ETV Bharat / science-and-technology

ପୃଥିବୀର କକ୍ଷପଥରେ ୬ ରହସ୍ୟମୟ ବସ୍ତୁକୁ ସ୍ଥାପନ କଲା ଚୀନ, ବଢ଼ୁଛି ସସପେନ୍ସ - କକ୍ଷପଥରେ ୬ ରହସ୍ୟମୟ ବସ୍ତୁକୁ ସ୍ଥାପନ କଲା ଚୀନ

China's Secret Plane Deployed 6 Mysterious wingmen : ପୃଥିବୀ କକ୍ଷପଥରେ ଅଜଣା ବସ୍ତୁ। ମହାକାଶରେ ଜାସୁସି କରୁଛି ଚୀନ ! ଅଧିକ ପଢ଼ନ୍ତୁ

Chinas secret plane deployed 6 mysterious

author img

By ETV Bharat Odisha Team

Published : Dec 20, 2023, 1:27 PM IST

ହାଇଦ୍ରାବାଦ: ରହସ୍ୟମୟୀ ଚୀନ ବର୍ତ୍ତମାନ ମହାକାଶ କ୍ଷେତ୍ରରେ ଏକ ନୂଆ ରହସ୍ୟ ସୃଷ୍ଟି କରିବାକୁ ଯାଉଛି । ଚୀନର ସିକ୍ରେଟ ମହାକାଶ ଯାନ ଶେନଲୋଙ୍ଗ ଉତକ୍ଷେପଣ ହେବାର ମାତ୍ର 4 ଦିନ ହୋଇଛି । ଏହାରି ଭିତରେ ପୃଥିବୀର କକ୍ଷ ପଥରେ 6 ରହସ୍ୟମୟ ବସ୍ତୁକୁ ସ୍ଥାପିତ କରିଛି ଡିଭାଇନ ଡ୍ରାଗନ । ମହାକାଶଯାନ ଉତକ୍ଷେପଣ ପରଠୁ ସାରା ବିଶ୍ୱର ଗବେଷକମାନେ ଏହା ଉପରେ ନଜର ରଖିଥିବା ବେଳେ ଚୀନର ମହାକାଶ ଯାନ ପୃଥିବୀର କକ୍ଷପଥରେ 6 ଅଜଣା ବସ୍ତୁକୁ ସ୍ଥାପିତ କରିଥିବା ନେଇ ବୈଜ୍ଞାନିକମାନେ ଦାବି କରିଛନ୍ତି ।

6 ବସ୍ତୁରେ କଣ ରହିଛି ସେନେଇ ବୈଜ୍ଞାନିକମାନେ କୌଣସି ସୂଚନା ପାଇନଥିବା ବେଳେ ଗବେଷଣା ସଂସ୍ଥାନଗୁଡ଼ିକରେ ଚହଳ ସୃଷ୍ଟି ହୋଇଛି । ତେବେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନଭିନ୍ନ ଖବର ପ୍ରକାଶିତ ହୋଇଛି । ଚୀନ ବସ୍ଥାପିତ କରିଥିବା ବସ୍ତୁକୁ ଏ, ବି, ସି, ଡି, ଇ, ଏଫ ନାମରେ ନାମିତ କରାଯାଇଛି । ତେବେ ଏହି ବସ୍ତୁ ଉପରେ ତୀଷ୍ମ ନଜର ରଖିଛି ସ୍କଟ୍ ଟିଲି । ତେବେ ଏହି ବସ୍ତୁକୁ ରହସ୍ୟମୟ ଓ୍ବିଙ୍ଗମ୍ୟାନ ବୋଲି ଏକ୍ସରେ କହିଥିଲା ଟିଲି । ଏ ବସ୍ତୁକୁ ଗୋଲାକାର କକ୍ଷପଥରେ ସ୍ଥାପିତ କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଅବଜେକ୍ଟ କିମ୍ବା ଏହାର ଆଖପାଖରୁ ନିର୍ଗମନ ଚୀନର ବିମାନ ଓ୍ବିଙ୍ଗମ୍ୟାନର କାହାଣୀ ମନେ ପକାଇଥାଏ । ଏଥରେ ତଥ୍ୟ କମ ରହିଥିବା ବେଳେ ସିଗନାଲ ମଡ୍ୟୁଲେଟ୍‌ ହୋଇଥାଏ ।

ପୂର୍ବରୁ ମଧ୍ୟ ଏଭଳି କାର୍ଯ୍ୟ କରିଛି ଚୀନ: ବର୍ତ୍ତମାନର ଘଟଣାକୁ ବାଦ ଦେଲେ ମଧ୍ୟ ଏହି ମହାକାଶ ଯାନ 2020 ଏବଂ 2022 ମସିହାରେ ଅନେକ ଅଜ୍ଞାତ ବସ୍ତୁକୁ ମହାକାଶରେ ଛାଡ଼ିଥିଲା। କିନ୍ତୁ ଚଳିତ ବର୍ଷ 276 ଦିନ ପୃଥିବୀରେ ଭ୍ରମଣ କରିବା ପରେ ଫେରି ଆସିଥିଲା। ଗତ ମେ' 8 ତାରିଖରେ ଚୀନକୁ ଫେରି ଆସିଥିଲା ବିମାନ । କିନ୍ତୁ ଚୀନ କେବେ ମଧ୍ୟ ଏହି ରହସ୍ୟମୟ ମହାକାଶଯାନର ଚିତ୍ର ସାମ୍ନାକୁ ଆଣିନାହିଁ । କୁହାଯାଏ ଏହା ଆମେରିକାର ସ୍ପେସକ୍ରାଫ୍ଟ X-37Bର ଅନୁରୂପ ଅଟେ ।

ଏହା ମଧ୍ୟ ପଢନ୍ତୁ: ଏଲ-1 ପଏଣ୍ଟରେ କେବେ ପହଞ୍ଚିବ ଆଦିତ୍ୟ ଏଲ-1 ? ଏଭଳି କହିଲେ ମନ୍ତ୍ରୀ ଜିତେନ୍ଦ୍ର ସିଂ

ତେବେ ଏହି 6ଟି ବସ୍ତୁରେ କଣ ରହିଛି? ଚୀନ କଣ ପାଇଁ ଏହାକୁ ପୃଥିବୀର କକ୍ଷପଥରେ ସ୍ଥାପିତ କରିଛି ସେନେଇ ଅନେକ ବୈଜ୍ଞାନିକ ଭିନ୍ନଭିନ୍ନ ମତ ଦେଇଛନ୍ତି । ତେବେ ଚୀନ ଏହି 6ଟି ବସ୍ତୁ ଜରିଆରେ ବିଶ୍ବର ଗୁପ୍ତ ସମ୍ବାଦ ପାଇବାର ପ୍ରଚେଷ୍ଟା କରୁଥିବା ନେଇ ଅନେକ ମତ ଦେଇଛନ୍ତି । ଅଥବା କୌଣସି ବୈଜ୍ଞାନକ ପରୀକ୍ଷଣ କରୁଥିବା ନେଇ ମଧ୍ୟ କହିଛନ୍ତି । ତେବେ ଏହି ସ୍ପେସ୍ ପ୍ଲେନ୍‌ରୁ ବାହାରୁଥିବା ବସ୍ତୁଗୁଡିକ S-Band ସଙ୍କେତ ପଠାଉଥିବା ନେଇ ମଧ୍ୟ ଅନେକ ବୈଜ୍ଞାନିକ ଦାବି କରିଛନ୍ତି। ଚୀନ ଯେଉଁ ଫ୍ରିକ୍ୱେନ୍ସି ସିଗନାଲର ବ୍ୟବହାର କରୁଛି, ଏହା ମାଧ୍ୟମରେ ତିଛି ଦେଶର ବିମାନ ସେବା ଉପରେ ନଜର ରଖୁଥାଇ ପାରେ ବୋଲି ଜ୍ୟୋର୍ତିବିଜ୍ଞାନୀମାନେ ଦାବି କରି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.