ETV Bharat / science-and-technology

Twitter ପରେ ଛଟେଇ କରିବ Meta, ଚାକିରି ହରାଇପାରନ୍ତି ଅନେକ କର୍ମଚାରୀ - ଇନଷ୍ଟାଗ୍ରାମ

ଟେକ୍ନୋଲୋଜି ଜଗତରେ ସବୁଠାରୁ ବଡ ଛଟେଇ ହେବାକୁ ଯାଉଛି(After Twitter Meta to lay off staff too) । ବିଶ୍ବର ଅନ୍ୟ ଏକ ବୃହତ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା(Meta) କର୍ମଚାରୀଙ୍କ ଛଟେଇ ନେଇ ଘୋଷଣା କରିଛି । ଅଧିକ ପଢନ୍ତୁ

Twitter ପରେ ଛଟେଇ କରିବ Meta, ଚାକିରି ହରାଇପାରନ୍ତି ହଜାର ହଜାର କର୍ମଚାରୀ

author img

By

Published : Nov 8, 2022, 1:13 PM IST

ନ୍ୟୁୟର୍କ: ଟ୍ବିଟର ପରେ ଫେସ୍‌ବୁକ୍‌ ମୂଳ ମାଲିକାନା ମେଟାରେ ହୋଇପାରେ ଛଟେଇ (After Twitter Meta to lay off staff too) । ଏନେଇ ମେଟା ଯୋଜନା କରୁଥିବା ଜଣାପଡିଛି । ବିଶ୍ବର ଅନ୍ୟ ଏକ ବୃହତ ସୋସିଆଲ ମିଡିଆ ପ୍ଲାଟଫର୍ମ ଭାବେ ଉଭା ହୋଇଥିବା ମେଟା ଅଧୀନରେ ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍ ଏବଂ ଇନଷ୍ଟାଗ୍ରାମ ପରିଚାଳିତ ହେଉଛି । ତେବେ କମ୍ପାନୀ ତା'ର କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ଚାହୁଁଥିବାରୁ ଏହି ଯୋଜନା କରୁଥିବା ଜଣାପଡିଛି ।

ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ଗତ ଏକ ବର୍ଷ ମଧ୍ୟରେ ଏହା ବୋଧହୁଏ ଟେକ୍ନୋଲୋଜି ଜଗତରେ ସବୁଠାରୁ ବଡ ଛଟେଇ ହେବ। 'ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍'ର ରିପୋର୍ଟ ଅନୁଯାୟୀ, ହଜାର ହଜାର କର୍ମଚାରୀ ଏଥିରେ ପ୍ରଭାବିତ ହେବେ । ତେବେ ମେଟାର ମୋଟ କର୍ମଜୀବୀ ସଂଖ୍ୟା 87 ହଜାରରୁ ଊର୍ଦ୍ଧ୍ବ ହେବ । ବୁଧବାର(ନଭେମ୍ବର 9)ଠାରୁ କର୍ମଚାରୀଙ୍କ ଛଟେଇ ଅଭିଯାନ ଆରମ୍ଭ ହୋଇପାରେ ।

ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀ ଅଧିକାରୀମାନେ ଏହି ସପ୍ତାହରୁ କୌଣସି ଅତ୍ୟାବଶ୍ୟକ ଯାତ୍ରା ନକରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କମ୍ପାନୀର 18 ବର୍ଷ ଇତିହାସରେ ଏହା କର୍ମଚାରୀଙ୍କ ସର୍ବ ବୃହତ ଛଟେଇ ହେବ ବୋଲି ତର୍ଚ୍ଚା ହେଉଛି । ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ମାର୍କ ଜୁକରବର୍ଗ କହିଛନ୍ତି ଯେ, ଉଚ୍ଚ ପ୍ରାଥମିକତା ଅଭିବୃଦ୍ଧି କ୍ଷେତ୍ରରେ ଅଳ୍ପ ସଂଖ୍ୟକ ପୁଞ୍ଜି ବିନିଯୋଗ ଉପରେ କମ୍ପାନୀ ଧ୍ୟାନ ଦେବ । 2023 ଶେଷ ସୁଦ୍ଧା ଆମ ସଂଗଠନର ଆକାର ବର୍ତ୍ତମାନ ତୁଳନାରେ ସମାନ କିମ୍ବା ଟିକିଏ ଛୋଟ ହେବ ବୋଲି ଜୁକରବର୍ଗ କହିଛନ୍ତି ।

କହି ରଖୁଛୁ ଯେ, ଅନ୍ୟପଟେ ବିଶ୍ବର ସର୍ବାଧିକ ବ୍ୟବହାରକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ଏଲନ ମସ୍କ ଅଧୀନକୁ ନେବା ପରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । ଟ୍ବିଟରରୁ ବର୍ତ୍ତମାନ ସୁଦ୍ଧା 90 ପ୍ରତିଶତ କର୍ମଚାରୀଙ୍କୁ ବିଦା କରିସାରିଛନ୍ତି ମସ୍କ । ଏଥିରେ CEO ଥିବା ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଅଛନ୍ତି । ସେହିପରି ମସ୍କଙ୍କ ଛଟେଇ ନିୟମରେ ପ୍ରଭାବିତ ହୋଇଛନ୍ତି ଭାରତର ପ୍ରାୟ 200 ରୁ ଊର୍ଦ୍ଧ୍ବ କର୍ମଚାରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.