ETV Bharat / science-and-technology

BGMI Video Game: ପୁଣି ଭିଡିଓ ଗେମର ମଜା ନେବେ ଖେଳପ୍ରେମୀ, ପ୍ଲେ ଷ୍ଟୋର ଉପଲବ୍ଧ ହେଲା BGMI - ପ୍ଲେଷ୍ଟୋର ଉପଲବ୍ଧ ହେଲା BGMI

ପୁଣି ଭିଡିଓ ଗେମର ମଜା ନେବେ ଖେଳପ୍ରେମୀ। ଆସନ୍ତା ପ୍ଲେଷ୍ଟୋର 29 ତାରଖରୁ ଉପଲବ୍ଧ ହେଲା BGMI। ଅଧିକ ପଢନ୍ତୁ

BGMI Video Game
BGMI Video Game
author img

By

Published : May 28, 2023, 9:57 AM IST

ନୂଆଦିଲ୍ଲୀ: ବର୍ତ୍ତମାନ ବ୍ୟାଟଲଗ୍ରାଉଣ୍ଡସ୍ ମୋବାଇଲ୍ ଇଣ୍ଡିଆ (BGMI) ଭିଡିଓ ଗେମର ମଜା ନେଇପାରିବେ ଖେଳ ପ୍ରେମୀ । ବର୍ତ୍ତମାନ ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ଗେମ ଉପଲବ୍ଧ ହେଉଛି । ଦେଶ ଭିତରେ ଥିବା ଉପଭୋକ୍ତାମାନେ ମଧ୍ୟ ମେ 29ରୁ ଏହି ଗେମ ଖେଳିପାରିବେ । କମ୍ପାନୀ ପକ୍ଷରୁ ଗତକାଲି(ଶନିବାର) ଏହି ସୂଚନା ଦିଆଯାଇଛି । ବ୍ୟାଟ୍ ରୟାଲ୍ ମୋବାଇଲ୍ ଗେମରର ବିକାଶକାରୀ ଦକ୍ଷିଣ କୋରିଆ କମ୍ପାନୀ କ୍ରାଫ୍ଟନ୍ ପକ୍ଷରୁ କୁହାଯାଇଛି, ଆସନ୍ତା 29 ତାରିଖରୁ ଭାରତୀୟମାନେ ଏହି ଗେମକୁ ଖେଳିପାରିବେ । iOS ବ୍ୟବହାରକାରୀଙ୍କ ପାଇଁ 29 ତାରିଖରୁ ଏହି ଗେମ ପ୍ଲେଷ୍ଟୋରରେ ଉପଲବ୍ଧ ହେବ ଏବଂ ଗେମ ଖେଳିପାରିବେ ।

BGMI ବର୍ତ୍ତମାନ ପ୍ରିଲୋଡ୍ ପାଇଁ ଉପଲବ୍ଧ ବୋଲି ଘୋଷଣା କରିବା ସହ ଆମେ ଆନନ୍ଦିତ ବୋଲି କହିଛନ୍ତି କ୍ରାଫ୍ଟନ୍ ଇନ୍ ଇଣ୍ଡିଆର ସିଇଓ ସିଆନ ହୁନିଲ୍ ସୋନ୍ କହିଛନ୍ତି । ସେ କହିଛନ୍ତି, "ଆମେ ଆମର ଉପଭୋକ୍ତାମାନଙ୍କୁ ଏକ ସୁଗମ ଗେମ ପ୍ଲେ ଅଭିଜ୍ଞତା ପ୍ରଦାନ କରିବାକୁ କ୍ରମାଗତ ଭାବରେ ଚେଷ୍ଟା କରୁଛୁ ଏବଂ ସମସ୍ତଙ୍କୁ ସ୍ୱାଗତ କରିବା ପାଇଁ ଆମେ ଉତ୍ସାହିତ ଅଛୁ ।" ଭିଡିଓ ଗେମ୍ BGMIକୁ ଦେଶକୁ ଫେରାଇ ଆଣିବାକୁ ଅନୁମତି ଦେବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ତିନି ମାସର କଠିନ ପରୀକ୍ଷଣ ପରେ ହିଁ ନିଆଯିବ ବୋଲି ସରକାର ସ୍ପଷ୍ଟ ଭାବରେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: WhatsApp Sticker Feature : ଆହୁରି ମଜାଦାର ହେବ ହ୍ବାଟସଅପ୍ ଚାଟ୍‌, ନିଜେ ତିଆରି କରିପାରିବେ ଷ୍ଟିକର

ସେ ଆହୁରି ମଧ୍ୟ କହିଛନ୍ତି, ଭାରତରେ ଏହି ଗେମ ପାଇଁ ଆଗ୍ରହ ଦେଖାଉଥିବାରୁ ଆମେ ପୁଣି ଥରେ କାର୍ଯ୍ୟନିର୍ବାହୀ ଏବଂ ଆମର ଉପଭୋକ୍ତାମାନଙ୍କୁ ଧନ୍ୟବାଦ ଜଣାଉଛୁ । ଆମେ ମଧ୍ୟ ଏହି ଗେମକୁ ଆଣିବା ପାଇଁ ନିରନ୍ତର ପ୍ରଚେଷ୍ଟା କରୁଥିଲୁ । ଗେମ୍ ଅପଡେଟ୍ ଏକ ନୂତନ ମାନଚିତ୍ର, ଇନ୍-ଗେମ୍ ଇଭେଣ୍ଟ ଏବଂ ଅଧିକ ପରିଚୟ ଦେବ । ଭାରତ ସରକାର ପ୍ରଥମେ କ୍ରାଫ୍ଟନ୍ ମାର୍କେଟରେ ଦେଶରେ PUBG ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଲେ ।"

ଏହା ମଧ୍ୟ ପଢନ୍ତୁ: Apple Developers Conference : ଜୁନ୍‌ 5ରୁ ଆରମ୍ଭ ହେବ ଆପଲ୍‌ର ବିଶ୍ବସ୍ତରୀୟ ଡେଭଲପର କନଫରେନ୍ସ

ତେବେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଅନଲାଇନ୍ ଗେମିଂ ପାଇଁ ଏକ ବଡ଼ ବଜାର ଅଛି । ଭାରତ ଏବଂ ବିଦେଶର ଅନେକ କମ୍ପାନୀ ଏଥିରେ ବିନିଯୋଗ କରିଛନ୍ତି । ସୁରକ୍ଷା ଏବଂ ସାମରିକ କାରଣରୁ ଦେଶରେ ଅନେକ ଭିଡିଓ ଗେମ୍ ନିଷେଧ କରାଯାଇଛି । କଠୋର ପରୀକ୍ଷଣ ପରେ ଦେଶରେ ଯେକୌଣସି ନୂତନ ଗେମକୁ ଅନୁମତି ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.