ETV Bharat / opinion

ରାଜ୍ୟପାଳଙ୍କ ସାମ୍ବିଧାନିକ କ୍ଷମତା କେତେ ? ବୁଝନ୍ତୁ - ରାଜ୍ୟପାଳଙ୍କ କ୍ଷମତା

ରାଜ୍ୟ ବିଧାନସଭାରେ ପାରିତ ହେଉଥିବା ବିଲ୍‌କୁ ରାଜ୍ୟପାଳ ଅନୁମୋଦନ ଦେବାରେ ଅହେତୁକ ବିଳମ୍ବ କରିବା ଅଭିଯୋଗ ନେଇ ପଞ୍ଜାବ, ତାମିଲନାଡୁ, କେରଳ ଓ ତେଲେଙ୍ଗାନା ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଏଭଳି ସ୍ଥିତିରେ ରାଜ୍ୟପାଳଙ୍କ ସାମ୍ବିଧାନିକ କ୍ଷମତା କଣ ହେବା ଉଚିତ ? ଏ ନେଇ ରାଜ୍ୟସଭାର ପୂର୍ବତନ ସାଧାରଣ ସମ୍ପାଦକ ବିବେକ କେ ଅଗ୍ନିହୋତ୍ରୀ ସୂଚନା ଦେଇଛନ୍ତି । ପଢନ୍ତୁ ତାଙ୍କ ଆଲେଖ୍ୟ

Legislative powers of Governor
Legislative powers of Governor
author img

By ETV Bharat Odisha Team

Published : Dec 2, 2023, 10:43 PM IST

ଲେଖକ- ବିବେକ କେ ଅଗ୍ନିହୋତ୍ରୀ, ପୂର୍ବତନ ସାଧାରଣ ସମ୍ପାଦକ, ରାଜ୍ୟସଭା

ହାଇଦ୍ରାବାଦ: ରାଜ୍ୟ ବିଧାନସଭାରେ ପାରିତ ହୋଇସାରିଥିବା ବିଲ୍‌କୁ ଅନୁମୋଦନ ଦେବାରେ ପଞ୍ଜାବ ରାଜ୍ୟପାଳ ବିଳମ୍ବ କରିବା ଅଭିଯୋଗ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ ରାଜ୍ୟ ସରକାର । ଏହାପରେ ଗତ ନଭେମ୍ବର ୧୦ ତାରିଖରେ ସୁପ୍ରିମକୋର୍ଟ ଏହା ଉପରେ ରାୟ ଶୁଣାଇଥିଲେ । ରାଜ୍ୟପାଳ କୌଣସି ବି ପାରିତ ବିଲ୍‌କୁ ଅନୁମୋଦନ ଦେବାରେ ବିଳମ୍ବ ନ କରି ଏହାକୁ ପୁନର୍ବିଚାର କରିବା ପାଇଁ ଏକ ବାର୍ତ୍ତା ସହିତ ଯଥାଶୀଘ୍ର ରାଜ୍ୟ ବିଧାନସଭାକୁ ପଠାଇବା ଉଚିତ ବୋଲି ମାମଲାର ରାୟ ଶୁଣାଣି ବେଳେ କହିଥିଲେ ସୁପ୍ରିମକୋର୍ଟ ।

ଯଦି ରାଜ୍ୟ ବିଧାନସଭା କୌଣସି ବିଲ୍‌କୁ ବିନା ସଂଶୋଧନରେ କିମ୍ବା ବିନା ବିତର୍କରେ ବିଧାନସଭାରେ ଗୃହୀତ କରାଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାନ୍ତି, ତେବେ ରାଜ୍ୟପାଳ ଉକ୍ତ ବିଲ୍‌କୁ ଅନୁମୋଦନ ଦେଇପାରନ୍ତି କିମ୍ବା ପୁଣି ଥରେ ବିଧାନସଭାକୁ ଫେରାଇ ଦେଇପାରନ୍ତି । ତେବେ ବିଧାନସଭା ରାଜ୍ୟପାଳଙ୍କ ପରାମର୍ଶକୁ ଗ୍ରହଣ କରିବ କି ନାହିଁ ତାହା ବିଧାନସଭା ଉପରେ ହିଁ ନିର୍ଭର କରେ । ଯଦି ବିଲ୍‌ଟି ପୁଣି ଥରେ ବିଧାନସଭାରେ ବିନା ସଂଶୋଧନରେ ବି ପାରିତ ହୋଇସାରିଛି ତେବେ ରାଜ୍ୟପାଳ ଆଉ ବିଲ୍‌କୁ ଆଇନରେ ପରିଣତ କରିବାରେ ଅଟକାଇ ପାରିବେ ନାହିଁ ।

ବିଲ୍‌କୁ ଅନୁମୋଦନରେ ବିଳମ୍ବ କରିବାରେ ପଞ୍ଜାବ ରାଜ୍ୟପାଳ ପ୍ରଥମ ନୁହେଁ । ଏଭଳି ଘଟଣା ତେଲେଙ୍ଗାନା, ତାମିଲନାଡୁ ଓ କେରଳରେ ମଧ୍ୟ ଦେଖିବାକୁ ମିଳିଛି । ଏହି ୩ଟି ରାଜ୍ୟର ସରକାର ରାଜ୍ୟପାଳଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସୁପ୍ରିମକୋର୍ଟ ରାୟ ଶୁଣାଇବା ସମୟରେ ଆଉ ଏକ କଥା ସ୍ପଷ୍ଟ କରିଛନ୍ତି । ତେଲେଙ୍ଗାନା ସରକାର ଗତ ମାର୍ଚ୍ଚ ୨୪ ତାରିଖରେ ରାଜ୍ୟପାଳଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଥିଲେ, ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ କୌଣସି ରାଜ୍ୟର ରାଜ୍ୟପାଳ କୌଣସି ଏକ ବିଲ୍‌କୁ ଅନୁମୋଦନ ଦେବାରେ ବିଳମ୍ବ କରିପାରିବେ ନାହିଁ । ଯଦି ରାଜ୍ୟପାଳ ଏହାର ସଂଶୋଧନ ଚାହୁଁଛନ୍ତି ତେବେ ଏହାକୁ ବିଧାନସଭାକୁ ପୁନଃ ବିଚାର ବିମର୍ଶ ପାଇଁ ପଠାଇ ଦେବା ଉଚିତ । ଏହାକୁ ଅନୁମୋଦନ ଦେବାରେ ଅହେତୁକ ବିଳମ୍ବ କରିବା ଅନୁଚିତ । ଏହାସହିତ ରାଜ୍ୟ ସରକାର ମଧ୍ୟ ବିଲ୍‌କୁ ଅନୁମୋଦନ ଦେବାରେ ରାଜ୍ୟପାଳଙ୍କୁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଦେଇପାରିବେ ନାହିଁ ।

ଏହା ବି ପଢନ୍ତୁ- କାଶ୍ମୀର ଚାଲିଯାଅ, ରାଜ୍ୟପାଳଙ୍କ ବିରୋଧରେ DMK ବିଧାୟକଙ୍କ ଧମକପୂର୍ଣ୍ଣ ମନ୍ତବ୍ୟ

ଗତ ନଭେମ୍ବର ୨୪ ତାରିଖରେ କେରଳ ସରକାରଙ୍କ ମାମଲାର ଶୁଣାଣି କରିଥିଲେ । ଏହି ସମୟରେ ସୁପ୍ରିମକୋର୍ଟ ପଞ୍ଜାବ ରାଜ୍ୟ ସରକାରଙ୍କ ମାମଲାର ରାୟ ସହିତ ଅବଗତ ହେବାକୁ କେରଳ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥିଲେ । ଏହି ରାୟରେ ଥିବା ସାମ୍ବିଧାନିକ ନିୟମ ଅନୁଯାୟୀ କେରଳ ରାଜ୍ୟପାଳ ନିଜ ଦାୟିତ୍ବ ନିର୍ବାହ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ । ତାମିଲନାଡୁ ସରକାରଙ୍କ ବିଚାରାଧୀନ ଥିବା ମାମଲାରେ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କ ଯୁକ୍ତିରେ ସହମତ ହୋଇ କହିଥିଲେ ଯେ ରାଜ୍ୟ ବିଧାନସଭା ପୁନଃ ପ୍ରଣୟନ କରିଥିବା ବିଲ୍‌କୁ ଅଟକାଇବା ପାଇଁ ସମ୍ବିଧାନ ରାଜ୍ୟପାଳଙ୍କୁ ଅଧିକାର ପ୍ରଦାନ କରୁନାହିଁ ।

ସୁପ୍ରିମକୋର୍ଟ ବାରମ୍ବାର ଏହି କଥା ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟପାଳଙ୍କ ସାମ୍ବିଧାନିକ କ୍ଷମତା ଅତ୍ୟନ୍ତ ସୀମିତ । ରାଜ୍ୟପାଳ ମନ୍ତ୍ରୀ ପରିଷଦର ସହାୟତା ଏବଂ ପରାମର୍ଶ ଦେବା ଉଚିତ। ସୁପ୍ରିମକୋର୍ଟ କ୍ରମାଗତ ଭାବରେ କହିଛନ୍ତି ଯେ ରାଜ୍ୟପାଳ ସାଧାରଣତଃ କେବଳ ମନ୍ତ୍ରୀ ପରିଷଦର ସହାୟତା ଏବଂ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିପାରିବେ ଏବଂ ସ୍ବାଧୀନ ଭାବେ କୌଣସି କାର୍ଯ୍ୟନିର୍ବାହୀ କ୍ଷମତା ବ୍ୟବହାର କରିପାରିବେ ନାହିଁ । ପୁନର୍ବିଚାର ପାଇଁ ଏକ ବାର୍ତ୍ତା ସହିତ ବିଲ୍‌କୁ ଫେରାଇ ଦେବା ପର୍ଯ୍ୟନ୍ତ ରାଜ୍ୟପାଳଙ୍କ କ୍ଷମତା ସୀମିତ ରହିବା ଉଚିତ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ରାଜ୍ୟପାଳ ପୁନଃ ବିଚାର ପାଇଁ ବିଲ୍‌ଟିକୁ ଫେରସ୍ତ କରୁଛନ୍ତି, ତେବେ ବିଧାନସଭାରେ ଏହି ବିଲ୍‌କୁ ୬ ମାସ ମଧ୍ୟରେ ପୁନଃ ପାରିତ କରିବାର ନିୟମ ରହିଛି ।

ରାଜ୍ୟପାଳଙ୍କ ଆଉ ଏକ କ୍ଷମତା ସମ୍ପର୍କରେ ସୁପ୍ରିମକୋର୍ଟ ଉଲ୍ଲେଖ କରି କହିଛନ୍ତି ଯେ ବିଧାନସଭା ନିର୍ବାଚନ ପରେ ଯେତେବେଳେ କୌଣସି ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନପାରନ୍ତି, ତେବେ ଏଭଳି ସ୍ଥିତିରେ ରାଜ୍ୟପାଳ ନିଜ ସାମ୍ବିଧାନିକ କ୍ଷମତା ବ୍ୟବହାର କରି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ରାଜନୈତିକ ଦଳକୁ ସରକାର ଗଢିବାକୁ ନିମନ୍ତ୍ରଣ ଦେବେ । ଏଥିଲାଗି ତାଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ଦିଆଯିବ । ସେହି ସମୟ ମଧ୍ୟରେ ଉକ୍ତ ରାଜନୈତିକ ଦଳ ସରକାର ଗଢିବା ପାଇଁ ପୂର୍ଣ୍ଣ ବହୁମତ ଆଣିପାରିଲେ, ସେ ସରକାର ଗଢିବ । ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ରାଜନୈତିକ ଦଳ ପୂର୍ଣ୍ଣ ବହୁମତ ହାସଲ ନ କରିପାରିଲେ ରାଜ୍ୟପାଳ ଅନ୍ୟ ରାଜନୈତିକ ଦଳକୁ ସରକାର ଗଢିବାକୁ ନିମନ୍ତ୍ରଣ କରିପାରିବେ । ଏଭଳି ସ୍ଥିତିରେ ରାଜ୍ୟପାଳ ବହୁ ସାବଧାନର ସହିତ ବିନା ପକ୍ଷପାତିତାରେ ଏଭଳି ନିଷ୍ପତ୍ତି ନେବା ଉଚିତ ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.