ସାନ ଫ୍ରାନ୍ସିସ୍କୋ: କର୍ଣ୍ଣେଲ ଡାଟା ପ୍ରୋଟେକ୍ସନ୍ (KDP) ନାମକ ଟେକ୍ନୋଲୋଜି, ଭର୍ଚୁଆଲାଇଜେସନ୍-ଆଧାରିତ ସୁରକ୍ଷା (VBS) ମାଧ୍ୟମରେ ୱିଣ୍ଡୋଜ୍ କର୍ଣ୍ଣେଲର କିଛି ଅଂଶ ଏବଂ ଡ୍ରାଇଭର ଗୁଡ଼ିକୁ ସୁରକ୍ଷା ଦେଇ ଡାଟା କରପ୍ସନ ଆକ୍ରମଣକୁ ରୋକିଥାଏ । କମ୍ପାନୀ ଅନୁଯାୟୀ, KDP ହେଉଛି APIର (ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ) ଏକ ସେଟ୍ ଯାହାକି କିଛି କର୍ଣ୍ଣେଲ ମେମୋରୀକୁ ରିଡ ଓନଲି ଭାବରେ ଚିହ୍ନିତ କରିବାର କ୍ଷମତା ପ୍ରଦାନ କରିଥାଏ, ଯାହା ଆଟାକରମାନଙ୍କୁ ସଂରକ୍ଷିତ ମେମୋରୀକୁ ପରିବର୍ତ୍ତନ କରିବା ଠାରୁ ରୋକିଥାଏ ।
ଉଦାହରଣସ୍ବରୂପ, ଆମେ ଦେଖିଛୁ ଯେ ଆଟାକରମାନେ ସ୍ବାକ୍ଷରିତ କିନ୍ତୁ ଅସୁରକ୍ଷିତ ଡ୍ରାଇଭରକୁ ପଲିସି ଡାଟା ଷ୍ଟ୍ରକଚର ଉପରେ ଆକ୍ରମଣ ପାଇଁ ବ୍ୟବହାର କରନ୍ତି ଓ ଏକ ମାଲିସିଅସ ଅସ୍ବାକ୍ଷରିତ ଡ୍ରାଇଭର ଇନଷ୍ଟଲ କରି ଦିଅନ୍ତି । KDP ଏହିପରି ଆକ୍ରମଣକୁ ହ୍ରାସ କରିଥାଏ ଯେମିତି କି ପଲିସି ଡାଟା ଷ୍ଟ୍ରକଚରରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ,’’ ବୋଲି ଏହି ସପ୍ତାହରେ ଟେକ ଜାଏଣ୍ଟ ଏକ ବିବୃତ୍ତିରେ କହିଛି ।
ରିଡ ଓନଲି ଭାବରେ କର୍ଣ୍ଣେଲ ମେମୋରୀକୁ ସଂରକ୍ଷଣ କରିବାର ଧାରାରେ ୱିଣ୍ଡୋଜ୍ କର୍ଣ୍ଣେଲ, ଇନବକ୍ସ କମ୍ପୋନେଣ୍ଟସ୍, ସିକ୍ୟୁରିଟି ପ୍ରଡକ୍ଟସ୍, ସହ ଆଣ୍ଟି-ଚିଟ୍ ଏବଂ ଡିଜିଟାଲ୍ ରାଇଟ୍ସ ମ୍ୟାନେଜମେଣ୍ଟ (DRM) ସଫ୍ଟୱେର୍ ଭଳି ତୃତୀୟ-ପକ୍ଷ ଡ୍ରାଇଭର ଗୁଡ଼ିକ ପାଇଁ ମୂଲ୍ୟବାନ ଆପ୍ଲିକେସନ ରହିଛି।
KDP ଏମିତି ଟେକ୍ନୋଲୋଜି ବ୍ୟବହାର କରେ ଯାହା ଡିଫଲ୍ଟ ଭାବରେ ସିକ୍ୟୋରଡ୍-କୋର୍ PC ଗୁଡିକରେ ସମର୍ଥିତ, ଯାହାକି ଏକ ନିର୍ଦ୍ଦିଷ୍ଟ ଡିଭାଇସ ଆବଶ୍ୟକତାକୁ କାର୍ଯ୍ୟକାରୀ କରେ ଯାହା ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମ୍ ଉପରେ ଆଧାରିତ ଟେକ୍ନୋଲୋଜିରେ ବିଚ୍ଛିନ୍ନତାର ସୁରକ୍ଷା ଅଭ୍ୟାସ ଏବଂ ସର୍ବନିମ୍ନ ବିଶ୍ବାସକୁ ପ୍ରୟୋଗ କରିଥାଏ ।
ମାଇକ୍ରୋସଫ୍ଟ କହିଛି ଯେ, ଏହା ଫିଚର ଗୁଡିକ ଦ୍ବାରା ପ୍ରଦାନ କରାଯାଇଥିବା ସୁରକ୍ଷାକୁ ବଢ଼ାଇଥାଏ ଯାହା ସମ୍ବେଦନଶୀଳ ସିଷ୍ଟମ କନଫିଗୁରେସନ ଡାଟା ପାଇଁ ଅନ୍ୟ ଏକ ସ୍ତର ଯୋଗ କରି ସୁରକ୍ଷିତ-କୋର PC ଗଠନ କରିଥାଏ।
@IANS