ETV Bharat / science-and-technology

ChatGPT Ban By Apple: ଚାଟଜିପିଟିକୁ ନିଷିଦ୍ଧ କଲା ଆପଲ - ଆପଲ୍‌ରେ ଚାଟ୍‌ଜିପିଟି ନିଷିଦ୍ଧ

ଦିନକୁ ଦିନ ଚାଟ୍‌ ଜିପିଟିର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ଏହାକୁ ନିଷିଦ୍ଧ କରିଛି ଆପଲ । ଏ‌ଆଇ ବ୍ୟବହାର ହେଲେ ଗୋପନୀୟତା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ଅଧିକ ପଢନ୍ତୁ

ChatGPT Ban By Apple
ChatGPT Ban By Apple
author img

By

Published : May 21, 2023, 3:14 PM IST

ନୂଆଦିଲ୍ଲୀ: ଆମେରିକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ଓପନ ଏଆଇର ଚାଟ୍‌ ଜିପିଟି ଧୀରେଧୀରେ ୟୁଜର୍ସଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। । ଆମେରିକାରେ ଆଇଫୋନ ବ୍ୟବହାରୀମାନେ ପ୍ରଥମେ ଏହି ଆପ୍‌ର ଉପଲବ୍ଧତା ପାଇପାରିବେ ବୋଲି ଘୋଷଣା କରାଯାଇଥିଲା। ହେଲେ ବର୍ତ୍ତମାନ ଆଇଫୋନ ନିର୍ମାତା ଆପଲ ପକ୍ଷରୁ ଏହି ଚାଟ ଜିପିଟିକୁ ନିଷିଦ୍ଧ କରାଯାଇଛି। କମ୍ପାନୀ ପକ୍ଷରୁ ବିଧିବଦ୍ଧ କାରଣ ଦର୍ଶାଯାଇ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଆଇ ବ୍ୟବହାର ଦ୍ବାରା ଗୋପନୀୟତା ବା ପ୍ରାଇଭେସୀ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ କମ୍ପାନୀର କୌଣସି କର୍ମଚାରୀ କୌଣସି ପରିସ୍ଥିତିରେ ମଧ୍ୟ ଏଆଇ ଟୁଲକୁ ବ୍ୟବହାର କରିପାରିବେ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

WSJ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଆପଲ ନିଜର ବ୍ୟବହାରକାରୀଙ୍କୁ ଚାଟ୍‌ ଜିପିଟି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି । କାରଣ ଏହା ନିଜସ୍ୱ ସମାନ୍ତରାଳ ଟେକ୍ନୋଲୋଜିର ବିକାଶ କରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଟେକ୍ ଜିଆଣ୍ଟ ନିଜର ଜେନେରେଟିଭ୍ ମଡେଲଗୁଡିକୁ ବିକଶିତ କରୁଛି, କିନ୍ତୁ ରିପୋର୍ଟ ଅନୁଯାୟୀ ସେଗୁଡିକ କ’ଣ ପାଇଁ ବ୍ୟବହାର କରାଯାଉଛି ସେବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: Twitter Like App: ଟ୍ବିଟରକୁ ଟକ୍କର ଦେବ ମେଟା, ଜୁନ ଭିତରେ ଆଣିବ ବିକଳ୍ପ

ପ୍ରକାଶଥାଉକି, ଗତ ମାର୍ଚ୍ଚରେ Open AIର ସଫଳତା ପରେ ଏହାକୁ ଟକ୍କର ଦେବା ପାଇଁ ଗୁଗୁଲ୍ ପ୍ୟାରେଣ୍ଟ୍, ଆଲଫାବେଟ୍ ମଧ୍ୟରେ ଦୁଇଟି AI(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଗବେଷଣା ଦଳକୁ ଏକାଠି କାମ କରିବାକୁ ବାଧ୍ୟ କରିଛି । ସିରିରେ କାମ କରୁଥିବା ଟିମ୍‌ ସହ ଆପଲର କେତେକ ଟିମ୍‌ ଏଆଇ ସହ କାମ କରୁଛନ୍ତି । ଚାଟ୍‌ ଜିପିଟି କିଛି ମାସ ଧରି ଆପଲର ପ୍ରତିବନ୍ଧକ ସଫ୍ଟଓ୍ବେର ତାଲିକାରେ ରହିଛି ।

ସଫ୍ଟୱେର୍ ବିକାଶ ଏବଂ ଅନୁବାଦ ପାଇଁ ଦକ୍ଷିଣ କୋରିଆ AI ଟୁଲ୍ସର ବିକାଶ କରୁଥିବା ନେଇ କୁହାଯାଇଛି । ଗତମାସରେ ସାମ୍‌ସଙ୍ଗ୍‌ର ସମ୍ବେଦନଶୀଳ ଡାଟା ଭୁଲବଶତଃ ଚାଟ୍ ଜିପିଟିରେ ଲିକ୍ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କ ଅଫ୍ ଆମେରିକା, ସିଟି, ଡଏଚ୍ ବ୍ୟାଙ୍କ, ଗୋଲ୍ଡମ୍ୟାନ୍ ସାକ୍ସ, ୱେଲ୍ସ ଫାର୍ଗୋ, ଜେପି ମୋର୍ଗାନ୍, ୱାଲମାର୍ଟ ଏବଂ ଭେରିଜନ୍ ଭଳି ସଂଗଠନ ମଧ୍ୟ ସେମାନଙ୍କ କର୍ମଚାରୀଙ୍କୁ ଚାଟ୍‌ ଜିପିଟିର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ପ୍ରକାଶଥାଉତି, ବର୍ତ୍ତମାନ ଚାଟ୍‌ ଜିପିଟିର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଏହାର ବ୍ୟବହାର ନେଇ ବିଶ୍ବବ୍ୟାପୀ ଉତ୍କଣ୍ଠା ବଢୁଛି । ନିକଟରେ ମାଇକ୍ରୋସଫ୍ଟ ତା'ର କେତେକ ପ୍ଲାଟଫର୍ମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସୁବିଧା ଆରମ୍ଭ କରିଛି । ବର୍ତ୍ତମାନ ଉଭୟ ଆଣ୍ଡ୍ରଏଡ ଏହଂ ଆଇଓଏସ ଅପରେଟିଂ ସିଷ୍ଟମରେ ପରିଚାଳିତ ସ୍ମାର୍ଟଫୋନରେ ବ୍ରାଉଜର ଜରିଆରେ ଚାଟଜିପିଟିକୁ ବ୍ୟବହାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.