ETV Bharat / science-and-technology

Chandrayaan 3 Tracker: କେଉଁଠି ରହିଛି ଚନ୍ଦ୍ରଯାନ-3, ଜାଣନ୍ତୁ ଲାଟେଷ୍ଟ ଅପଡେଟ

ସୋମବାର ରାତିରେ ପୃଥିବୀର କକ୍ଷପଥ ଛାଡି ଚନ୍ଦ୍ରର କକ୍ଷପଥ ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-3 । ସେତେବେଳେ ଘଣ୍ଟା ପ୍ରତି ବେଗ 38 ହଜାର 520 କିଲୋମିଟର ରହିଥିବା ବେଳେ ବର୍ତ୍ତମାନ ଏହାର ବେଗକୁ ହ୍ରାସ କରାଯାଇ 37 ହଜାର 200 କରାଯାଉଛି । ଜାଣନ୍ତୁ କେଉଁଠି ଅଛି ଚନ୍ଦ୍ରଯାନ

author img

By

Published : Aug 4, 2023, 11:31 AM IST

Chandrayaan 3
Chandrayaan 3

ହାଇଦ୍ରାବାଦ: ସଫଳତା ଦିଗରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଚନ୍ଦ୍ରଯାନ-3 । ସୋମବାର ରାତିରେ ପୃଥିବୀର କକ୍ଷପଥ ଛାଡି ଚନ୍ଦ୍ରର କକ୍ଷପଥ ଅଭିମୁଖେ ଯାତ୍ରା କରିଥିବା ଚନ୍ଦ୍ରଯାନ-3 ବର୍ତ୍ତମାନ ଚନ୍ଦ୍ରର ନିକଟତର ହୋଇଛି । ଚନ୍ଦ୍ରରେ ସପ୍ଟ ଲ୍ୟାଣ୍ଡିଂ କରିବା ପାଇଁ ଆଉ ମାତ୍ର 19 ଦିନ ବାକି ରହିଛି । ଆସନ୍ତାକାଲି(ଶନିବାର) ଦିନ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ଚନ୍ଦ୍ରଯାନ-2 ଯେଉଁ କାର୍ଯ୍ୟ କରିବା ପାଇଁ ବିଫଳ ହୋଇଥିଲା ସେହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଦେଖାଇବାରେ ଚନ୍ଦ୍ରଯାନ-3 ସଫଳ ହେବ ବୋଲି ଶତ ପ୍ରତିଶତ ଆଶା ରହିଛି । ମିଶନର ମୂଳ ଉଦ୍ଦେଶ୍ୟ ହେଉଛି ଲ୍ୟାଣ୍ଡରକୁ ସୁରକ୍ଷିତ ଭାବରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା । ତେବେ ଜାଣନ୍ତୁ ବର୍ତ୍ତମାନ କେଉଁଠି ରହିଛି ଚନ୍ଦ୍ରଯାନ-3 ଏବଂ କିପରି ଏହା ଗତି କରୁଛି ।

ISROର ବେଙ୍ଗାଲୁରୁ ଭିତ୍ତିକ ISRO ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କ (ISTRAC) ଚନ୍ଦ୍ରଯାନର ଗତି ଏବଂ ଦିଗ ଉପରେ ନିରନ୍ତର ନଜର ରଖିଛି । ISRO ସାଧାରଣ ଜନତାଙ୍କ ପାଇଁ ଏକ ଲାଇଭ୍ ଟ୍ରାକର୍ ଲଞ୍ଚ କରିଛି । ଯାହା ମାଧ୍ୟମରେ ଆପଣ ଦେଖିପାରିବେ ଚନ୍ଦ୍ରଯାନ -3 ଏହି ସମୟରେ ମହାକାଶର କେଉଁ ସ୍ଥାନରେ ରହିଛି ଏବଂ ଚନ୍ଦ୍ରରେ ପହଞ୍ଚିବା ପାଇଁ କେତେ ଦିନ ବାକି ରହିଛି । ଚନ୍ଦ୍ରୟାନ -3 ବର୍ତ୍ତମାନ ଘଣ୍ଟା ପ୍ରତି ପ୍ରାୟ 37,200 କିଲୋମିଟର ବେଗରେ ଚନ୍ଦ୍ର ଆଡକୁ ଗତି କରୁଛି । ଆସନ୍ତାକାଲି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-3 । ଅଗଷ୍ଟ 5 ତାରିଖ 6.59 ରେ ପ୍ରବେଶ କରିବା ନେଇ ଅନୁମାନ କରାଯାଉଛି । ଏହି ସମୟରେ ଚନ୍ଦ୍ରଯାନ -3 ଚନ୍ଦ୍ର ପୃଷ୍ଠରୁ ପ୍ରାୟ 40 ହଜାର କିଲୋମିଟର ଦୂରରେ ରହିବ ଏବଂ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଆରମ୍ଭ ହେବ ।

5 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ କମିବ ବେଗ: ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପାଇଁ ଚନ୍ଦ୍ରୟାନ-3ର ବେଗ ଘଣ୍ଟା ପ୍ରତି 7200 ରୁ 3600 କିଲୋମିଟର ମଧ୍ୟରେ ରହିବାକୁ ପଡିବ । ଅଗଷ୍ଟ 5ରୁ 23 ଅଗଷ୍ଟ ପର୍ଯ୍ୟନ୍ତ ଚନ୍ଦ୍ରଯାନର ଗତି କ୍ରମାଗତ ଭାବରେ ହ୍ରାସ ପାଇବ। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଅନୁଯାୟୀ, ବର୍ତ୍ତମାନ ଚନ୍ଦ୍ରଯାନର ଗତି ଅଧିକ ରହିଛି । କିନ୍ତୁ ଆସନ୍ତାକାଲି ଅର୍ଥାତ ଶନିବାର ଦିନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପରେ ଚନ୍ଦ୍ରୟାନ -3 ର ଗତି ପ୍ରତି ସେକେଣ୍ଡରେ 2 କିମ୍ବା 1 କିଲୋମିଟରକୁ ହ୍ରାସ କରିବାକୁ ପଡିବ । ଅର୍ଥାତ ଘଣ୍ଟା ପ୍ରତି ବେଗ 7200 କିମ୍ବା 3600 କିଲୋମିଟର ମଧ୍ୟରେ ରହିବାକୁ ପଡିବ । ଏହି ବେଗରେ କେବଳ ଚନ୍ଦ୍ରୟାନ -3 ଚନ୍ଦ୍ରର କକ୍ଷପଥକୁ ପହଞ୍ଚିବାରେ ସକ୍ଷମ ହେବ । ଏହାପରେ ଧିରେ ଧିରେ ବେଗକୁ କମ କରାଯାଇ ଚନ୍ଦ୍ରର ଦକ୍ଷିଣ ମେରୁରେ ନିକଟରେ ସଫ୍ଟ ଲ୍ୟାଣ୍ଡିଂ କରାଯିବ । ଅଗଷ୍ଟ 23 ଅପରାହ୍ନ 5ଟା 47 ମିନିଟରେ ଏହାକୁ ସଫ୍ଟ ଲ୍ୟାଣ୍ଡିଂ କରାଯିବା ନେଇ ଆଶା କରାଯାଉଛି ।

ଚନ୍ଦ୍ରର କକ୍ଷ ପଥ ନମିଳିଲେ ଚନ୍ଦ୍ରଯାନ-3 ଫେରିଆସିବ କି ?: ଚନ୍ଦ୍ରଯାନ-3କୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି । ଏଭଳି ସ୍ଥଳେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ଯେ, ଯଦି ଚନ୍ଦ୍ରଯାନ-3 ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବାରେ ଅସମର୍ଥ ହେବ ତେବେ କଣ ହେବ । କହିରଖୁଛୁ କି,

ଚନ୍ଦ୍ରର ମାଧ୍ୟାକର୍ଷଣ ପୃଥିବୀ ତୁଳନାରେ 6 ଗୁଣ କମ୍ ରହିଥାଏ । ସେଥିପାଇଁ ଚନ୍ଦ୍ରୟାନ-3 ର ଗତି ହ୍ରାସ କରିବାକୁ ପଡିବ । ଗତି ବା ବେଗକୁ ହ୍ରାସ ନକରିଲେ ଚନ୍ଦ୍ରଯାନ-3 ଚନ୍ଦ୍ରଠାରୁ ଆଗକୁ ଚାଲିଯିବ । ସୂଚନାଅନୁସାରେ, ଚନ୍ଦ୍ରଯାନ-3 ବର୍ତ୍ତମାନ 288 x 369328 କିଲୋମିଟର ଟ୍ରାନ୍ସ ଲୁନର ଟ୍ରାଜେକ୍ଟୋରୀରେ ଯାତ୍ରା କରୁଛି । ଯଦି ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପାଇଁ ସକ୍ଷମ ହେବନାହଁ, ତେବେ 230 ଘଣ୍ଟା ପରେ ଏହା ପୃଥିବୀର ପଞ୍ଚମ କକ୍ଷପଥକୁ ଫେରିଆସିବ । ISRO ବୈଜ୍ଞାନିକମାନେ ଅନ୍ୟ ଏକ ପ୍ରୟାସ କରି ଏହାକୁ ପୁଣିଥରେ ଚନ୍ଦ୍ରକୁ ପଠାଇବାକୁ ସମର୍ଥ ହେବେ ।

ଏହା ମଧ୍ୟ ପଢନ୍ତୁ: Chandrayaan 3: ପୃଥିବୀ କକ୍ଷ ଚାଡ଼ି ଚନ୍ଦ୍ରକକ୍ଷ ଅଭିମୁଖେ ଚନ୍ଦ୍ରଯାନ-3, ଆଉ 5 ଦିନର ଅପେକ୍ଷା

ISRO ପକ୍ଷରୁ କୁହାଯାଇଛି ଯେ,"ଇତିହାସକୁ ଦେଖନ୍ତୁ.. ଯେଉଁ ଦେଶ କିମ୍ବା ସ୍ପେସ ଏଜେନ୍ସି ସେମାନଙ୍କ ରକେଟ୍ ମାଧ୍ୟମରେ ସିଧାସଳଖ ଚନ୍ଦ୍ର ଆଡକୁ ମହାକାଶଯାନ ପଠାଇଛନ୍ତି, ସେମାନେ ଅଧିକ ନିରାଶ ହୋଇଛନ୍ତି । ଆମର ତିନୋଟି ମିଶନ ମଧ୍ୟରୁ ଗୋଟିଏ ବିଫଳ ହେଲା। କିନ୍ତୁ ISRO ବାଛିଥିବା ପଥ ଏବଂ ପଦ୍ଧତିରେ ବିଫଳ ହେବାର ସମ୍ଭାବନା ବହୁତ କମ୍ ରହିଛି । "

ଅଗଷ୍ଟ 5 ତାରିଖରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-3 । ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ଏହା ଚନ୍ଦ୍ରର କକ୍ଷପଥରେ ଘୂରିବ । ଏହାପରେ ଅଗଷ୍ଟ 17ତାରିଖରେ ଚନ୍ଦ୍ରର 100 କିମି ଉପରେ ପ୍ରେପୁଲେସନ ମୋଡ୍ୟୁଲରୁ ଲ୍ୟାଣ୍ଡର ଅଲଗା ହେବ । ଏହାପରେ କିଛି ମାସ ଧରି ଗ୍ରହର ଅନୁଧ୍ୟାନ କରିବ ବୋଲି ଜଣାପଡିଛି । ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠରୁ ପ୍ରାୟ 100 କିଲୋମିଟର ଉଚ୍ଚତାରୁ ଚନ୍ଦ୍ରରେ ଅବତରଣ କରିବ ।

ବିଦ୍ର: ଉପରୋକ୍ତ ସମସ୍ତ ତଥ୍ୟ ଇଟିଭି ଭାରତର ନିଜସ୍ବ ତଥ୍ୟ ଭିତ୍ତିର ଖବର ନୁହେଁ । ଏହା ଏକ ଡାଟା ଭିତ୍ତିକ ଖବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.