ETV Bharat / science-and-technology

ଟ୍ବିଟର ପୂର୍ବ ସିଇଓ Dorseyଙ୍କ ଦୁଃଖ, କହିଲେ କମ୍ପାନୀରେ ପରିଣତ Twitter

author img

By

Published : Aug 27, 2022, 7:28 PM IST

Updated : Aug 28, 2022, 8:10 PM IST

ଟ୍ବିଟର କମ୍ପାନୀ ହୋଇଯିବା ମୋର ବଡ ଦୁଃଖ କହିଲେ ପୂର୍ବତନ ସିଇଓ ଜ୍ୟାକ୍‌ ଡର୍ସି Former Twitter CEO Jack Dorsey Regret । ଅଧିକ ପଢନ୍ତୁ

ଟ୍ବିଟର କମ୍ପାନୀ ହୋଇଯିବା ମୋର ବଡ ଦୁଃଖ କହିଲେ Twitter Former CEO Jack Dorsey

ସାନ ଫ୍ରାନ୍ସିସ୍କୋ: ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ବିଟରର (Twitter) ସହ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ଜ୍ୟାକ୍‌ ଡର୍ସି (Former Twitter CEO Jack Dorsey Regret ) ଟ୍ବିଟରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଲୋକମାନେ ନିଜର ବ୍ୟକ୍ତିଗତ ମତକୁ ସର୍ବ ସମ୍ମୁଖରେ ଉପସ୍ଥାପନ କରିବା ଲାଗି ସେ ବିକଶିତ କରିଥିବା ଏହି ଖୋଲା ପ୍ଲାଟଫର୍ମ ଏବେ କମ୍ପାନୀରେ ପରିଣତ ହୋଇଥିବା ସେ ଗୁରୁବାର ଟ୍ବିଟ କରି କହିଛନ୍ତି ।

ଜ୍ୟାକ ଡର୍ସି ଟ୍ବିଟରର ସହ ପ୍ରତିଷ୍ଠାତା ଥିଲେ । ବର୍ତ୍ତମାନ ସେ ଏକ ପେମେଣ୍ଟ କମ୍ପାନୀ ବ୍ଲକର (Block) ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ଅଧିକାରୀ ରହିଛନ୍ତି । ଯେତେବେଳେ ଆପ ଗବେଷକ ଜେନ ମଞ୍ଚୁନ ୱଙ୍ଗ ତାଙ୍କୁ ପ୍ରଶ୍ନ କରିଥିଲେ ସେ ଟ୍ବିଟରକୁ କିପରି ଦେଖିବାକୁ ଚାହୁଁଛନ୍ତି । ଏହାର ଉତ୍ତରରେ ଡର୍ସି କହିଥିଲେ, "ଏକ ପ୍ରୋଟକଲ । ଏହା କୌଣସି କମ୍ପାନୀର ଅଧୀନର ଆସିପାରିବ ନାହିଁ ।" ଏହି ମନ୍ତବ୍ୟ ରଖିବା ପୂର୍ବରୁ ଆଉ ଏକ ଟ୍ବିଟ କରିଥିଲେ ଡର୍ସି । ଯେଉଁଥିରେ ସେ ଲେଖିଥିଲେ ଯେ ଟ୍ବିଟର ସର୍ବଦା ଏକ ଖୋଲା ବା ଭରସାଯୋଗ୍ୟ ପ୍ଲାଟଫର୍ମ ହେବା ଉଚିତ ।

ଗତ ନଭେମ୍ବରରେ ଡର୍ସି ଟ୍ବିଟର ସିଇଓ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ବର୍ତ୍ତମାନର ସିଇଓ ପାରଗ ଅଗ୍ରୱାଲଙ୍କୁ ସମସ୍ତ ଦାୟିତ୍ବଭାର ହସ୍ତାନ୍ତର କରିଥିଲେ । ଟ୍ବିଟର ଓ ବିଶିଷ୍ଟ ବ୍ୟବସାୟୀ ଏଲନ ମସ୍କ ମଧ୍ୟରେ ଟ୍ବିଟର ଅଧିଗ୍ରହଣକୁ ନେଇ ହୋଇଥିବା ଚୁକ୍ତି ଉପରେ ଆସନ୍ତା ଅକ୍ଟୋବର ୧୭ରେ ଡେଲୱେୟାର କୋର୍ଟ ଅଫ ଚାନ୍ସରୀ (Delaware Court of Chancery)ରେ ଥିବା ମାମଲାକୁ ନେଇ ପ୍ରସ୍ତୁତ ହେଉଛନ୍ତି । ସେପଟେ ଏଲନ ମସ୍କ ଡର୍ସିଙ୍କ ନିକଟରେ ସ' ପିନା (କୋର୍ଟରେ ନିଜ ବୟାନ ରଖିବା ଲାଗି ଉପସ୍ଥିତ ହେବାକୁ ଏକ ଲିଖିତ ଆଦେଶ) ଦାଖଲ କରିଛନ୍ତି ।

Last Updated : Aug 28, 2022, 8:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.