ETV Bharat / opinion

JOURNALISTS: ସାମ୍ବାଦିକ କିପରି ହେବା ଉଚିତ୍‌ ? ଶାନ୍ତିର ପ୍ରୋତ୍ସାହକ ନା କେବଳ ଦୂତ - ଇଟିଭି ଭାରତ ସମ୍ପାଦକୀୟ

ଗଣମାଧ୍ୟମର ଭୂମିକାକୁ ନେଇ ଅନେକ ପ୍ରଶ୍ନ ମଧ୍ୟରେ ଗୋଟିଏ ପ୍ରଶ୍ନ ହେଉଛି ଗଣମାଧ୍ୟମ ବା ଏହାର ପ୍ରତିନିଧି ସାମ୍ବାଦିକ କିପରି ହେବା ଉଚିତ୍‌ ? ଖବର ଯେପରି ହେଉ ନା କାହିଁକି ଏହାକୁ ପ୍ରଭାବିତ କରି ସମାଜରେ ଶାନ୍ତି ପ୍ରତିଷ୍ଠା କରିବ ନା ଖବର ଅପ୍ରୀତିକର ହୋଇଥିଲେ ମଧ୍ୟ ସମାଜରେ ସତ୍ୟତା ପ୍ରତିପାଦିତ କରିବ ? ଏହା ଉପରେ ପଢନ୍ତୁ ଇଟିଭି ଭାରତର ଏହି ସମ୍ପାଦକୀୟ ।

JOURNALISTS: ସାମ୍ବାଦିକ କିପରି ହେବା ଉଚିତ? ଶାନ୍ତିର ପ୍ରୋତ୍ସାହକ ନା କେବଳ ଦୂତ?

author img

By

Published : Nov 16, 2022, 9:29 AM IST

ହାଇଦ୍ରାବାଦ: ଆମ ଦେଶରେ ବିଭିନ୍ନ ଆଞ୍ଚଳିକ ଭାଷାରେ ସାମ୍ବାଦିକତା ପାଠ୍ୟକ୍ରମ ରହିଛି । ତନ୍ମଧ୍ୟରୁ ଗୋଟିଏ ହେଉଛି ଉର୍ଦ୍ଦୁ ସାମ୍ବାଦିକତା । ଏହା ଆଜି ୨୦୦ ବର୍ଷ ପୂରଣ କରିଛି । ଏହି ଅବସରରେ ହାଇଦ୍ରାବାଦର ମୌଲାନା ଆଜାଦ ନ୍ୟାସନାଲ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର ବିଭିନ୍ନ ଅଡିଟୋରିୟମରେ ଏନେକ ଗଣମାଧ୍ୟମ ପ୍ରତିନିଧି ଏକତ୍ର ହୋଇଥିଲେ । କାର୍ଯ୍ୟକ୍ରମରେ ଗଣମାଧ୍ୟମର ପୃଷ୍ଠଭୂମି, ଧର୍ମ କିପରି ହେବା ଉଚିତ । ଯାହାକୁ ନେଇ ତର୍କବିତର୍କ ହୋଇଥିବା ଦେଖିବାକୁ ମିଳିଥିଲା । ଏହାସହିତ ଉର୍ଦ୍ଦୁ ଭାଷାକୁ କେବଳ ଗୋଟିଏ ଧର୍ମରେ ସୀମିତ ନ ରଖି ଏହାକୁ ଏକ ଭାଷା ଭାବେ ଗ୍ରହଣ କରିବା ଉଚିତ୍‌ ବୋଲି ମତ ପ୍ରକାଶ ପାଇଥିଲା ।

ଖବର ପ୍ରସାରଣ ପାଇଁ ଭାଷା ହେଉଛି ଏକ ମାଧ୍ୟମ । ଯାହା ମାଧ୍ୟମରେ ଖବର ପ୍ରସାରିତ ହୁଏ । ମାତ୍ର ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଭାଷାରେ ଖବର ପ୍ରସାରିତ ହୁଏ ତାହା ସୂଚନା ପ୍ରବାହକୁ ସୀମିତ କରେ ଏବଂ ବିଷୟବସ୍ତୁର ସତ୍ୟତାକୁ ବହୁ ମାତ୍ରାରେ କ୍ଷୁର୍ଣ୍ଣ କରିଥାଏ । କାରଣ ଲୋକେ ଏହି ଭାଷାକୁ ବୁଝିପାରିନଥାନ୍ତି ଏବଂ ସହଜରେ ପ୍ରଭାବିତ ହୋଇଥାନ୍ତି । ସମାଜରେ ଅନେକ ଭାଷା ଅଛି ଯାହା ଖବର ପ୍ରସାରଣ ପାଇଁ ବ୍ୟବହୃତ ହୁଏ । ତେବେ ସୂଚନା ଯାତ୍ରୀ ହେଲେ ଭାଷା ହେଉଛି ଏକ ଯାନ । ଯେପରି ଯାନ ସଠିକ ମାର୍ଗରେ ନଗଲେ ଯାତ୍ରୀ ପଥଭ୍ରଷ୍ଟ ହେବ ଠିକ ସେହିପରି ଭାଷାରେ ପରିବର୍ତ୍ତନ କିମ୍ବା ଭାଷାକୁ ପ୍ରଭାବିତ କରାଗଲେ ସୂଚନାର ବିଶ୍ବସନୀୟତା ନଷ୍ଟ ହୁଏ ।

ଉର୍ଦ୍ଦୁ ସାମ୍ବାଦିକତାକୁ ୨୦୦ବର୍ଷ ପୂର୍ତ୍ତି:-

ଗତ ରବିବାର ଦେଶର ବିଭିନ୍ନ ସ୍ଥାନରୁ ପ୍ରତିନିଧୀମାନେ ହାଇଦ୍ରାବାଦର ମୌଲାନା ଆଜାଦ ନ୍ୟାସନାଲ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର ବିଭିନ୍ନ ଅଡିଟୋରିୟମରେ ଏକତ୍ରିତ ହୋଇଥିଲେ । ଏଠାରେ ଉର୍ଦ୍ଦୁ ସାମ୍ବାଦିକତାର ୨୦୦ବର୍ଷ ପୂର୍ତ୍ତିକୁ ପାଳନ କରାଯାଇଥିଲା । ଏହି ସାମ୍ବାଦିକତା କିପରି ଗୋଟିଏ ଧର୍ମ ମଧ୍ୟରେ ସୀମିତ ରହିବ ନାହିଁ ଅର୍ଥାତ ଅନ୍ୟ ଧର୍ମାବଲମ୍ବୀ ମାନେ ମଧ୍ୟ ଏହି ସାମ୍ବାଦିକତା କରିପାରିବେ ସେ ନେଇ ଆଲୋଚନା ହୋଇଥିଲା । ଅଂଶଗ୍ରହଣକାରୀମାନେ ଯେଉଁମାନେ ମୁଖ୍ୟତଃ ଅଣ-ଉର୍ଦ୍ଦୁରୁ ଆସିଥିଲେ । ସେମାନେ ଉର୍ଦ୍ଦୁରେ ସାମ୍ବାଦିକତା ଅନ୍ୟ ଭାଷାରେ ସାମ୍ବାଦିକତା ସହିତ କିପରି ସମାନ ତାହା ବିଷୟରେ ଆଲୋଚନା କରିଥିଲେ ।

ଉର୍ଦ୍ଦୁ ହେଉଛି ଏକ ଭାଷା ଯାହା ସମସ୍ତଙ୍କର:-

ସେମାନେ ଏହି ବାର୍ତ୍ତା ଦେବାକୁ ଚାହୁଁଥିଲେ ଯେ ଉର୍ଦ୍ଦୁ ହେଉଛି ଏକ ଭାଷା ଯାହା ସମସ୍ତଙ୍କର ଅଟେ ଏବଂ କେବଳ ମୁସଲମାନମାନଙ୍କ ପାଇଁ ଏକ ଭାଷା ନୁହେଁ । ସେମାନେ ଐତିହାସିକ ପ୍ରମାଣ ସହିତ ଏହାକୁ ପ୍ରମାଣିତ କରିଥିଲେ । ସେହି ସମୟରେ ବ୍ରିଟିଶ ସରକାରଙ୍କ ଶାସିତ ଭାରତର ରାଜଧାନୀ କୋଲକାତାର ଜଣେ ହିନ୍ଦୁ, ଦେଶର ପ୍ରଥମ ଉର୍ଦ୍ଦୁ ଖବରକାଗଜ ଆରମ୍ଭ କରିଥିଲେ । ପରେ ଉକ୍ତ ବ୍ୟକ୍ତି କୋଲକାତାରୁ ହିନ୍ଦୀ ଏବଂ ପରାସୀ ଭାଷାରେ ଖବରକାଗଜ ପ୍ରକାଶିତ କରିଥିଲେ ।

ଗଣମାଧ୍ୟମ ଶାନ୍ତିର ପ୍ରୋତ୍ସାହକ ନା କେବଳ ଦୂତ ହେବା ଉଚିତ୍‌ ?

ଉର୍ଦ୍ଦୁ ସାମ୍ବାଦିକତାର ୨୦୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିରେ ଗଣମାଧ୍ୟମର କାର୍ଯ୍ୟ, ଧର୍ମ ଆଦି ସମ୍ପର୍କରେ ଅନେକ ବିଷୟବସ୍ତୁ ରଖାଯାଇଥିବା ବେଳେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସାମ୍ବାଦିକ ଓ ସାମ୍ବାଦିକତା ଛାତ୍ରଛାତ୍ରୀ ଏହା ଉପରେ ନିଜର ମତ ରଖିଥିଲେ । ଏଥିରେ ଏକ ବିଷୟବସ୍ତୁ ରହିଥିଲା 'ଗଣମାଧ୍ୟମ ଶାନ୍ତିର ପ୍ରୋତ୍ସାହକ ନା କେବଳ ଦୂତ ହେବା ଉଚିତ ?' । ଏହା ଉପରେ ମତ ରଖି NDTVର ବିଶିଷ୍ଟ ସାମ୍ବାଦିକ ଶ୍ରୀନିବାସ ଜେନ କହିଥିଲେ," ଗଣମାଧ୍ୟମ ଶାନ୍ତି ପ୍ରୋତ୍ସାହିତ କରିପାରିବ ନାହିଁ କାରଣ ତାହା ଗଣମାଧ୍ୟମର କାର୍ଯ୍ୟ ନୁହେଁ । ଖବର ଯେତେ ଅପ୍ରୀତିକର ହୋଇଥିଲେ ମଧ୍ୟ ସତ୍ୟକୁ ସର୍ବସମ୍ମୁଖରେ ପ୍ରକାଶିତ କରିବା ଗଣମାଧ୍ୟମର କାର୍ଯ୍ୟ ।" ଜେନଙ୍କ ଏହି ମତକୁ ଉପସ୍ଥିତ ସାମ୍ବାଦିକତା କରୁଥିବା ଛାତ୍ରଛାତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସମର୍ଥନ କରିଥିଲେ ।

ଅନ୍ୟ କିଛି ବିରୋଧ ମଧ୍ୟ କରିଥିଲେ । ଗଣମାଧ୍ୟମର ପୃଷ୍ଠଭୂମିକୁ ନେଇ ତର୍କବିତର୍କ ହୋଇଥିଲା । ଏହି ବିବାଦ ସାମ୍ବାଦିକର ବୃତ୍ତିଗତ ଆଚରଣ କିପରି ହେବା ଉଚିତ୍‌ ଏବଂ ଯଦି ଜଣେ ସାମ୍ବାଦିକତାକୁ କ୍ୟାରିୟର ଭାବରେ ଚୟନ କରେ, ତେବେ ତାର କାର୍ଯ୍ୟ କରିବାର ଶୈଳୀ କିପରି ହେବା ଉଚିତ୍‌ ତାହା ଅସ୍ପଷ୍ଟ କରିଦେଇଛି । ତେବେ ସାମ୍ବାଦିକତା ଧର୍ମ ହେଉଛି ଖବରର ବାସ୍ତବତାକୁ ପ୍ରତିପାଦିତ କରିବା କାରଣ ଏହା ସତ୍ୟକୁ ପ୍ରତିଫଳିତ କରେ । ଉକ୍ତ ଖବର ଅପ୍ରୀତିକର ହୋଇଥିଲେ ମଧ୍ୟ ସତ୍ୟତାକୁ ପ୍ରତିପାଦିତ କରିବା ଉଚିତ୍‌ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.