚକ ପ୍ରଦର୍ଶିତ କରିବା ପାଇଁ ବର୍ଲିନରେ ଅଛି ।
  • ଏକ ଦ୍ବାରା ଏହି ଚକକୁ ନିୟନ୍ତ୍ରିତ କରାଯାଇ ପାରିବ ।
  • କାର୍ଯ୍ୟଟି ସରଳ, ବିଲେଇମାନେ ଚକର ସମ୍ମୁଖରେ ଏକ ଏଲଇଡି ଆଲୋକରେ ରହିବେ । ଯେତେବେଳେ ସେମାନେ ଏହାକୁ ଗୋଡ଼ାଇବା ଆରମ୍ଭ କରନ୍ତି, ଚକଟି ଘୂରିବା ଆରମ୍ଭ କରେ ଏବଂ ସେମାନେ ସେମାନଙ୍କର ଦୈନନ୍ଦିନ ବ୍ୟାୟାମ କରନ୍ତି ।

‘‘କରୋନା ସମୟରେ ଆମ ବ୍ୟବସାୟକୁ ଟିକେ ମାନ୍ଦା ହୋଇଥିଲା, ଯେପରି ପ୍ରତ୍ୟେକ ବ୍ୟବସାୟ ଅନୁଭବ କରିଥିଲେ। କିନ୍ତୁ ଏହା ଗୃହପାଳିତ ପଶୁମାନଙ୍କ ପାଇଁ ଭଲ, ଯେଉଁମାନଙ୍କର ଗୃହପାଳିତ ପଶୁମାନଙ୍କ ପ୍ରତି ଏପର୍ଯ୍ୟନ୍ତ ବହୁତ ଭଲପାଇବା ଅଛି ଏବଂ ସେମାନେ ଏତେ ଦୁଃଖିତ ଯେ ସେମାନେ ନିଜ ଗୃହପାଳିତ ପଶୁମାନଙ୍କୁ ବାହାରକୁ ଆଣି ପାରିବେ ନାହିଁ। ତେଣୁ, ଆପଣଙ୍କ ପାଖରେ ଏବେ ଏହି ଫିଟନେସ୍ ଚକ ଅଛି ଯାହାଦ୍ବାରା ଆପଣ ଘର ଭିତରେ ରହିପାରିବେ କିନ୍ତୁ ଆପଣଙ୍କ ଗୃହପାଳିତ ପଶୁମାନଙ୍କ ପାଇଁ ଏହି ମେସିନ୍ ରହିବା ଦ୍ବାରା ଆପଣ ସୁରକ୍ଷିତ ହୋଇପାରିବେ,’’ ବୋଲି ‘ଦି ଲିଟିଲ୍ କ୍ୟାଟ୍’ର ମାର୍କେଟିଙ୍ଗ ମ୍ୟାନେଜର କହିଛନ୍ତି ।

କିନ୍ତୁ ଗୃହପାଳିତ ପଶୁଙ୍କ ପାଇଁ ଏହି ପ୍ରେମ ଟିକିଏ ମହାଙ୍ଗା ହୋଇପାରେ । କାରଣ ଏହି ଚକର ମୂଲ୍ୟ ହେଉଛି 1200 ୟୁରୋ (ପ୍ରାୟ $ 1420)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.