ଲେଖକ- ଡକ୍ଟର ରଘୁରାମପତ୍ରୁଣି
ହାଇଦ୍ରାବାଦ: ବାଣିଜ୍ୟ ଚୁକ୍ତି ସମୀକ୍ଷା ଓ ଆଧୁନିକୀକରଣ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ୧୦ ଜଣିଆ ସଦସ୍ୟ ବିଶିଷ୍ଟ (ASEAN) ଏ ଦିଗରେ ପ୍ରୟାସ ଆରମ୍ଭ କରିଛି । ବାଣିଜ୍ୟିକ ଚୁକ୍ତି କ୍ଷେତ୍ରରେ ଏସୀୟ-ଭାରତୀୟ ମଧ୍ୟରେ ଦୃଢ ସମ୍ପର୍କ ରହିଆସିଛି । ଏସୀୟନ-ଇଣ୍ଡିଆ ଟ୍ରେଡ୍ ଇନ ଗୁଡସ ଏଗ୍ରିମେଣ୍ଟ (AITGA) ହେଉଛି ଏହାର ଏକ ଉଦାହରଣ । ଭାରତୀୟ ବାଣିଜ୍ୟ କ୍ଷେତ୍ରରେ ଖୁବଶୀଘ୍ର ବୈପ୍ଲବିକ ପରିବର୍ତ୍ତନ ଆସିବ । ବାଣିଜ୍ୟିକ ଭିତ୍ତିଭୂମିର ଆଧୁନିକୀରଣ ନେଇ ନୂଆଦିଲ୍ଲୀରେ ଫେବ୍ରୁଆରୀ ୧୮-୧୯ ତାରିଖରେ ଆଲୋଚନା କରାଯିବ ।
୧୯୯୦ରୁ ଭାରତ ଏସିଆର ଦକ୍ଷୀଣ-ପୂର୍ବ ଦେଶମାନଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା । ଯାହାକି ଦିନକୁ ଦିନ ସୁଦୃଢ ମଧ୍ୟ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମ୍ୟାଲେସିଆ, ସିଙ୍ଗାପୁର, ଫିଲିପାଇନ୍ସ, ଥାଇଲାଣ୍ଡ, ଇଣ୍ଡୋନେସିଆ ସହ ଭାରତର ବାଣିଜ୍ୟିକ ସମ୍ପର୍କ ସ୍ଥାପନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ କାମ୍ବୋଡିଆ, ମିଆଁମାର, ଭିଏତନାମ ଆଦି ଦେଶ ପର୍ଯ୍ୟନ୍ତ ବ୍ୟାପିଥିଲା ।
ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ବିଶେଷ କରି ଜଳପଥରେ କରାଯାଇଥାଏ । ଏଣୁ ଏହି କାରବାର ସାମୁଦ୍ରିକ ସୁରକ୍ଷା ଉପରେ ନିର୍ଭରଶୀଳ । ଆତଙ୍କବାଦ, ଟିକସ ଫାଙ୍କିବା, ଜଳବାୟୁ ପରିବର୍ତ୍ତନ ଏସବୁର ପ୍ରଭାବ ସିଧାସଳଖ ବାଣିଜ୍ୟ ଉପରେ ପଡିଥାଏ । ଯେଉଁଥିପାଇଁ ଆମଦାନୀ-ରପ୍ତାନୀ ମଧ୍ୟ ପ୍ରଭାବିତ ହୋଇଥାଏ । ଭାରତ ହେଉଛି ଏପରି ଏକ ଦେଶ ଯିଏକି ସାଉଥ ଏସିଆନ ଆସୋସିଏସନ ଫର୍ ରିଜନାଲ କୋପରେସନ(SAARC) ଏବଂ ଏସିଆନ ଦେଶଗୁଡିକ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରୁଛି । ତେବେ ଭାରତର ବାଣିଜ୍ୟିକ ଭିତ୍ତିଭୂମି ସୁଦୃଢ କରିବାକୁ ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ଆହୁରି ସଜାଗ ହେବାକୁ ପଡିବ । ଆମଦାନୀ ଓ ରପ୍ତାନି ଉପରେ ଲାଗୁଥିବା ଶୁଳ୍କ ବାବଦରେ ସଚେତନତା ସହ ଭିତ୍ତିଭୂମି ନିର୍ମାଣ ଓ ସଂଯୋଗୀକରଣ କ୍ଷେତ୍ରରେ ଗୁରତ୍ବାରୋପ କରାଯିବାର ଆବଶ୍ୟକତା ରହିଛି ।
ଏହା ମଧ୍ୟ ପଢନ୍ତୁ...5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ କେବେ ପହଞ୍ଚିବ ଭାରତ ?
ତେବେ ଆଞ୍ଚଳିକରୁ ଆରମ୍ଭ କରି ଅନ୍ତର୍ଜାତୀୟ ବଜାରରେ ଉନ୍ନତ ଭାବରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି ଭାରତ । ଯାହାକୁ ନଜରରେ ରଖି ୧୯୯୧ ମସିହାରେ ଲୁକ୍ ଇଷ୍ଟ ପଲିସି (LEP)ର ନାରା ଦିଆଯାଇଥିଲା । ସେବେଠାରୁ ଦକ୍ଷିଣ-ପୂର୍ବ ଏସିଆରେ ନିଜର ସ୍ଥିତି ସୁଦୃଢ କରିବା ଦିଗରେ ପ୍ରଚେଷ୍ଟା ଚଳାଇ ଆସିଛି ଭାରତ । ସେହିପରି 'ସର୍ଭିସେସ୍ ଟ୍ରେଡ୍' ମାଧ୍ୟମରେ ବାଣିଜ୍ୟିକ ଅଭିବୃଦ୍ଧି ପ୍ରତି ଦୃଷ୍ଟି ଦେବାକୁ ହେବ । ସେହିପରି ଶିକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟ ଭିତ୍ତିଭୂମି, ପର୍ଯ୍ୟଟନ କ୍ଷେତ୍ର ସମେତ MSMEରେ ଅଭିବୃଦ୍ଧି ଘଟିଲେ ଭାରତ ପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହେବ ।