ETV Bharat / science-and-technology

ବିଶ୍ବର ବିସ୍ତାର ବାବଦରେ ତଥ୍ୟ ଦେବ ଦୁଇ Black hole - ବ୍ରାହ୍ମଣ୍ଡ ଉପରେ ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁସନ୍ଧାନ

ଦୁଇଟି କଳା ରଙ୍ଗର ଛିଦ୍ର ମାଧ୍ୟମରେ(colliding black holes) ବ୍ରହ୍ମାଣ୍ଡ ବାବଦରେ ଜାଣିବା ପାଇଁ ଜ୍ୟୋତିର୍ବିଜ୍ଞାନୀ ନୂଆ ଉଦ୍ଭାବନ । ଜାଣନ୍ତୁ କିପରି

ବିଶ୍ବର ବିସ୍ତାର ବାବଦରେ ତଥ୍ୟ ଦେବ ଦୁଇ Black hole

author img

By

Published : Aug 19, 2022, 10:05 AM IST

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡ ବାବଦରେ ଜାଣିବା ପାଇଁ ଜ୍ୟୋତିର୍ବିଜ୍ଞାନୀଙ୍କ ନିଆରା ପଦ୍ଧତି ଉଦ୍ଭାବନ । ଦୁଇଟି କଳା ରଙ୍ଗର ଛିଦ୍ର ମାଧ୍ୟମରେ(colliding black holes) କିପରି ଦ୍ରୁତ ଭାବେ ବ୍ରହ୍ମାଣ୍ଡର ବିସ୍ତାର ଘଟୁଛି, ବିଶ୍ବ କିପରି ବିକଶିତ ହେଲା ଏବଂ କିପରି ବିଶ୍ବର ସୃଷ୍ଟି ହେଲା ଏବଂ ଏହା ପୁଣି କେଉଁଠାକୁ ଯିବ ସେ ବାବଦରେ ଅନୁସନ୍ଧାନର କରିବାର ତରିକା ବାହାର କରିଛନ୍ତି । ଏକ ନୂତନ ଅଧ୍ୟୟନରେ, ଚିକାଗୋ ୟୁନିଭରସିଟିର ଦୁଇଜଣ ଜ୍ୟୋତିର୍ବିଜ୍ଞାନୀ ଏହି ନୂଆ ଉଦ୍ଭାବନ କରିଥିବା ଜଣାପଡିଛି ।

ବିଶେଷ ଭାବରେ, ବୈଜ୍ଞାନିକମାନେ ଭାବନ୍ତି ଯେ ନୂତନ କୌଶଳ, ଯାହାକୁ ସେମାନେ “spectral siren” ବୋଲି କୁହନ୍ତି, ହୁଏତ ଆମକୁ ବ୍ରହ୍ମାଣ୍ଡର ଅନ୍ୟାନ୍ୟ “teenage” ବା କିଶୋର ବା ନୂଆ ବର୍ଷ ବିଷୟରେ କହିବାକୁ ସମର୍ଥ ହୋଇପାରେ । ଅଧ୍ୟୟନର ଫଳାଫଳ ଗୁଡ଼ିକ ଫିଜିକାଲ୍ ରିଭ୍ୟୁ ଲେଟର୍ସ ପତ୍ରିକାରେ ପ୍ରକାଶିତ ହୋଇଥିଲା । ବର୍ତ୍ତମାନ ବୈଜ୍ଞାନିକମାନଙ୍କର ଏକ ପ୍ରମୁଖ ବିତର୍କ ହେଉଛି ବ୍ରହ୍ମାଣ୍ଡ କେତେ ଶୀଘ୍ର ବିସ୍ତାର ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉପଲବ୍ଧ ବିଭିନ୍ନ ପଦ୍ଧତିଗୁଡ଼ିକ ସାମାନ୍ୟ ଭିନ୍ନ ଉତ୍ତର ଦେଇଥିବା ବେଳେ ବୈଜ୍ଞାନିକମାନେ ଏହି ହାରକୁ ମାପିବା ପାଇଁ ବିକଳ୍ପ ଉପାୟ ଖୋଜିବାକୁ ବ୍ୟାକୁଳ ହେଉଛନ୍ତି । ନୂତନ ଅଧ୍ୟୟନ ଏହି ଗଣନା କରିବା ପାଇଁ ଏକ ଉପାୟ ପ୍ରଦାନ କରିବ, ଏହି ବିଶେଷ ଡିଟେକ୍ଟର ବ୍ୟବହାର ଦ୍ବାରା ବ୍ଲାକ୍ ହୋଲ୍ ଧକ୍କାର ମହାଜାଗତିକ ପ୍ରତିଧ୍ୱନୀ ପ୍ରେରିତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.