ETV Bharat / science-and-technology

କେବେ ହେବ ମୃତ୍ୟୁ ? ସଠିକ ସମୟ କହିଦେବ AI ଟୁଲ ! - ଏଆଇରେ ମୃତ୍ୟୁର ସଠିକ ଅନୁମାନ

AI Death Prediction Tool: କେବେ ହେବ ମୃତ୍ୟୁ ? ଜାଣିବା ସମ୍ଭବ କି ? ଏଣିକି ମୃତ୍ୟୁର ପୂର୍ବାନୁମାନ କରିବ ଏହି ଏଆଇ ଟୁଲ୍‌ । ଅଧିକ ପଢ଼ନ୍ତୁ

AI Death Prediction Tool
AI Death Prediction Tool
author img

By ETV Bharat Odisha Team

Published : Dec 22, 2023, 11:08 AM IST

Updated : Dec 22, 2023, 11:14 AM IST

ହାଇଦ୍ରାବାଦ: କଥାରେ ଅଛି ଜନ୍ମ କିମ୍ବା ମୃତ୍ୟୁ କାହାରି ହାତରେ ନଥାଏ । ଜନ୍ମ ହୋଇଥିଲେ ମୃତ୍ୟୁ ସୁନିଶ୍ଚିତ । କିଛି ବ୍ୟକ୍ତି କମ ସମୟ ପାଇଁ ଧରାପୃଷ୍ଠକୁ ଆସିଥିବା ବେଳେ ଆଉ କିଛି ବ୍ୟକ୍ତି 100ରୁ ଅଧିକ ବର୍ଷ ବଞ୍ଚି ଥାଆନ୍ତି । କିନ୍ତୁ କେବେ ନା କେବେ ମନକୁ ଥରଟିଏ ପ୍ରଶ୍ନ ଆସେ 'ଆମ ମୃତ୍ୟୁ ବେଳ କେବେ ?' ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଏକ ନକରାତ୍ମକ ଉତ୍କଣ୍ଠା ରହିଥାଏ । ତେବେ ଟେକ୍ନୋଲୋଜିର ବିକାଶ ସହିତ ଏଣିକି ଏଭଳି ପ୍ରଶ୍ନର ଉତ୍ତର ଜାଣିବା ହେବ ସହଜ । ମୃତ୍ୟୁ କେବେ ହେବ ତାହାର ଉତ୍ତର ଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ । ଏଆଇର ଏକ ଟୁଲ୍‌ ସାମ୍ନାକୁ ଆସିଥିବା ବେଳେ ଏହା ଜଣେ ବ୍ୟକ୍ତିର ମୃତ୍ୟୁ କେବେ ହେବ ସେନେଇ ଅନୁମାନ କରିପାରିବ ବୋଲି ଦାବି କରାଯାଇଛି ।

ଡେନମାର୍କର ଟେକ୍ନୋଲୋଜି ୟୁନିଭରସିଟିର ବୈଜ୍ଞାନିକମାନେ ଏକ ଏଆଇ ଟୁଲ ବିକଶିତ କରିଛନ୍ତି । ଯାହାକି ମୃତ୍ୟୁର ସମୟସୀମା ପୂର୍ବାନୁମାନ କରିବାରେ ସଠିକତା ପ୍ରଦାନ କରିବ । ଚାଟଜିପିଟି ପରେ AI Life2vec ସିଷ୍ଟମକୁ ବିକଶିତ କରାଯାଇଛି । ଏହା ସ୍ବାସ୍ଥ୍ୟ, ଶିକ୍ଷା, ବୃତ୍ତି ଏବଂ ଆୟ ଭଳି ସମସ୍ତ କ୍ଷେତ୍ରରେ ପୂର୍ବାନୁମାନ କରିବାରେ ସକ୍ଷମ ହେବ । ଏହି ଏଆଇ ଟୁଲ୍‌ ବିକଶିତ କରିବା ସମୟରେ 2008ରୁ 2020 ମସିହା ପର୍ଯ୍ୟନ୍ତ 60 ଲକ୍ଷ ଲୋକଙ୍କ ଉପରେ ଏହାକୁ ପ୍ରଯୋଗ କରାଯାଇଥିଲା । ତେବେ ଏହି ଟୁଲ୍‌ କରିଥିବା ଅନୁମାନ ପ୍ରାୟ 78 ପ୍ରତିଶତ ସଠିକ ସାବ୍ୟସ୍ତ ହୋଇଥିବା ନେଇ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଉପଲବ୍ଧିର ବର୍ଷ 2023: ସ୍ବପ୍ନରେ ଡେଣା ଲଗାଇଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ତେବେ ଏନେଇ ଉକ୍ତ ବିଶ୍ବବିଦ୍ୟାଳୟର ପ୍ରଫେସର ସୁନେ ଲେହେମାନ କହିଛନ୍ତି, "ଚାଟ୍‌ ଜିପିଟି ଭଳି ଟେକ୍ନୋଲୋଜି ଟ୍ରାନ୍ସଫରମର ମଡେଲର ବ୍ୟବହାର କରି ସାଧାରଣ ଲୋକଙ୍କ ଜୀବନର ଘଟଣାବଳୀକୁ ବିଶ୍ଲେଷଣ କରିପାରିଥିଲୁ । ବ୍ୟକ୍ତିର ମୃତ୍ୟୁକୁ ପୂର୍ବାନୁମାନ କରିବାର ସଠିକତା ହାର ବେଶ ଉତ୍ସାହଜନକ ରହିଥିଲା । ଯେଉଁ ତଥ୍ୟ ଏହି ଏଆଇ ଟୁଲ ପ୍ରଦାନ କରିଥିଲା, ସେଥିରେ 75 ପ୍ରକିଶତରୁ ଅଧିକ ସଠିକତା ରହିଥିଲା । ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ଏକ ପ୍ରଗତିଶୀଳ ମଡେଲ ହୋଇଥିବା ବେଳେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ କ୍ରମର ପ୍ରଗତି ତଥା ଶ୍ରମ ଇତିହାସକୁ ସଫଳତାର ସହ ମଡେଲ କରିବାରେ life2vecର ଆବଶ୍ୟକତା ରହିଛି ।" ତେବେ ଏହି ମଡେଲର ବ୍ୟବହାର ଅନେକ ବ୍ୟକ୍ତିଙ୍କ ଉପରେ କରାଯାଇଥିଲା । 2020 ମସିହା ସୁଦ୍ଧା ମୃତ୍ୟୁର ପୂର୍ବାନୁମାନ କରାଯାଇଥିବା ତଥ୍ୟ ପ୍ରାୟ 75 ପ୍ରତିଶତ ସଠିକ ହୋଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମୃତ୍ୟର କାରଣ ମଧ୍ୟ ଦର୍ଶାଉଥିଲା ଏହି ଏଆଇ ଟୁଲ ।

Last Updated : Dec 22, 2023, 11:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.