ବେଙ୍ଗାଲୁରୁ: ଭାରତରେ ଉପଭୋକ୍ତାଙ୍କ ଅଭିଜ୍ଞତାକୁ ଆଉ ଟିକେ ଆକର୍ଷଣ କରିବା ପାଇଁ ଟେକ୍ ଜଏଣ୍ଟ ଆମାଜନ ଏହାର ଷ୍ଟ୍ରିମିଂ ମିଡିଆ ପ୍ଲେୟାର ଫାୟାର ଟିଭି କ୍ୟୁବ(Amazon Fire TV Cube)ର ତୃତୀୟ ଜେନେରେସନ ଲଞ୍ଚ୍ କରିଛି । ଭାରତରେ ଏହାର ମୂଲ୍ୟ 13,999 ଟଙ୍କା ରହିଛି । ଏହି ନୂଆ ଡିଭାଇସ୍ ଏକ ନୂତନ ଓକ୍ଟା-କୋର 2.0 GHz(octa-core 2.0 GHz) ପ୍ରୋସେସର ସହିତ ଲଞ୍ଚ୍ ହୋଇ ଥିବାବେଳେ ଏଥିରେ ସିନେମାଟିକ୍ 4K ଅଲଟ୍ରା HD, ଡଲବି ଭିଜନ, HDR, ଇମର୍ସିଭ୍ ଡଲବି ଆଟମୋସ୍ ଅଡିଓ ଏବଂ ୱାଇ-ଫାଇ 6 ସୁବିଧା ରହିଛି ।
ଭାରତର ଆମାଜନ ଡିଭାଇସ୍ ନିର୍ଦ୍ଦେଶକ ପରାଗ ଗୁପ୍ତା କହିଛନ୍ତି ଯେ, "ନୂତନ ଫାୟାର ଟିଭି କ୍ୟୁବ୍ ମାଧ୍ୟମରେ ଗ୍ରାହକମାନେ ଉନ୍ନତ ଅଭିଜ୍ଞତା ପାଇବେ । ଏଥିରେ ଥିବା ସିନେମାଟିକ୍ 4K ଭିଡିଓ ଅଧିକ ପସନ୍ଦ ଆସିବ । ନୂତନ ଫାୟାର ଟିଭି କ୍ୟୁବ୍ ଏକ ନୂତନ ଫିଚର୍ସ ପ୍ରଦାନ କରେ, ଯେପରିକି ଏକ HDMI ଇନପୁଟ୍ ପୋର୍ଟ ଏବଂ ସୁପର ରିଜୋଲ୍ୟୁସନ୍ ଅପ୍ସ୍କଲିଂ(Super Resolution Upscaling) । ଏହା ସୁପରଚାର୍ଜ ସଞ୍ଚାଳକ ଆପ୍ ଲଞ୍ଚ ବେଗକୁ ବୃଦ୍ଧି କରିଥାଏ, ଯାହା ଏହି ଫାୟାର ଟିଭିର ସୁଗମ ଏବଂ ସର୍ବାଧିକ ଫ୍ଲୁଇଡ୍ ଷ୍ଟ୍ରିମିଂ ମିଡିଆ ପ୍ଲେୟାର ଅଭିଜ୍ଞତାକୁ ସୂଚିତ କରେ ।
hands-free Alexa ସହିତ ଗ୍ରାହକମାନେ, ସେମାନଙ୍କର ପ୍ରିୟ ଚ୍ୟାନେଲ ଏବଂ ଆପ୍ସକୁ ଯାଇପାରିବେ । କ୍ରିକେଟ୍ ମ୍ୟାଚ୍ ଦେଖିବା ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ପର୍ଯ୍ୟନ୍ତ, ଫାୟାର ଟିଭି କ୍ୟୁବ୍ ଯେକୌଣସି ସ୍ଥାନକୁ ବ୍ୟକ୍ତିଗତ ଷ୍ଟାଡିୟମ୍ କିମ୍ବା ଚଳଚ୍ଚିତ୍ର ପ୍ରେକ୍ଷାଳୟର ଅନୁଭୂତି ଯୋଗାଇପାରିବ ବୋଲି ଗୁପ୍ତା କହିଛନ୍ତି । ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ଯେ,"ଏହା ହେଉଛି ବହୁମୁଖୀ ଫାୟାର ଟିଭି ଷ୍ଟ୍ରିମିଂ ମିଡିଆ ପ୍ଲେୟାର, ଯାହା ଆମେ ସର୍ବଦା ପ୍ରସ୍ତୁତ କରିଥାଉ । ଗ୍ରାହକମାନଙ୍କର ଏକ ନିଆରା ଅନୁଭୂତି ପାଇଁ ମୁଁ ବହୁତ ଉତ୍ସାହିତ ଅଛି ।"