ହାଇଦ୍ରାବାଦ : ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସ (ପୂର୍ବର ଟ୍ୱିଟର)ର ମାଲିକ ଏଲନ୍ ମସ୍କ ଏକ୍ସକୁ ନେଇ ଆଉ ଏକ ବଡ଼ ଘୋଷଣା କରିଛନ୍ତି । X ଉପଭୋକ୍ତାମାନେ ଅତି ଶୀଘ୍ର ପ୍ଲାଟଫର୍ମରେ ଅଡିଓ-ଭିଡିଓ କଲ୍ କରିବାର ସୁବିଧା ପାଇପାରିବେ ବୋଲି ଘୋଷଣା କରିଥିବା ବେଳେ ଆଜି ଏହି ସୁବିଧା ସମସ୍ତ ୟୁଜର୍ସ ପାଇପାରିବେ ନାହିଁ ବୋଲି ଘୋଷଣା କରିଛନ୍ତି । କେବଳ ପ୍ରିମିୟମ ୟୁଜର୍ସ ହିଁ ଏହି ସୁବିଧା ପାଇବେ ବୋଲି ଘୋଷଣା କରିଛନ୍ତି ମସ୍କ୍ । ଏହାର ଅର୍ଥ କେବଳ ଯେଉଁମାନେ ସବସ୍କ୍ରିପସନ୍ ନେଇଛନ୍ତି ସେମାନେ ଅଡିଓ-ଭିଡିଓ କଲ୍ କରିବାକୁ ସମର୍ଥ ହେବେ । ଏଥିପାଇଁ ସେମାନଙ୍କୁ କୌଣସି ଫୋନ୍ ନମ୍ବର ମଧ୍ୟ ଦରକାର ହେବ ନାହିଁ । ଏଲନ୍ ମସ୍କ ତାଙ୍କ ଅଫିସିଆଲ୍ X ଆକାଉଣ୍ଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । IOS, ଆଣ୍ଡ୍ରଏଡ୍, MAC ଏବଂ PCରେ Xର ସମସ୍ତ ୟୁଜର୍ସଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ।
-
🎥 | Former CEO Linda Yaccarino Spills the Beans on Ditching Twitter Name
— MoneyDubai (@MoneyDubai_ae) August 11, 2023 " class="align-text-top noRightClick twitterSection" data="
———————————
🗣️The “X” app:
✅ Offers video calls without sharing phone numbers
✅ Enables money transfers between users#X #Twitter #ElonMusk #LindaYaccarino pic.twitter.com/OReASeDmMp
">🎥 | Former CEO Linda Yaccarino Spills the Beans on Ditching Twitter Name
— MoneyDubai (@MoneyDubai_ae) August 11, 2023
———————————
🗣️The “X” app:
✅ Offers video calls without sharing phone numbers
✅ Enables money transfers between users#X #Twitter #ElonMusk #LindaYaccarino pic.twitter.com/OReASeDmMp🎥 | Former CEO Linda Yaccarino Spills the Beans on Ditching Twitter Name
— MoneyDubai (@MoneyDubai_ae) August 11, 2023
———————————
🗣️The “X” app:
✅ Offers video calls without sharing phone numbers
✅ Enables money transfers between users#X #Twitter #ElonMusk #LindaYaccarino pic.twitter.com/OReASeDmMp
ପ୍ରିମିୟମ ୟୁଜର୍ସଙ୍କୁ ମିଳିବ ଏହି ସୁବିଧା: Xରେ ଅଡିଓ ଏବଂ ଭିଡିଓ କଲ୍ ସୁବିଧା କେବଳ ପ୍ରିମିୟମ୍, ସବସ୍କ୍ରିପ୍ସନ୍ ୟୁଜର୍ସଙ୍କ ପାଇଁ ମିଳିବ । ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ଗତମାସରେ ଏକ୍ସରେ କହିଥିଲେ ଯେ, "ଏଣିକି ଏକ୍ସ ୟୁଜର୍ସ ଆପ୍ରେ ଅଡିଓ ଏବଂ ଭିଡିଓ କଲର ସୁବିଧା ପାଇପାରିବେ।" ତେବେ ଏହି ସୁବିଧା କେବଳ ପ୍ରିମିୟମ ୟୁଜର୍ସଙ୍କୁ ମିଳିବ ବୋଲି କହିଛନ୍ତି ଏଲନ ମସ୍କ । ଟେକ୍ ଜିଆଣ୍ଟର ନିବେଶକ କ୍ରିସ୍ ମେସିନା ଏକ୍ସର ପ୍ରତିଦ୍ବନ୍ଦି ଥ୍ରେଡ୍ସରେ କହିଥିଲେ ଯେ, ଯେଭଳି ଭାବରେ ଲିଣ୍ଡା ରିଜଲ ରିଲ୍ରେ ସଙ୍କେତ ଦେଇଛନ୍ତି । ଏକ୍ସରେ ଶୀଘ୍ର ଅଡିଓ ଏବଂ ଭିଡିଓ କଲର ସୁବିଧା ମିଳିବ । ଏହି ସୁବିଧା ପାଇବାକୁ ହେଲେ ଆପଣଙ୍କୁ ଟଙ୍କା ଭରିବାକୁ ହେବ ।"
ଏହା ମଧ୍ୟ ପଢନ୍ତୁ: ମସ୍କଙ୍କ ବଡ ଘୋଷଣା, ଏକ୍ସରେ ମିଳିବ ଭିଡିଓ ଏବଂ ଅଡିଓ କଲିଂ ସୁବିଧା
କାର୍ଯ୍ୟଭାର ହାତକୁ ନେବା ପରେ ଏକ୍ସ ସିଇଓ ଲିଣ୍ଡା ଏକ ସାକ୍ଷାତକାରରେ କହିଥିଲେ, "ପ୍ଲାଟଫର୍ମରେ ଶୀଘ୍ର ଭିଡିଓ କଲର ସୁବିଧା ମିଳିବ । ଚୀନର ଓ୍ବିଚାଟ ଭଳି ଏକ୍ସରେ ମଧ୍ୟ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବା ଏହି ଆପର ଲକ୍ଷ୍ୟ । ଆପଣ ଏକ୍ସରେ ଅତିଶୀଘ୍ର କାହାକୁ ଆପଣଙ୍କ ଫୋନ ନମ୍ବର ନଦେଇ ମଧ୍ୟ ଭିଡିଓ କଲ ଚାଟ୍ କରିପାରିବେ । ଲମ୍ବା ସମୟ ବା ଅବଧିର ଭିଡିଓ ଏବଂ କ୍ରିଏଟର ସବସ୍କ୍ରିପ୍ସନ ଭଳି ଅନ୍ୟ ସୁବିଧା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ