ETV Bharat / opinion

MSME କ୍ଷେତ୍ରକୁ ହ୍ରାସ ପାଉଛି ଋଣ ଯୋଗାଣ ପରିମାଣ

Thinning of credit supply to MSME: ଭାରତୀୟ ଅର୍ଥନୀତିର ପ୍ରମୁଖ କ୍ଷେତ୍ର MSME କ୍ଷେତ୍ରକୁ ହ୍ରାସ ପାଉଛି ଋଣ ଯୋଗାଣ ପରିମାଣ । ଋଣ ଚାହିଦା ଓ ଯୋଗାଣ ମଧ୍ୟରେ ବଢୁଛି ବ୍ୟବଧାନ । ପଢନ୍ତୁ ପେନାର ଇଣ୍ଡଷ୍ଟ୍ରି ନିର୍ଦ୍ଦେଶକ ପି.ଭି ରାଓଙ୍କ ଆଲେଖ୍ୟ

Etv BharatMSME କ୍ଷେତ୍ରକୁ ହ୍ରାସ ପାଉଛି ଋଣ ଯୋଗାଣ ପରିମାଣ

author img

By ETV Bharat Odisha Team

Published : Jan 17, 2024, 9:57 PM IST

ଲେଖକ:- ପି.ଭି ରାଓ

ନିର୍ଦ୍ଦେଶକ, ପେନାର ଇଣ୍ଡଷ୍ଟ୍ରି

ହାଇଦ୍ରାବାଦ: କୁଶଳୀ ଓ ଅର୍ଦ୍ଧ-କୁଶଳୀ ଶ୍ରମିକମାନଙ୍କ ପାଇଁ 111 ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଏମଏସଏମଇ କ୍ଷେତ୍ର କ୍ରମାଗତ ଭାବରେ ଭାରତର ସାମଗ୍ରିକ ଜିଡିପିରେ ପ୍ରାୟ 30 ପ୍ରତିଶତ ଯୋଗଦାନ ଦେଇଆସିଛି । ମାତ୍ର 37 ଟ୍ରିଲିୟନ ମୂଲ୍ୟର କ୍ରେଡିଟ ବା ଋଣ ଚାହିଦା ଓ 14.5 ଟ୍ରିଲିୟନ ଟଙ୍କା ମୂଲ୍ୟର ଋଣ ଯୋଗାଣ ସହିତ ଏବେ ଏମଏସଏମଇ କ୍ଷେତ୍ର ଏବେ ପ୍ରାୟ 20-25 ଟ୍ରିଲିୟନ ଟଙ୍କା ଋଣ ହ୍ରାସର ସମ୍ମୁଖୀନ ହେଉଛନ୍ତି । ଏହି କ୍ଷେତ୍ରର ଋଣ ଚାହିଦା ଓ ଯୋଗାଣ ମଧ୍ୟରେ ଦେଖାଯାଇଥିବା ବ୍ୟବଧାନ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହି କ୍ଷେତ୍ରର ସାମର୍ଥ୍ୟକୁ ପ୍ରଭାବିତ କରିବା ପରି ସ୍ଥିତି ସୃଷ୍ଟି କରିଛି ।

ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍ ଫାର୍ମ ‘ଆଭେଣ୍ଡସ’ କ୍ୟାପିଟାଲ୍ ଅନୁଯାୟୀ, ଏମଏସଏମଇ କ୍ଷେତ୍ରରେ ମୋଟ କ୍ରେଡିଟ ଚାହିଦା 819 ବିଲିୟନ ଡ଼ଲାର ଥିବା ବେଳେ ସେଥିମଧ୍ୟରୁ 530 ବିଲିୟନ ଡ଼ଲାର ପରିମାଣର ଋଣରେ ହ୍ରାସ ଘଟିଛି । ସେହିପରି କେବଳ 289 ବିଲିୟନ ଡ଼ଲାର ଋଣ ଏମଏସଏମଇ ଋଣ ଚାହିଦା ଘରୋଇ ବ୍ୟାଙ୍କ ପରି ଆନୁଷ୍ଠାନିକ ଋଣ ପ୍ରଦାନକାରୀ ସଂସ୍ଥା ଓ ଅଣବ୍ୟାକିଂ ଆର୍ଥିକ କମ୍ପାନୀ (NBFCs) ମାଧ୍ୟମରେ ପୂରଣ ହେବା ସମ୍ଭବପର ହୋଇପାରିଛି । ଅର୍ଥନୀତିରେ ଏହି କ୍ଷେତ୍ରର ପ୍ରମୁଖ ଭୂମିକା ଥିବା ସତ୍ତ୍ବେ ମଧ୍ୟ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ସୃଷ୍ଟି ହୋଇଥିବା ଋଣ ପରିମାଣ ବ୍ୟବଧାନ ସର୍ବଭାରତୀୟ ସ୍ତରରେ ଏକ ସମାଧାନବିହୀନ ଚ୍ୟାଲେଞ୍ଜ ହୋଇ ରହିଛି । ଭାରତରେ ବର୍ତ୍ତମାନର ବ୍ୟବସାୟ ଇକୋସିଷ୍ଟମ୍ ମୁଖ୍ୟତଃ ଏହି MSME ଦ୍ୱାରା ପରିଚାଳିତ ହେଉଛି । ତଥାପି ଏମଏସଏମଇ କ୍ଷେତ୍ରର 25 ଟ୍ରିଲିୟନ ଟଙ୍କା ମୂଲ୍ୟର ଋଣ ବ୍ୟବଧାନ ରହିଛି । ଯାହା ଚିନ୍ତାର ବିଷୟ ପାଲଟିଛି ।

ବାର୍ଷିକ ପୁଞ୍ଜି ଯୋଗାଣରେ ପ୍ରତିବନ୍ଧକ ଏହି କ୍ଷେତ୍ରର ପୂର୍ଣ୍ଣ ସାମର୍ଥ୍ୟକୁ ପ୍ରତିରୋଧ କରିବା ପରି ସ୍ଥିତି ସୃଷ୍ଟି କରିଛି । ବିଶ୍ବବ୍ୟାଙ୍କ ଦ୍ବାରା ଦର୍ଶାଯାଇଥିବା ରିପୋର୍ଟ ଅନୁସାରେ, ସର୍ବନିମ୍ନ ଆର୍ଥିକ ଏବଂ ନିୟାମକ ସହାୟତା ସହିତ ମଧ୍ୟ ଅଧିକାଂଶ ବିକାଶଶୀଳ ଦେଶରେ ଏମଏସଏମଇ ସବୁଠୁ ବଡ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ଭାବେ ସାମ୍ନାକୁ ଆସିଛି । ସମଗ୍ର ବିଶ୍ୱରେ ସୃଷ୍ଟି ହେଉଥିବା ଶ୍ରମଶକ୍ତି ପାଇଁ 2030 ସୁଦ୍ଧା 600 ନିୟୁତ ନିଯୁକ୍ତିର ଆବଶ୍ୟକତା ରହିଛି । ଆନୁଷ୍ଠାନିକ କ୍ରେଡିଟ୍ ପାଇଁ ଏମଏସଏମଇ କ୍ଷେତ୍ରକୁ ମୁକ୍ତ ରଖିବା ପାଇଁ ଏବେ ବିଶ୍ବବ୍ୟାପୀ ବିଭିନ୍ନ ଦେଶର ଫୋକସରେ ରହିଛି । ଏମଏସଏମଇ କ୍ଷେତ୍ରରେ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଦ୍ୱାରା ନିଯୁକ୍ତି ସୃଷ୍ଟି, ଆୟ ସ୍ତରରେ ଉନ୍ନତି ଓ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ କରାଯାଇ ପାରିବା ସମ୍ଭବପର ହୋଇପାରିବ ।

ଭାରତୀୟ ଅର୍ଥନୈତିକ ଢାଞ୍ଚାର ମେରୁଦଣ୍ଡ ଭାବେ ଏମଏସଏମଇ କ୍ଷେତ୍ର ହେଉଛି ଦେଶର ଶିଳ୍ପକ୍ଷେତ୍ରର ଏକ ପ୍ରମୁଖ ଅଙ୍ଗ । ଏହି କ୍ଷେତ୍ରର ଦେଶର ସମୁଦାୟ ଶିଳ୍ପ ଉତ୍ପାଦନର 45%, ମୋଟ ରପ୍ତାନୀର 40% ଏବଂ ଜିଡିପିରେ ପ୍ରାୟ 33% ଭାଗିଦାରୀ ରହିଛି । ଏହା କହିବା ଉଚିତ ଯେ, ଦେଶର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଅର୍ଥନୀତିରେ ଏମଏସଏମଇ କ୍ଷେତ୍ର ହିଁ ପ୍ରଭାବୀ ଭାବେ ସ୍ଥାନ ପାଇଛି । ରୋଜଗାର, ନବସୃଜନ ଓ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ବ୍ୟବସ୍ଥା ଭାବରେ ଏମଏସଏମଇ କ୍ଷେତ୍ର ମଧ୍ୟରେ ସମ୍ବଳର ସମାନତା ପୂର୍ବକ ବଣ୍ଟନକୁ ସୁନିଶ୍ଚିତ କରିବା ଓ ଦେଶର ଆଞ୍ଚଳିକ ଏବଂ ଅର୍ଥନୈତିକ ଅସନ୍ତୁଳନକୁ ରୋକିବା ପାଇଁ ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି ।

ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ଏହି କ୍ଷେତ୍ର ମଧ୍ୟରୁ ଅଧିକାଂଶ କ୍ଷେତ୍ର ଦେଶର ଔପଚାରିକ ଆର୍ଥିକ-ଇକୋସିଷ୍ଟମ ସହ ସଂଯୁକ୍ତ ହୋଇପାରି ନାହାନ୍ତି । ଭାରତରେ ଥିବା 64 ନିୟୁତ ଏମଏସଏମଇ ମଧ୍ୟରୁ କେବଳ ମାତ୍ର 14 ପ୍ରତିଶତ ହିଁ ଋଣ ପ୍ରାପ୍ତ କ୍ଷମତା ମଧ୍ୟରେ ରହିଛି । ସରଳ ଭାବରେ କହିବାକୁ ଗଲେ, ଏହି କ୍ଷେତ୍ରର ପ୍ରକୃତ ସମ୍ଭାବନା ଏବେ ପର୍ଯ୍ୟନ୍ତ ମଧ୍ୟ ସକ୍ରିୟ ହୋଇନାହିଁ । ଏମଏସଏମଇ କ୍ଷେତ୍ର ମଧ୍ୟରେ ମଧ୍ୟମ ଧରଣର ଉଦ୍ୟୋଗଗୁଡିକ ସେମାନଙ୍କର ସ୍ଥିର ନଗଦ ପ୍ରବାହ ଆଧାରରେ ଅଧିକ ସେବା ଯୋଗାଇ ଆସୁଛନ୍ତି । ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡିକ ପାଇଁ ସରକାର ଆଣିଥିବା କ୍ରେଡିଟ୍ ଗ୍ୟାରେଣ୍ଟି ପାଣ୍ଠି ଟ୍ରଷ୍ଟ (CGTMSE) ଦ୍ବାରା ଏମଏସଏମଇ କ୍ଷେତ୍ର ପାଇଁ ବନ୍ଧକମୁକ୍ତ କ୍ରେଡିଟ୍ ସୁଗମ କରିବାରେ ସଫଳତା ମିଳିପାରିବ ।

ଯଦିଓ ସରକାର ଏମଏସଏମଇ ପାଇଁ ଋଣ ଏବଂ ଏହା ସମ୍ବନ୍ଧୀୟ ନୀତିର ବିକାଶ ପାଇଁ ଅନେକ ସମୟାନୁବର୍ତ୍ତୀ ପଦକ୍ଷେପ ଏବଂ ନିୟମ ପ୍ରଣୟନ କରିଛନ୍ତି, ତଥାପି ଏମଏସଏମଇ କ୍ଷେତ୍ରକୁ ପାଣ୍ଠି ଯୋଗାଣ ପ୍ରବାହ ଏବେବି ଦୁର୍ବଳ ରହିଛି । ‘ବିଲିନ୍ସି ନିବେଶ ଏମଏସଏମଇ ଋଣ ରିପୋର୍ଟ 2022' ଅନୁଯାୟୀ, ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନୀ (NBFC) ଗୁଡିକ ବର୍ତ୍ତମାନ ଏମଏସମଇ କ୍ଷେତ୍ରର ମୋଟ ଋଣ ଚାହିଦାର 15% ରୁ କମ୍ ରାଶି ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି । କୋଭିଡ ମହାମାରୀ ପରେ ଏମଏସଏମଇଗୁଡ଼ିକ ଡିଜିଟାଲ ସମାଧାନ ଗ୍ରହଣ କରିବାକୁ ଅଧିକ ଆଗ୍ରହୀ ରହିଛନ୍ତି । ଏହା ନୂତନ ବୈଷୟିକ କମ୍ପାନୀଗୁଡିକର ଅଗ୍ରଗତି ଏବଂ ଦ୍ରୁତ ଗତିରେ ଏମଏସଏମଇ କ୍ଷେତ୍ରର ଲଘୁ କାରବାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏବଂ ଅଧିକ ପରିମାଣରେ ଋଣ ବ୍ୟବଧାନକୁ ଦୂର କରିବା ପାଇଁ ଅଧିକ ସୁଯୋଗ ଖୋଲିଛି ।

ବିଲିନ୍ସି ଇନଭେଷ୍ଟ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ନିଂ ଭଳି ଉନ୍ନତ ତଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅଗ୍ରଣୀ ଋଣ ମଡେଲଗୁଡିକର କାର୍ଯ୍ୟକାରିତା ଫଳରେ ଏମଏସଏମଇ କ୍ଷେତ୍ରରେ ଋଣ ବ୍ୟବଧାନକୁ ହ୍ରାସ କରିବାର କ୍ଷମତା ରଖିଛି । ଗତ କିଛି ମାସ ମଧ୍ୟରେ ଅନଲାଇନ୍ ଋଣ ବିତରଣରେ ଦୁଇଗୁଣା ଅଭିବୃଦ୍ଧି ଘଟିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ବର୍ତ୍ତମାନ ଡିଜିଟାଲ୍ ଋଣ ନିର୍ଦ୍ଦେଶାବଳୀ ଦ୍ବାରା ସମର୍ଥିତ, ଫିନଟେକ୍ ଋଣଦାତାମାନେ ବିକଳ୍ପ କ୍ରେଡିଟ୍ ସ୍କୋରିଂ ମେକାନିଜିମ୍ ବ୍ୟବହାର କରୁଛନ୍ତି । ଯାହା ଏହି ବ୍ୟବସ୍ଥାକୁ ସରଳ କରିଛି ।

ଏହା ମଧ୍ୟ ପଢନ୍ତୁ :- ଶିବସେନା ବିବାଦ: 22ରେ ଉଦ୍ଧବ ଗୋଷ୍ଠୀ ଆବେଦନ ଶୁଣାଣି କରିବେ ସୁପ୍ରିମକୋର୍ଟ

ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ଏମଏସଏମଇ କ୍ଷେତ୍ରରେ ଥିବା ଋଣ ବ୍ୟବଧାନ ପୂରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଏମ. ରାଜେଶ୍ୱର ରାଓ ଆହ୍ବାନ କରିଛନ୍ତି । ସୋମବାର ରିଜର୍ଭ ବ୍ୟାଙ୍କର ୱେବସାଇଟରେ ପ୍ରକାଶିତ ତାଙ୍କ ମତାମତ ମଧ୍ୟ ସାମ୍ନାକୁ ଆସିଛି । ଥ୍ରୀସୁର ମ୍ୟାନେଜମେଣ୍ଟ ଆସୋସିଏସନର 31ତମ ବାର୍ଷିକ ପରିଚାଳନା ସମ୍ମିଳନୀକୁ ସମ୍ବୋଧିତ କରି ରାଓ କହିଛନ୍ତି ଯେ ଭାରତର ଋଣ ବଜାରରେ ଏମଏସଏମଇ କ୍ଷେତ୍ରକୁ ଋଣର ଚାହିଦା ଏବଂ ଯୋଗାଣ ମଧ୍ୟରେ କ୍ରମାଗତ ବ୍ୟବଧାନ ବୃଦ୍ଧି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଭାବେ ସାମ୍ନାକୁ ଆସିଛି । ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ଏହା ଏକ ସୁଯୋଗର କ୍ଷେତ୍ର ଭାବରେ ଦେଖାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହା ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.