ETV Bharat / science-and-technology

Solar Mission: ପୃଥିବୀର ତୃତୀୟ କକ୍ଷପଥ ଅତିକ୍ରମ କଲା ଆଦିତ୍ୟ L1 - ଭାରତୀୟ ମହାକାଶ ଗବେଷଣା ସଂସ୍ଥା

ସଫଳତାର ସହ ପୃଥିବୀର ତୃତୀୟ କକ୍ଷପଥ ଅତିକ୍ରମ କଲା ସୌର ଅଭିଯାନ ଆଦିତ୍ୟ L1 । ଇସ୍ରୋ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ପୃଥିବୀର ତୃତୀୟ କକ୍ଷପଥ ଅତିକ୍ରମ କଲା ଆଦିତ୍ୟ L1

author img

By ETV Bharat Odisha Team

Published : Sep 10, 2023, 2:11 PM IST

ନୂଆଦିଲ୍ଲୀ: ଇସ୍ରୋର ସୌର ମିଶନ ଆଦିତ୍ୟ L1 ସୂର୍ଯ୍ୟ ଆଡକୁ ତୃତୀୟ ପାଦ ବଢାଇଛି । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଆଦିତ୍ୟ L1 ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ସଫଳତାର ସହ ଅତିକ୍ରମ କରିଛି । ଏବେ ଏହି ମହାକାଶଯାନ ଚତୁର୍ଥ କକ୍ଷପଥରେ ପ୍ରବେଶ କରିବ । ତୃତୀୟ କକ୍ଷପଥ ଅତିକ୍ରମ କରିବା ପରେ ଆଦିତ୍ୟ L1 ବର୍ତ୍ତମାନ ୨୯୬x ୭୧୭୬୭ କିଲୋମିଟର ପରିବର୍ଦ୍ଧିତ କକ୍ଷପଥରେ ରହି ପରିକ୍ରମା କରିବ । ଏନେଇ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ISRO) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବର ଟ୍ବିଟର)ରେ ସୂଚନା ଦିଆଯାଇଛି ।

ଇସ୍ରୋ କହିଛି ଯେ, ଶନିବାର ମଧ୍ୟରାତ୍ରି ସାଢେ ୨ଟା ବେଳେ ଆଦିତ୍ୟ L1 ପୃଥିବୀର ତୃତୀୟ କକ୍ଷପଥ ଅତିକ୍ରମ କରିଛି । ଏହି ପ୍ରକ୍ରିୟା ସମୟରେ ମରିସସ୍, ବେଙ୍ଗାଲୁରୁ, ଏସଡିଏସସି-ଶାର୍(ଶ୍ରୀହରିକୋଟା) ଏବଂ ପୋର୍ଟ ବ୍ଲେୟରରେ ଥିବା ଗ୍ରାଉଣ୍ଡ ଷ୍ଟେସନ ସାଟେଲାଇଟକୁ ଟ୍ରାକ କରିଥିଲେ । ସେପ୍ଟେମ୍ବର ୧୫ ତାରିଖ ୨ଟାରେ ଆଦିତ୍ୟ L1 ସାଟେଲାଇଟ ଚତୁର୍ଥ କକ୍ଷପଥରେ ପ୍ରବେଶ କରିବ । ଏହାପରେ ପୁଣିଥରେ କକ୍ଷପଥ ପରିବର୍ତ୍ତନ କରି ପଞ୍ଚମ କକ୍ଷପଥରେ ପ୍ରବେଶ କରିବା ପରେ ସିଧା L1 କକ୍ଷପଥକୁ ଯିବ ।

ଏହାମଧ୍ୟ ପଢନ୍ତୁ: Aditya L1: ସେଲଫି ନେଲା ଆଦିତ୍ୟ L1, ଏମିତି ଦେଖାଯାଉଛି ପୃଥିବୀ ଓ ଚନ୍ଦ୍ର

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୨ ତାରିଖ ଦିନ ଇସ୍ରୋର ସୌର ଅଭିଯାନ ଆଦିତ୍ୟ L1 ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଶତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା । ପୋଲାର ସାଟେଲାଇଟ ଲଞ୍ଚ ଭେହିକିଲ(PSLV-C57) ରକେଟ୍ ସହୟତାରେ ଏହାକୁ ପ୍ରକ୍ଷେପଣ କରାଯାଇଥିଲା । ଆଦିତ୍ୟ L1 ସେପ୍ଟେମ୍ବର ୩ ଓ ୫ ତାରିଖରେ ପୃଥିବୀର ପ୍ରଥମ ଓ ଦ୍ବିତୀୟ କକ୍ଷପଥ ସଫଳତା ସହକାରେ ଅତିକ୍ରମ କରିଥିଲା ।

ଏହାମଧ୍ୟ ପଢନ୍ତୁ: କେମିତି ଦେଖାଯାଉଛି ଲ୍ୟାଣ୍ଡର ବିକ୍ରମ ? ଫଟୋ ପଠାଇଲା ଚନ୍ଦ୍ରଯାନ-2

ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଦୂରତା ପ୍ରାୟ ୧୫ କୋଟି କିଲୋମିଟର । ଆଦିତ୍ୟ L1 ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ପଠାଯିବ । ସୌରପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼, ବିକିରଣ ଓ ମହାକାଶର ପାଣିପାଗ ଉପରେ ଅଧ୍ୟୟନ କରିବା ଲକ୍ଷ୍ୟରେ ଇସ୍ରୋ ସୌର ଅଭିଯାନ ଲଞ୍ଚ କରିଛି । ସୂର୍ଯ୍ୟର ଫଟୋସ୍ପିୟର, କ୍ରୋମାସ୍ପିଅର ଓ ବାହ୍ୟସ୍ତର କରୋନାର ଅନୁଧ୍ୟାନ ପାଇଁ ଆଦିତ୍ୟ L1ରେ ୭ଟି ପେଲୋଡ ରହିଛି । ଏହାକୁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଲାଗ୍ରାଞ୍ଜିଆନ ପଏଣ୍ଟ-୧ ଚତୁଃପାର୍ଶ୍ବରେ ଥିବା ହେଲୋ ଅର୍ବିଟରେ ସ୍ଥାପନ କରାଯିବାର ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.