ETV Bharat / science-and-technology

Chandrayaan-3: ଆଜି ଚନ୍ଦ୍ରପୃଷ୍ଠକୁ ଯିବ ଚନ୍ଦ୍ରଯାନ-୩

author img

By

Published : Jul 13, 2023, 11:30 AM IST

Updated : Jul 14, 2023, 7:45 AM IST

ଚନ୍ଦ୍ରୟାନ-3 ମିଶନ ପ୍ରସ୍ତୁତ ହୋଇସାରିଛି । ISRO ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି । ଆଜି ଅପରାହ୍ନରେ ଏହାକୁ ଲଞ୍ଚ କରାଯିବ । ଯଦି ଏହି ମିଶନ ସଫଳ ହୁଏ, ତେବେ ଭାରତ ଚନ୍ଦ୍ରରେ ପହଞ୍ଚିବାରେ ପୃଥିବୀର ଚତୁର୍ଥ ଦେଶ ହେବ । ତେବେ ଚନ୍ଦ୍ରୟାନ-3 ଲଞ୍ଚ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଅଧିକ ପଢନ୍ତୁ

Chandrayaan-3
Chandrayaan-3

ହାଇଦ୍ରାବାଦ: ସମୟ ଯେତିକି ପାଖେଇ ଆସୁଛି ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ପୁଣିଥରେ ଚନ୍ଦ୍ରକୁ ଛୁଇଁବାର ଲକ୍ଷ୍ୟ ପୂରଣ ହେବା ପାଇଁ ଯାଉଛି । ଆଜି(ଶୁକ୍ରବାର) ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ 3 । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଚନ୍ଦ୍ରୟାନ-3 ମିଶନ ପାଇଁ 'ମିଶନ୍ ତତ୍ପରତା ସମୀକ୍ଷା' (MRR) ସମାପ୍ତ କରିଛି ।

  • #WATCH | Andhra Pradesh | A team of ISRO scientists team arrive at Tirupati Venkatachalapathy Temple, with a miniature model of Chandrayaan-3 to offer prayers.

    Chandrayaan-3 will be launched on July 14, at 2:35 pm IST from Satish Dhawan Space Centre, Sriharikota, ISRO had… pic.twitter.com/2ZRefjrzA5

    — ANI (@ANI) July 13, 2023 " class="align-text-top noRightClick twitterSection" data=" ">

ବୁଧବାର ଏନେଇ ISRO ପକ୍ଷରୁ ସୂଚନା ଦିଆଯାଇଛି । ଜାତୀୟ ସ୍ପେସ୍ ଏଜେନ୍ସି ପକ୍ଷରୁ ଏକ ଟ୍ବିଟ କରି କୁହାଯାଇଛି ଯେ,"(MRR) ବୋର୍ଡ ଏହି ଉତକ୍ଷେପଣକୁ ଅନୁମତି ଦେଇଛି । 4 ବର୍ଷ ପରେ ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ରୟାନଙ୍କୁ ପଠାଇବା ପାଇଁ ISRO ଏହାର ତୃତୀୟ ମିଶନ ପାଇଁ ପ୍ରସ୍ତୁତ ରହିଛି । ଶୁକ୍ରବାର ଠାରୁ କାଉଣ୍ଟଡାଉନ୍ ଆରମ୍ଭ ହେବ ।"

କହିରଖୁଛୁ କି, ଚଳିତ ମାସ 14 ତାରିଖ ଅର୍ଥାତ ଆଜି ଉତକ୍ଷେପଣ ହେବାକୁ ଯାଉଥିବା ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-3 ଲଞ୍ଚ ପାଇଁ ପୂର୍ବରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ISRO) ରିହସରସ ଶେଷ କରିଛି । ମଙ୍ଗଳବାର ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଚନ୍ଦ୍ରୟାନ-3 ପାଇଁ 'ଲଞ୍ଚ ରିହରସେଲ' ସମାପ୍ତ ହୋଇଥିବା ନେଇ ଇସ୍ରୋ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଥିଲା ।

ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ଷ୍ଟେସନ ଲଞ୍ଚ୍‌ ପ୍ୟାଡ୍‌ରୁ ଶୁକ୍ରବାର ଅପରାହ୍ନ 2ଟା 35 ମିନିଟ ସମୟରେ LVM-3 ରକେଟ୍‌ ଯୋଗେ ଚନ୍ଦ୍ରୟାନ-୩ ଉତକ୍ଷେପଣ କରାଯିବ । ତେବେ ବର୍ତ୍ତମାନ ଇସ୍ରୋର ଫୋକସରେ ରହିଛି ରୋଭରର ସଫ୍ଟ ଲ୍ୟାଣ୍ଡିଂ । ଯଦି ଏହି ମିଶନ ସଫଳ ହୁଏ ତେବେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ । ଅଗଷ୍ଟ ଶେଷ ସୁଦ୍ଧା ଚନ୍ଦ୍ରାୟନ-3 ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ନେଇ ଆଶା ରଖାଯାଇଛି । ଏହି ମିଶନରେ ଚନ୍ଦ୍ରପୃଷ୍ଠର କମ୍ପନ ମାତ୍ରା, ଲ୍ୟାଣ୍ଡର ଅବତରଣ କରିଥିବା ଆଖପାଖ ଭୌଗଳିକ ବାତାବରଣ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏକାଧିକ ଅତ୍ୟାଧୁନିକ ଯନ୍ତ୍ରାଂଶ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: Chandrayaan-3: ରିହରସେଲ ଶେଷ କଲା ISRO, 14 ଅପରାହ୍ନର ଉତକ୍ଷେପଣ

ଚନ୍ଦ୍ରଯାନ-୩ ମିଶନରେ ଏକ ସ୍ବଦେଶୀ ମଡ୍ୟୁଲ ଲ୍ୟାଣ୍ଡର ଏବଂ ରୋଭର ବ୍ୟବହାର କରଯାଇଛି । ମିଶନ ଅନୁଯାୟୀ ୪୩.୫ ମିଟର ଲମ୍ବା ରକେଟ୍‌ ଜୁଲାଇ ୧୪ ଦିନ ଅପରାହ୍ନ 2ଟା 35 ମିନିଟରେ ଲଞ୍ଚ ହେବ । ଏଥିପାଇଁ ଗୁରୁବାରଠାରୁ ଏହାର କାଉଣ୍ଟଡାଉନ ବା ଓଲଟା ଗଣତି ଆରମ୍ଭ ହେବ । ଏଲଭିଏମ-୩ ରକେଟର ଅଧିକ ଓଜନ ନେବାର କ୍ଷମତା ରହିଥିବାରୁ ଏହାକୁ ଇସ୍ରୋ ଫ୍ୟାଟ୍‌ ବଏ ବି କହିଥାଏ । ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଚନ୍ଦ୍ରାୟନ-3ର ପ୍ରଦର୍ଶନ ଖରାପ ହେଲେ ଏହାକୁ ଯେକୌଣସି ସ୍ଥାନରେ ମଧ୍ୟ ଅବତରଣ କରାଯାଇ ପାରିବ ।

ତେବେ ଉଲ୍ଲେଖନୀୟ ବିଷୟ ଯେ, 2 ଜୁଲାଇ 2019ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ବାରା ଚନ୍ଦ୍ରୟାନ-୨ ମିଶନ ଆରମ୍ଭ କରାଯାଇଥିଲା । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ-ମେରୁ ଅଞ୍ଚଳରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାଡାରରୁ ବିଛିନ୍ନ ହୋଇଥିଲା । ଉତକ୍ଷେପଣର ପ୍ରାୟ 2 ମାସ ପରେ, 7 ସେପ୍ଟେମ୍ବର 2019ରେ ଏହାର ଚିତ୍ର ସାମ୍ନାକୁ ଆସିଥିଲା । ଏହାକୁ ନେଇ ତତ୍କାଳୀନ ଇସ୍ରୋ ମୁଖ୍ୟ କେ ଶିବନ ଭାଙ୍ଗି ପଡିଥିଲେ ।

ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଆଲିଙ୍ଗନ କରିବା ସହ ଆଶ୍ବସନା ଦେଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ କରିବା ପାଇଁ ସବୁ ପ୍ରକାରର ପ୍ରୟାସ କରାଯାଉଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି । ଚନ୍ଦ୍ରଯାନ-୩, ଚନ୍ଦ୍ରଯାନ-୨ର ଉଦ୍ଦେଶ୍ୟ ପୂରଣ କରିବ ବୋଲି କୁହାଯାଉଛି । ଭାରତର ତୃତୀୟ ଚନ୍ଦ୍ର ଅନୁସନ୍ଧାନ ମିଶନ ଚନ୍ଦ୍ରଯାନ-୩ ଏଲ୍‌ଭିଏମ୍‌୩ ଲଞ୍ଚରର ଚତୁର୍ଥ କାର୍ଯ୍ୟକ୍ଷମ ମିଶନ (ଏମ୍୪)ରେ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ ହୋଇ ରହିଛି । ଯଦି ଭାରତ ଏହା କରିବାରେ ସଫଳ ହୁଏ, ତେବେ ଆମେରିକା, ଚୀନ୍ ଏବଂ ଋଷ ପରେ ଭାରତର ତାଲିକାରେ ଚତୁର୍ଥ ଦେଶ ହେବ ଯିଏକି ଚନ୍ଦ୍ରପୃଷ୍ଠରେ ନିଜର ରୋଭର ଲ୍ୟାଣ୍ଡ କରାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 14, 2023, 7:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.