ETV Bharat / opinion

Decisions of Dignity: ମହିଳାଙ୍କ ସ୍ବାଧୀନତା ଏବଂ ପ୍ରଜନନ ସ୍ବାଧୀନତା ମଧ୍ୟରେ ପାର୍ଥକ୍ୟ - ETV Bharat Opinion news

ମହିଳାଙ୍କ ସ୍ବାଧୀନତା, ସମାନତା ଓ ସମ୍ମାନ ସେମାନଙ୍କ ଶରୀର ଏବଂ ପ୍ରଜନନ ନେଇ ବ୍ୟକ୍ତିଗତ ସ୍ତରରେ ନିଷ୍ପତ୍ତି ନେବାର କ୍ଷମତା ଉପରେ ନିର୍ଭର କରେ । ଗର୍ଭପାତ କରିବା ନିଷ୍ପତ୍ତି ସର୍ବଦା ମହିଳାଙ୍କ ଉପରେ ଛାଡି ଦିଆଯିବା ଉଚିତ । କାରଣ ଏହି ନିଷ୍ପତ୍ତି ଏକ ଗଭୀର ତଥା ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ ବୋଲି ନିଜ ଆଲେଖ୍ୟରେ କହିଛନ୍ତି ହାଇଦ୍ରାବାଦ ସ୍ଥିତ ଡକ୍ଟର ଆମ୍ବେଦକର ଆଇନ ମହାବିଦ୍ୟାଳୟର ସହକାରୀ ପ୍ରଫେସର ପିଭିଏସ ଶୈଳଜା । ପଢନ୍ତୁ ସମ୍ପୂର୍ଣ୍ଣ ଆଲେଖ୍ୟ

Decisions of Dignity
Decisions of Dignity
author img

By ETV Bharat Odisha Team

Published : Oct 31, 2023, 10:42 PM IST

(ଲେଖକ- ପିଭିଏସ ଶୈଳଜା, ସହକାରୀ ପ୍ରଫେସର, ଡକ୍ଟର ଆମ୍ବେଦକର ଆଇନ ମହାବିଦ୍ୟାଳୟ ହାଇଦ୍ରାବାଦ)

ହାଇଦ୍ରାବାଦ: ଗର୍ଭପାତ ହେଉଛି ଏପରି ଏକ ପ୍ରସଙ୍ଗ ଯାହାକୁ ନେଇ ପ୍ରାଚୀନ କାଳରୁ ଚର୍ଚ୍ଚା ହୋଇଆସୁଛି । ଆଜି ମଧ୍ୟ ଏହା ବିବାଦର ବିଷୟ ପାଲଟିଛି । ଏହି ବିତର୍କକୁ ୨ଟି ଶବ୍ଦରେ ବିଭକ୍ତ କରାଯାଇପାରେ । ଗୋଟିଏ ହେଉଛି ପ୍ରୋ-ଚଏସ ଓ ଅନ୍ୟଟି ପ୍ରୋ-ଲାଇଫ୍ । ଜଣେ ମହିଳାକୁ ନିଜ ଶରୀର ସମ୍ବନ୍ଧରେ ନିଷ୍ପତ୍ତି ନେବାର ଅଧିକାର ରହିଛି । ଏନେଇ ଆଇନ ମଧ୍ୟ ରହିଛି, ଯାହାକି ବ୍ୟକ୍ତିଗତ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ସ୍ବାଧୀନତାକୁ ସୁନିଶ୍ଚିତ କରେ ।

ଜଣେ ମହିଳା କ୍ଷେତ୍ରରେ ଏହି ଅଧିକାର ଶାରୀରିକ ଅଖଣ୍ଡତାର ଅଧିକାର, ମୁକ୍ତ ଓ ଦାୟିତ୍ବପୂର୍ଣ୍ଣ ଭାବରେ ନିଷ୍ପତ୍ତି ନେବାର ଅଧିକାର, ଗୋଟିଏ ସନ୍ତାନ ସଂଖ୍ୟା ଓ ଏହା ଅନ୍ୟ ସନ୍ତାନ ମଧ୍ୟରେ ବ୍ୟବଧାନ ଏବଂ ଗୋପନୀୟତା ଅଧିକାର ଅନ୍ତର୍ଭୁକ୍ତ । ବ୍ୟକ୍ତିଗତ ସ୍ବାଧୀନତା ହେଉଛି ନାଗରିକର ମୌଳିକ ଅଧିକାର । ଏହା ଆମ ସମ୍ପ୍ରଦାୟର ସାଂସ୍କୃତିକ ତଥା ସାମାଜିକ ଚେତନାର ଏକ ଅଂଶ । ତେବେ ପ୍ରତ୍ୟେକ ମହିଳାଙ୍କର ବ୍ୟକ୍ତିଗତ ଅଧିକାର ମଧ୍ୟରେ ସେମାନଙ୍କ ଜୀବନ, ସ୍ବାଧୀନତା ଏବଂ ସୁଖର ଅନୁସନ୍ଧାନ ସହ ଗର୍ଭପାତ କରିବାର ଅଧିକାରକୁ ଅନୁମତି ଦେଇଥାଏ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ପ୍ରତିବର୍ଷ ବିଶ୍ବରେ ପ୍ରାୟ ୭୦ ଲକ୍ଷ ଗର୍ଭପାତ ହୁଏ । ଯାହାକି ସର୍ବଭାରତୀୟ ସ୍ତରରେ ୧ ହଜାର ମହିଳା ମଧ୍ୟରେ ୩୯ ଜଣଙ୍କ ମଧ୍ୟରେ ଦେଖାଦିଏ । ଏହି ପରିସଂଖ୍ୟାନ ୧୯୯୦ ମସିହାରୁ ପ୍ରାୟ ସମାନ ରହିଆସିଛି । ୧୯୯୦–୯୪ରୁ ୨୦୧୫–୧୯ ମଧ୍ୟରେ ଚୀନ ଏବଂ ଭାରତକୁ ବାଦ ଦେଲେ ଆଇନଗତ ଗର୍ଭପାତ ଥିବା ଦେଶଗୁଡ଼ିକରେ ହାରାହାରି ଗର୍ଭପାତ ହାର ୪୩ ପ୍ରତିଶତ ହ୍ରାସ ପାଇଛି । ଅନ୍ୟପଟେ ଗର୍ଭପାତ ଉପରେ କଠୋର ପ୍ରତିବନ୍ଧକ ଥିବା ଦେଶରେ ହାରାହାରି ଗର୍ଭପାତ ହାର ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇଛି ।

କେନ୍ଦ୍ରର ପ୍ରଜନନ ଅଧିକାର ଅନୁଯାୟୀ, ସମୁଦାୟ ୨୪ଟି ଦେଶ ଅଛି ଯେଉଁଠାରେ ଗର୍ଭପାତ ନିଷେଧ । ପ୍ରାୟ ୪୨ଟି ଦେଶ ମହିଳାଙ୍କ ଜୀବନ ବଞ୍ଚାଇବା ଲାଗି ଗର୍ଭପାତକୁ ଅନୁମତି ଦେଇଥାନ୍ତି । ସେହପରି ମହିଳାଙ୍କ ଅନୁମତି ପରେ ୭୨ଟି ଦେଶ ଗର୍ଭପାତକୁ ଅନୁମତି ଦିଅନ୍ତି । ଏହା କେବଳ ଗର୍ଭଧାରଣର ୧୨ ସପ୍ତାହ ମଧ୍ୟରେ ସମ୍ଭବ ହୋଇଥାଏ । ଭାରତ ସମେତ ଅନେକ ଦେଶ ମହିଳାମାନଙ୍କୁ ବ୍ୟାପକ ସାମାଜିକ ତଥା ଅର୍ଥନୈତିକ କାରଣରୁ ଗର୍ଭପାତ କରିବାର ଅଧିକାର ମଧ୍ୟ ଦେଇଥାନ୍ତି, ଯେପରିକି ମହିଳାଙ୍କ ଆର୍ଥିକ ଅବସ୍ଥା ଆଦି ।

ନିକଟରେ ସୁପ୍ରିମକୋର୍ଟ ଜଣେ ବିବାହିତା ମହିଳାଙ୍କ ୨୬ ସପ୍ତାହର ଗର୍ଭପାତ ପାଇଁ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲେ । ଏହି ମାମଲା ସୁପ୍ରିମକୋର୍ଟରେ ୨ଟି ଭିନ୍ନ ବେଞ୍ଚକୁ ଦିଆଯାଇଥିଲା । ଏହାପରେ ଗର୍ଭପାତ କରିବାକୁ ମହିଳାଙ୍କ ନିଷ୍ପତ୍ତିର ସ୍ବାଧୀନତା ସମ୍ପର୍କରେ ବିଧାନସଭା ତର୍କ ହୋଇଥିଲା । ତେବେ ଗର୍ଭଧାରଣ ବା ଗର୍ଭପାତ କଥା ଆସିଲେ ଜଣେ ମହିଳାଙ୍କ ସ୍ବାସ୍ଥ୍ୟ, ପାରିବାରିକ ସମ୍ପର୍କ, ଅର୍ଥନୈତିକ ସମ୍ବଳ ଏବଂ ଚିକିତ୍ସା ସେବାର ଉପଲବ୍ଧତା ସାମ୍ନାକୁ ଆସେ । ବେଳେ ବେଳେ ଏହି ସମସ୍ତ ଦିଗ ଗର୍ଭଧାରଣ ବା ଗର୍ଭପାତ ନିଷ୍ପତ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ଏଭଳି ସ୍ଥିତିରେ ନିଷ୍ପତ୍ତି ନେବାର ଅଧିକାର କେବଳ ଗର୍ଭବୀତଙ୍କ ହିଁ ରହିଥାଏ ।

ସର୍ବସାଧାରଣରେ ସ୍ବୀକାର କରାଯାଇଛି ଯେ ଯେଉଁ ଦେଶରେ ଗର୍ଭପାତ ଉପରେ ଆଇନଗତ ପ୍ରତିବନ୍ଧିତ ଲାଗିଛି, ସେଠାରେ ମହିଳାମାନେ ଗର୍ଭପାତକୁ ଗୁପ୍ତ ଭାବରେ କରିବା ଲାଗି ଉଦ୍ୟମ କରିଥାନ୍ତି । ଯାହାକି ମେଡିକାଲରେ ଅସୁରକ୍ଷିତ ଓ ଉକ୍ତ ମହିଳାଙ୍କ ଜୀବନ ପ୍ରତି ବିପଦ ରହିଥାଏ । ସବୁରି ପରେ ଏହା ଧ୍ୟାନରେ ରଖିବା ଉଚିତ ଯେ ପ୍ରଜନନ କ୍ଷେତ୍ରରେ ଯେକୌଣସି ନିଷ୍ପତ୍ତି ମହିଳାଙ୍କ ବ୍ୟକ୍ତିଗତ ସ୍ତରରେ ହେବା ଉଚିତ । ଭାରତର ସମ୍ବିଧାନ ଧାରା ୨୧ ଅନୁଯାୟୀ, ପ୍ରଜନନ ନେଇ ନିଷ୍ପତ୍ତି ମଧ୍ୟ ବ୍ୟକ୍ତିଗତ ସ୍ବାଧୀନତାର ଏକ ମାପଦଣ୍ଡ ।

MTP ଆକ୍ଟରେ ମହିଳାଙ୍କ ଅଧିକାର ଦିଗରେ ଏକ ଭଲ ପଦକ୍ଷେପ ରହିଥିଲା । ୨୦୨୨ ସେପ୍ଟେମ୍ବରରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଅବିବାହିତ ୟୁବତୀଙ୍କୁ ଗର୍ଭପାତ ନେଇ ଅନୁମତି ଦେଇଥିଲା । ଉକ୍ତ ଯୁବତୀ ଜଣକ ଗର୍ଭଧାରଣର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ । ୧୯୭୩ ମସିହାରେ ଆମେରିକାର ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ । ଯାହାକି ଗର୍ଭପାତକୁ ଏକ ସାମ୍ବିଧାନିକ ଅଧିକାର ଦେଇଥିଲା । ଗର୍ଭପାତକୁ ଗର୍ଭାଶୟର କାର୍ଯ୍ୟକ୍ଷମତା ପର୍ଯ୍ୟନ୍ତ ଅନୁମତି ଦେଇଥାଏ ।

୧୯୭୩ରେ ଆମେରିକା ସୁପ୍ରିମକୋର୍ଟ ଗର୍ଭାଶୟର କାର୍ଯ୍ୟକ୍ଷମତା ୨୮ ସପ୍ତାହ (୭ ମାସ) ରଖିଥିଲେ । ଯାହାକି ବର୍ତ୍ତମାନ ୨୩-୨୪ ସପ୍ତାହ (୬ ମାସ)ରୁ କମ ରହିଛି । ଏହାପରେ ଭାରତର ଆଇନକୁ ସମାଲୋଚିତ ହେବାକୁ ପଡ଼ିଛି । ୨୦ ସପ୍ତାହ ପରେ ଗର୍ଭପାତ ନିଷ୍ପତ୍ତି ମହିଳାଙ୍କୁ ନୁହେଁ, ବରଂ ଡାକ୍ତରଙ୍କ ନିକଟକୁ ପଠାଯାଇଛି । ଅଧିକାଂଶ ଶିଳ୍ପଦ୍ୟୋଗୀ ଦେଶ ବିନା ପ୍ରତିବନ୍ଧକରେ ଗର୍ଭପାତକୁ ଅନୁମତି ଦେଇଥାନ୍ତି । ପ୍ରାୟ ୧୦୦ଟି ଦେଶ କେବଳ ସୀମିତ ପରିସ୍ଥିତିରେ ଗର୍ଭପାତକୁ ଅନୁମତି ଦିଅନ୍ତି ନାହିଁ, ଯେତେବେଳେ ଗର୍ଭବତୀଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଥାଏ ।

ସବୁରି ପରେ ଉଭୟ ମେଡିକାଲ ଓ ନ୍ୟାୟିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଆବଶ୍ୟକ ଯେ 'ମହିଳା'ଙ୍କ ନିଷ୍ପତ୍ତି ସର୍ବାଗ୍ରେ ରହିବା ଉଚିତ । ମହିଳାମାନଙ୍କର ଯୌନ ଏବଂ ପ୍ରଜନନ ସ୍ବାଧୀନତା କ୍ଷେତ୍ରରେ ସାମାଜିକ ବିରୋଧ ମହିଳାମାନଙ୍କୁ ସେମାନଙ୍କ ପରିବାର ଏବଂ ପୁରୁଷଙ୍କ ଅଧୀନରେ ରଖେ । ମହିଳାମାନଙ୍କୁ ଏପରି ନିଷ୍ପତ୍ତି ନେବାକୁ ଆଇନଗତ ସ୍ତରରେ ଅନୁମତି ଦେବା ଏକ ଆହ୍ବାନ । ଯାହାକି ସେମାନଙ୍କ ଜୀବନ ପାଇଁ ସର୍ବୋତ୍ତମ । ସମାଜ ଆଜି ଆଗକୁ ବଢୁଥିବା ବେଳେ ମହିଳାମାନଙ୍କ ପ୍ରତି ସହାନୁଭୂତି, ବୁଝାମଣା ଏବଂ ସମର୍ଥନ ପାଇଁ ଏକ ସଂସ୍କାର ଆସିବା ଆବଶ୍ୟକ । ଏଥିରେ ନିରାପଦ ଓ ଆଇନଗତ ଗର୍ଭପାତ, ପ୍ରଜନନ ସ୍ବାସ୍ଥ୍ୟସେବା ଓ ସାମାଜିକ ପ୍ରଣାଳୀ ଯାହା ମହିଳାଙ୍କ ସ୍ବାଧୀନତାକୁ ଗୁରୁତ୍ବ ଏବଂ ସମ୍ମାନ କରେ ତାହା ଅନ୍ତର୍ଭୁକ୍ତ ହେବା ଉଚିତ ।

ଏପରି ଏକ ସମାଜ କେବଳ ସମ୍ମାନଯୋଗ୍ୟ ନୁହେଁ, ବରଂ ମହିଳାଙ୍କ ପ୍ରତି ମାନବିକତା ଦେଖାଏ । ଏଭଳି ସମାଜ ସ୍ପଷ୍ଟ କରେ ଯେ ଲିଙ୍ଗଗତ ସମାନତାର ଅର୍ଥ ପ୍ରତ୍ୟେକ ବ୍ୟକ୍ତିର ଅଧିକାରକୁ ସମ୍ମାନ ଜଣାଇବା ଏବଂ ସମର୍ଥନ କରିବା ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.