ETV Bharat / science-and-technology

2024ରେ ଲାଗିବ 4 ଥର ଗ୍ରହଣ, ଭାରତରେ ହେବନି ଦୃଶ୍ୟମାନ - 2024ରେ 4 ଥର ଗ୍ରହଣ

Eclipse 2024 : ଚଳିତ ବର୍ଷ ଅର୍ଥାତ 2024ରେ 4 ଥର ଗ୍ରହଣ ଲାଗିବାକୁ ଥିବା ବେଳେ ଗୋଟିଏ ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ ବୋଲି ଜେର୍ତିବିଜ୍ଞାନୀ କହିଛନ୍ତି। ଅଧିକ ପଢନ୍ତୁ

eclipses in 2024
eclipses in 2024
author img

By ETV Bharat Odisha Team

Published : Jan 4, 2024, 6:00 PM IST

ହାଇଦ୍ରାବାଦ: ଶାସ୍ତ୍ର ଅନୁସାରେ ଗ୍ରହଣ ଆମ ଜୀବନରେ ପ୍ରଭାବ ପକାଇଥାଏ। ଉଭୟ ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣକୁ ନେଇ ଭିନ୍ନ ବିଶ୍ବାସ ରହିଛି। ତେବେ ଚଳିତ ବର୍ଷ ଅର୍ଥାତ 2024 ମସିହାରେ 4ଟି ଗ୍ରହଣ ହେବାକୁ ଯାଉଛି। କିନ୍ତୁ ଗୋଟିଏ ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ ବୋଲି ମଧ୍ୟପ୍ରଦେଶ ଉଜୈନ ସହରର ଜିଓ୍ବାଜୀ ଅବଜରଭେଟୋରୀର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଭାରତରେ ଦେଖାଯିବ ନାହିଁ ଗ୍ରହଣ: ଚଳିତ ବର୍ଷ 2024ରେ ସମୁଦାୟ 4ଟି ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ 25 ତାରିଖରେ ପ୍ରଥମ ଗ୍ରହଣ ଅନୁଷ୍ଠିତ ହେବ। ତେବେ ବର୍ଷର ପ୍ରଥମ ଗ୍ରହଣ ଚନ୍ଦ୍ର ଗ୍ରହଣ ହେବା ନେଇ ଅବଜରଭେଟୋରୀ ସୁପରିଟେଣ୍ଡାଣ୍ଟ ଡ. ରାଜେନ୍ଦ୍ରପ୍ରକାଶ ଗୁପ୍ତା ଗତକାଲି(ବୁଧବାର) ଦିନ ସୂଚନା ଦେଇଛନ୍ତି। ତେବେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ହେବା ନେଇ କୁହାଯାଇଛି। ଯେତେବେଳେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରମା ଗୋଟିଏ ରେଖାରେ ଅବସ୍ଥାପିତ କରନ୍ତି ସେତେବେଳେ ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥାଏ।

ଏହା ମଧ୍ୟ ପଢନ୍ତୁ: Lunar Eclipse 2022: ଚନ୍ଦ୍ରଗ୍ରହଣର କାରଣ ଓ ନିୟମ କଣ ରହିଛି, ଜାଣନ୍ତୁ

ତେବେ ବିଶେଷ କଥା ହେଉଛି ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। କାରଣ ଦିନରେ ଗ୍ରହଣ ଲାଗୁଥିବାରୁ ଏହାର ପ୍ରଭାବ କିମ୍ବା ଏହା ଦୃଶ୍ୟମାନ ହେବ ନାହିଁ ବୋଲି ଜ୍ୟାତିର୍ବିଜ୍ଞାନୀମାନେ କହିଛନ୍ତି। ସେହିପରି ଏପ୍ରିଲ 8 ଏବଂ 9 ତାରିଖରେ ସୂର୍ଯ୍ୟ ପରାଗ ଲାଗିବ ଏବଂ ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ। କାରଣ ଉଭୟ ଦିନ ସୂର୍ଯ୍ୟ ପରାଗ ମଧ୍ୟରାତ୍ରରେ ଲାଗୁଥିବା ବେଳେ ଦୃଶ୍ୟମାନ ହେବ ନାହିଁ ବୋଲି କୁହାଯାଇଛି। ସେପ୍ଟେମ୍ବର 18 ତାରିଖରେ ଆଶିଂକ ଚନ୍ଦ୍ରଗ୍ରହଣ ହେଉଥିବା ବେଳେ ଏହା ଦିନରେ ଲାଗିବ।

ଏହା ମଧ୍ୟ ପଢନ୍ତୁ: Ring of Fire: ଆସନ୍ତା 14 ତାରିଖରେ ବିରଳ ସୂର୍ଯ୍ୟପରାଗ, ଦେଖାଯିବ ରିଙ୍ଗ ଅଫ୍‌ ଫାୟାର

ସେହିପରି ବର୍ଷର ଶେଷ ଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ। 2 ଏବଂ 3 ଅକ୍ଟୋବର ମଧ୍ୟରାତ୍ରରେ ମଧ୍ୟ ସୂର୍ଯ୍ୟ ପରାଗ ଦେଖିବାରୁ ବଞ୍ଚିତ ହେବେ ଭାରତୀୟ। ତେବେ ଏହି ସୂର୍ଯ୍ୟ ପରାଗ 7 ମିନିଟ୍ 21 ସେକେଣ୍ଡ ପର୍ଯ୍ୟନ୍ତ ଲାଗିବ ଏବଂ ଏହା ଦ୍ବାରା ସୂର୍ଯ୍ୟ 93 ପ୍ରତିଶତ ଢାଙ୍କି ହୋଇ ରହିବେ ବୋଲି କୁହାଯାଇଛି। ପ୍ରକାଶଥାଉକି 2023ରେ ମଧ୍ୟ ସମୁଦାୟ 4ଟି ଗ୍ରହଣ ଅନୁଷ୍ଠିତ ହୋଇଥିଲା। ଗୋଟିଏ ସୂର୍ଯ୍ୟ ପରାଗ, ଏକ ଉପଛାୟା ଚନ୍ଦ୍ରଗ୍ରହଣ, ବିରଳ ସୂର୍ଯ୍ୟପରାଗ(ରିଙ୍ଗ ଅଫ ଫାୟାର) ଏବଂ ଆଶିଂକ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.