ETV Bharat / science-and-technology

ଡିସେମ୍ବର 31 ସୁଦ୍ଧା ବନ୍ଦ ହୋଇଯିବ Amazon Care - କାହିଁକି ବନ୍ଦ ହେବ ଆମାଜନ କେୟାର

ଚଳିତ ବର୍ଷ ଶେଷ ସୁଦ୍ଧା ଭର୍ଚୁଆଲ୍ ସ୍ୱାସ୍ଥ୍ୟ ସେବାକୁ ବନ୍ଦ କରିବାକୁ ଯାଉଛି ଆମାଜନ(Amazon to shut down Amazon Care) । 2022, ଡିସେମ୍ବର 31 ରେ ବନ୍ଦ ହୋଇଯିବ ଏହି ସେବା । ଅଧିକ ପଢନ୍ତୁ

Amazon to shut down Amazon Care, ଡିସେମ୍ବର 31 ସୁଦ୍ଧା ବନ୍ଦ ହୋଇଯିବ ଆମାଜନ କେୟାର

author img

By

Published : Aug 26, 2022, 9:50 AM IST

ସାନ ଫ୍ରାନ୍ସିସ୍କୋ: ଆମାଜନ କମ୍ପାନୀ ଗୁଡିକ ପାଇଁ ଏହାର ଭର୍ଚୁଆଲ୍ ସ୍ୱାସ୍ଥ୍ୟ ସେବାକୁ ଚଳିତ ବର୍ଷ ଶେଷ ସୁଦ୍ଧା ବନ୍ଦ କରିବାକୁ ଯାଉଛି(Amazon to shut down its Virtual health service), ଯେଉଁଥିରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ କର୍ମଚାରୀଙ୍କ ପାଇଁ ଏକ ଘରୋଇ ପରିଦର୍ଶନ ପାଇଁ ବିକଳ୍ପ ଥିଲା । ଆମାଜନ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଉପସଭାପତି ନୀଲ ଲିଣ୍ଡସେ ଏକ ସ୍ମାରକପତ୍ରରେ କହିଛନ୍ତି ଯେ, "ଆମର ଉଦ୍ୟୋଗ ଗ୍ରାହକ(enterprise customers)ଙ୍କ ପାଇଁ ଆମାଜନ କେୟାର ଦୀର୍ଘକାଳୀନ ସମାଧାନ(long-term solution) ନୁହେଁ, ତେଣୁ ଆମେ ନିଷ୍ପତ୍ତି ନେଇଛୁ, ଡିସେମ୍ବର 31, 2022 ପରେ ଆମେ ଆଉ ଆମାଜନ କେୟାର ପ୍ରଦାନ କରିବୁ ନାହିଁ ।"

ୱାଶିଂଟନ୍ ପୋଷ୍ଟ ରିପୋର୍ଟ କରିଛି ଯେ କମ୍ପାନୀ ବୁଧବାର ଆମାଜନ କେୟାର କର୍ମଚାରୀଙ୍କ ପାଇଁ ଏହି ନିଷ୍ପତ୍ତି ଘୋଷଣା କରିଛି । "ବହୁ ମାସ ଧରି ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି, ତତ୍‌କ୍ଷଣାତ କିମ୍ବା ତରବରିଆ ଭାବେ ନିଷ୍ପତ୍ତି ନିଆଯାଇ ନାହିଁ । ଯଦିଓ ଆମର Enrolled ସଦସ୍ୟମାନେ ଆମାଜନ କେୟାରର ଅନେକ ଦିଗକୁ ଭଲ ପାଆନ୍ତି, ତଥାପି ଆମେ ଲକ୍ଷ୍ୟ ରଖିଥିବା ବୃହତ ଉଦ୍ୟୋଗ ଗ୍ରାହକ(enterprise customers)ଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ପର୍ଯ୍ୟାପ୍ତ ଅଫର ନୁହେଁ । ଏହା ଦୀର୍ଘକାଳୀନ କାମ କରିବାକୁ ଯାଉନାହିଁ ବୋଲି ଲିଣ୍ଡସେ କହିଛନ୍ତି ।

Amazon ପ୍ରଥମେ ସଦସ୍ୟମାନଙ୍କ ପାଇଁ ଏହି ଭର୍ଚୁଆଲ୍ କେୟାର ସେବା 2019 ରେ ଆରମ୍ଭ କରିଥିଲା । କମ୍ପାନୀ କହିଛି ଯେ, ଅନେକ ଆମାଜନ କେୟାର(Amazon Care) କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ସେବା ସଂଗଠନର ଅନ୍ୟାନ୍ୟ ଅଂଶ କିମ୍ବା ଆମାଜନରେ ଅନ୍ୟ ସଂସ୍ଥାରେ ଯୋଗଦେବାର ସୁଯୋଗ ମିଳିବ । କମ୍ପାନୀ ବାହାରେ କାମ ଖୋଜୁଥିବା କର୍ମଚାରୀଙ୍କୁ ମଧ୍ୟ ଆମେ ସମର୍ଥନ କରିବୁ ବୋଲି ଲିଣ୍ଡସେ କହିଛନ୍ତି । ସେ କହିଛନ୍ତି ଯେ, ଯଦିଓ ଆମର ନାମୀଦାମୀ ସଦସ୍ୟମାନେ ଆମାଜନ କେୟାରର ଅନେକ ଦିଗକୁ ଭଲ ପାଆନ୍ତି, ତଥାପି ଆମେ ଲକ୍ଷ୍ୟ ରଖିଥିବା ବୃହତ ଉଦ୍ୟୋଗ ଗ୍ରାହକଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ପର୍ଯ୍ୟାପ୍ତ ଅଫର ନୁହେଁ ଏବଂ ଦୀର୍ଘକାଳୀନ କାର୍ଯ୍ୟ କରିବାକୁ ଯାଉନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.