ETV Bharat / science-and-technology

6G Coming Soon ! ପ୍ରଥମ ଦେଶ ଭାବେ 6ଜି ସେବା ଆଣିବ ଦକ୍ଷିଣ କୋରିଆ

author img

By

Published : Feb 22, 2023, 7:29 AM IST

ଟେକ୍ନୋଲୋଜି ଯୁଗରେ ଆସିବ ଆଉ ଏକ ବିରାଟ ପରିବର୍ତ୍ତମ । ପ୍ରଥମ ଦେଶ ଭାବରେ 6ଜି ସେବା ଆଣିବାକୁ ଘୋଷଣା କଲା ଦକ୍ଷିଣ କୋରିଆ । ଅଧିକ ପଢନ୍ତୁ

6G Coming Soon
6G Coming Soon

ସିଓଲ: ଟେକ୍ନୋଲୋଜି ଯୁଗରେ ପାଦ ଥାପିଛି ସମଗ୍ର ବିଶ୍ବ । କୃତ୍ରିମ ବୁଦ୍ଧିମତା(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ସାଙ୍ଗକୁ ଦ୍ରୁତ ନେଟୱାର୍କ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟୁଛି । ଏହିକ୍ରମରେ 5ଜି ସର୍ଭିସ୍ ଆରମ୍ଭ ହୋଇ ଥିବାବେଳେ 6ଜିକୁ ଲମ୍ଫ ମାରିବାକୁ ଯାଉଛି ଦକ୍ଷିଣ କୋରିଆ । ଦେଶରେ ଆଗକୁ ଆରମ୍ଭ ହେବ 6ଜି ସେବା । 2028 ମସିହାରେ ସମଗ୍ର ଦେଶରେ 6ଜି ନେଟୱାର୍କ ସେବା ଆରମ୍ଭ କରିବାକୁ ଯୋଜନା କରାଯାଉଛି ବୋଲି ଦକ୍ଷିଣ କୋରିଆ ଆଇସିଟି ମନ୍ତ୍ରଣାଳୟ କହିଛି ।

ବିଜ୍ଞାନ ଏବଂ ଆଇସିଟି ମନ୍ତ୍ରଣାଳୟ ଅନୁଯାୟୀ, ଦକ୍ଷିଣ କୋରିଆ ସରକାରଙ୍କ କେ-ନେଟୱାର୍କ 2030 ଯୋଜନା ଅଧୀନରେ 6G ଟେକ୍ନୋଲୋଜି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସଫ୍ଟୱେୟାର ଆଧାରିତ ପରବର୍ତ୍ତୀ ପିଢିର ମୋବାଇଲ୍ ନେଟୱାର୍କ ଏବଂ ନେଟୱାର୍କ ସପ୍ଲାଏ ଚେନ୍‌କୁ ଶକ୍ତିଶାଳୀ କରିବା ପାଇଁ ଯୋଜନାର ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍ 2028ରେ ଏହି ସେବା ଆରମ୍ଭ ହେବ ବୋଲି ଦକ୍ଷିଣ କୋରିଆ ବିଜ୍ଞାନ ଓ ପ୍ରଯକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି । ଏହି ସେବା ଘୋଷଣା କରିବାରେ ଦକ୍ଷିଣ କୋରିଆ ପ୍ରଥମ ଦେଶ ହୋଇଛି ।

ୟୋନହାପ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ, ଦକ୍ଷିଣ କୋରିଆ ସରକାର ସ୍ଥାନୀୟ କମ୍ପାନୀ ଗୁଡିକୁ 6G ଟେକ୍ନୋଲୋଜି ପାଇଁ ସାମଗ୍ରୀ ଓ ଯନ୍ତ୍ରପାତି ପ୍ରସ୍ତୁତ କରିବାକୁ ପ୍ରୋତ୍ସାହିତ କରିବେ ଏବଂ ନିଜସ୍ବ RAN ବା ରେଡିଓ ଆକସେସ୍ ନେଟୱାର୍କ ବିକାଶ କରିବାକୁ ସରକାର ସ୍ଥାନୀୟ କମ୍ପାନୀମାନଙ୍କୁ ଉତ୍ସାହିତ କରିବେ । ମନ୍ତ୍ରଣାଳୟ କହିଛି ଯେ, ଏହି ଯୋଜନା ପାଇଁ ମୂଳ 6G ଟେକ୍ନୋଲୋଜି ଉପରେ 625.3 ବିଲିୟନ ୱନ୍ (481.7 ମିଲିୟନ୍ ଡଲାର୍) ଅନୁସନ୍ଧାନ ଏବଂ ବିକାଶ ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବାକୁ ଯୋଜନା ଚାଲିଛି ।

ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ୱେୟାରଲେସ୍(ତାର ବିହୀନ) ଯୋଗାଯୋଗକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ପଞ୍ଚମ ପିଢି ପରେ ଷଷ୍ଠ ପିଢିର ଆବଶ୍ୟକତା ରହିଛି । ଭବିଷ୍ୟତର ନେଟୱାର୍କ ଭିତ୍ତିଭୂମି ପାଇଁ ବିଶ୍ୱ ପ୍ରତିଯୋଗିତାରେ ଏହା ଏକ ଅଗ୍ରଣୀ ସ୍ଥାନ ବଜାୟ ରଖିବାରେ ସାହାଯ୍ୟ କରିବ । ଜର୍ମାନ ଆନାଲିସିସ୍ ଫାର୍ମ ଆଇପ୍ଲାଟିକ୍ସ ଅନୁଯାୟୀ, ଦକ୍ଷିଣ କୋରିଆ ବହୁ ସଂଖ୍ୟକ 5G ପେଟେଣ୍ଟ ସହିତ 5G ବିକାଶର ନେତୃତ୍ୱ ନେଇଥିବାବେଳେ ପୂର୍ବ 4G ଟେକ୍ନୋଲୋଜି ବିକାଶରେ ମୁଖ୍ୟତଃ ଆମେରିକୀୟ ଏବଂ ୟୁରୋପୀୟ କମ୍ପାନୀ ଗୁଡିକ ପ୍ରାଧାନ୍ୟ ବିସ୍ତାର କରିଥିଲେ ।

ଗତ ବର୍ଷ 5G ପେଟେଣ୍ଟ ସଂଖ୍ୟାରେ ଏସିଆର ଚତୁର୍ଥ ବୃହତ୍ତମ ଅର୍ଥନୀତି 25.9 ପ୍ରତିଶତ ଥିଲା, ଯାହା ଚାଇନାର 26.8 ପ୍ରତିଶତ ନିକଟତର ହୋଇପାରିଥିଲା । ଆଗାମୀ 6G ନେଟୱାର୍କ ପେଟେଣ୍ଟ ପ୍ରତିଯୋଗିତାରେ ଏହା ଏହି ସଂଖ୍ୟାକୁ 30 ପ୍ରତିଶତ କିମ୍ବା ଅଧିକ ବୃଦ୍ଧି କରିବ ବୋଲି ଦକ୍ଷିଣ କୋରିଆ ସରକାର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.