ETV Bharat / opinion

Explained: ସୋସିଆଲ ମିଡିଆ କବଳରେ ଯୁବପିଢିଙ୍କ ବାଲ୍ୟକାଳ - ଡିଜିଟାଲ ଯୁଗର କୁପ୍ରଭାବ

ଡିଜିଟାଲ ଯୁଗରେ ଆଜିର ଯୁବପିଢିଙ୍କ ବାଲ୍ୟକାଳ ଏବେ ସୋସିଆଲ ମିଡିଆ କବଳରେ । ଯାହା ଫଳରେ ଯୁବପିଢିଙ୍କ ମଧ୍ୟରେ ମାନସିକ, ସ୍ବାସ୍ଥ୍ୟଗତ, ଆଚରଣଗତ ସମସ୍ୟା ଦେଖାଦେଇଛି । ଯୁବପିଢିଙ୍କ ପାଇଁ ଏକ ସନ୍ତୁଳିତ ଏବଂ ସୁସ୍ଥ ବାତାବରଣ ଗଠନ ସେମାନଙ୍କ ଭବିଷ୍ୟତ ଲାଗି ନିତାନ୍ତ ଆବଶ୍ୟକ । ଏଥିଲାଗି ସରକାର, ଅଭିଭାବକ ଏବଂ ଶିକ୍ଷାନୁଷ୍ଠାନଗୁଡିକର ମିଳିତ ପ୍ରୟାସ ଦ୍ବାରା ହିଁ ସମ୍ଭବ । ଏହା ଉପରେ ପଢନ୍ତୁ ଏ. ପ୍ରଭାକର ରେଡ୍ଡିଙ୍କ ସ୍ବତନ୍ତ୍ର ଆଲେଖ୍ୟ

social media effect on youngsters
social media effect on youngsters
author img

By ETV Bharat Odisha Team

Published : Oct 5, 2023, 9:57 PM IST

Updated : Oct 5, 2023, 10:55 PM IST

ଇନାଡୁ ସମ୍ପାଦକୀୟ

ଲେଖକ- ଏ. ପ୍ରଭାକର ରେଡ୍ଡି

ହାଇଦ୍ରାବାଦ: ସମ୍ପ୍ରତି ଡିଜିଟାଲ ଯୁଗରେ ସ୍ମାର୍ଟଫୋନ ଓ ସୋସିଆଲ ମିଡିଆର ପ୍ରଭାବ ଚିନ୍ତାର କାରଣ ପାଲଟିଛି । ବିଶେଷ କରି ଯୁବପିଢିଙ୍କ ଉପରେ ଏହାର କୁପ୍ରଭାବ ପ୍ରତୀୟମାନ ହେଉଛି । ଯୁବପିଢିଙ୍କ ବାଲ୍ୟକାଳ ଏବେ ସୋସିଆଲ ମିଡିଆ କବଳରେ । କୋଭିଡ ମହାମାରୀ ସମୟରେ ଅନଲାଇନ କ୍ଲାସ ଯୋଗୁଁ ମୋବାଇଲ ଫୋନର ବହୁଳ ବ୍ୟବହାର ଏହାର ମୁଖ୍ୟ କାରଣ କୁହାଯାଇପାରେ । ଯାହାକି ଜଣେ ଦାୟିତ୍ବବାନ ନାଗରିକ ବା ଅଭିଭାବକଙ୍କ ଲାଗି ଚିନ୍ତାର କାରଣ ପାଲଟିଛି ।

ମୋବାଇଲ ଫୋନ୍ ଏବଂ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମର ଅତ୍ୟଧିକ ବ୍ୟବହାର ଯୁବପିଢିଙ୍କୁ ଭର୍ଚ୍ଚୁଆଲ ଦୁନିଆରେ ବନ୍ଦୀ କରି ରଖିଛି । ଫଳସ୍ବରୂପ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସହ ଅପରାଧ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସ୍ମାର୍ଟଫୋନ ଏବଂ ସୋସିଆଲ ମିଡିଆ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି । ବିଶେଷକରି କୋଭିଡ-19 ମହାମାରୀ ପରେ ଅନଲାଇନ୍ କ୍ଲାସ୍ ଯୁବପିଢିଙ୍କ ରୁଟିନରେ ଯୋଡ଼ି ହୋଇଛି । ଏହା ଅଜାଣତରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ବାଧକ ସାଜିଛି ।

ପାଠପଢା ବ୍ୟତୀତ ଛାତ୍ରଛାତ୍ରୀ ଭିଡିଓ ଗେମ, ୱେବ୍ ସିରିଜ ଏବଂ OTTରେ ଅପରାଧ ସମ୍ବନ୍ଧୀୟ ବିଷୟବସ୍ତୁ ପ୍ରତି ଆଗ୍ରହ ଦେଖାଇଛନ୍ତି । ସ୍ମାର୍ଟଫୋନ ଏବଂ ସୋସିଆଲ ମିଡିଆ ନିଶା ଯୁବପିଢିଙ୍କ ଜୀବନରେ ପ୍ରତିକୂଳ ପ୍ରଭାବ ପକାଉଛି, ଯାହାକୁ ନେଇ ବିଶେଷଜ୍ଞମାନେ ଅଧିକ ବେଶ ଚିନ୍ତିତ ରହିଛନ୍ତି । ଏହାକୁ ବିଚାରକୁ ନେଇ ସୋସିଆଲ ମିଡିଆ ଆକାଉଣ୍ଟ ପଞ୍ଜୀକରଣ ପାଇଁ 18 ବର୍ଷର ବୟସ ସୀମା ସ୍ଥିର କରିବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ସୁପାରିଶ ନିଶ୍ଚିତ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।

ସୋସିଆଲ ମିଡିଆ ବ୍ୟବହାର ଲାଗି ଆଇନଗତ ଅନୁମତି ଆବଶ୍ୟକ:-

ନିକଟରେ 'Local Circles' ଏକ ସର୍ଭେ ରିପୋର୍ଟରେ ଏନେଇ ବର୍ଣ୍ଣିତ ହୋଇଛି । ପିଲାଙ୍କ ବହୁଳ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଅଭିଭାବକ ବେଶ ଚିନ୍ତିତ ରହିଛନ୍ତି । ଏହି ରିପୋର୍ଟ ଅନୁସାରେ 61% ସହରାଞ୍ଚଳ ଅଭିଭାବକଙ୍କ କହିବା ଅନୁସାରେ ତାଙ୍କର ସନ୍ତାନମାନେ ସୋସିଆଲ ମିଡିଆ, ଅନଲାଇନ ଗେମିଂ ଓ OTT ପ୍ଲାଟଫର୍ମ ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି । ଯାହା ଫଳରେ ପ୍ରତି 3ଜଣଙ୍କ ମଧ୍ୟରେ ଜଣେ ଶିଶୁ ମାନସିକ ଅବସାଦଗ୍ରସ୍ତ ହେଉଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ଗୁଡିକୁ ପ୍ରବେଶ କରିବା ପାଇଁ 18 ବର୍ଷରୁ କମ୍ ପିଲାମାନଙ୍କ ଲାଗି ଏକ ଆଇନଗତ ଅନୁମତି ଆବଶ୍ୟକତା କାର୍ଯ୍ୟକାରୀ କରିବାକୁ 73% ପିତାମାତା ସମର୍ଥନ କରିଛନ୍ତି ।

ଏହି ସର୍ଭେ ରିପୋର୍ଟ ଅନୁସାରେ 9ରୁ 17 ବର୍ଷର ପିଲାମାନେ ଅଧିକାଂଶ ସମୟ ସୋସିଆଲ ମିଡିଆ, ଭିଡିଓ ଦେଖିବା ଓ OTT ପ୍ଲାଟଫର୍ମରେ ବିନିଯୋଗ କରୁଛନ୍ତି । 46 ପ୍ରତିଶତ 3ରୁ 6 ଘଣ୍ଟା ଏଥିରେ ସମୟ ଅତିବାହିତ କରୁଥିବା ବେଳେ 15% 6 ଘଣ୍ଟା ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ସେହିପରି 15% ପ୍ରତିଦିନ 4 ଘଣ୍ଟା ସ୍ମାର୍ଟଫୋନ ବ୍ୟବହାର କରୁଥିବା ଅନ୍ୟ ଏକ ପୋଲ୍‌ରୁ ଜଣାପଡ଼ିଛି ।

ଅନ୍ୟପଟେ 23% ଯୁବପିଢି ସ୍ବୀକାର କରିଛନ୍ତି ଯେ ସେମାନେ ଶୋଇବା ପୂର୍ବରୁ ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । 76% ଶୋଇବା ପୂର୍ବରୁ ସ୍ମାର୍ଟଫୋନ ବ୍ୟବହାର କରୁଥିବାରୁ ତାହା ସେମାନଙ୍କ ନିଦ୍ରା ଉପରେ ପ୍ରଭାବ ପକାଇଥାଏ ବୋଲି ଜଣାପଡ଼ିଛି । ବହୁଳ ସ୍ମାର୍ଟଫୋନ ବ୍ୟବହାର ଯୋଗୁଁ ଯୁବପିଢିଙ୍କ ମଧ୍ୟରେ ମାନସିକ ଚାପ ବୃଦ୍ଧି ପାଉଥିବା ବେଳେ ଶାରୀରିକ କାର୍ଯ୍ୟ ଅଭାବରୁ ମେଦ ବହୁଳତା ମଧ୍ୟ ଦେଖିବାକୁ ମିଳୁଛି । କୋଭିଡ-19 ସମୟରେ ସ୍ମାର୍ଟଫୋନ ବ୍ୟବହାର ଯୋଗୁଁ ଯୁବପିଢିଙ୍କ ଆଖି ସମସ୍ୟା ମଧ୍ୟ ବୃଦ୍ଧି ପାଉଥିବା ଜଣାପଡ଼ିଛି । ମୋବାଇଲରେ ଫିଲ୍ମ, ୱେବ ସିରିଜ, ସିରିଏଲ ଦେଖିବା ଦ୍ବାରା ଯୁବପିଢିଙ୍କ ମଧ୍ୟରେ ବୃଦ୍ଧି ପାଇଛି ଅପରାଧିକ କାର୍ଯ୍ୟ ।

କେଉଁ ନିୟମ ପ୍ରଣୟନ ହେବା ଆବଶ୍ୟକ ?

ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପିଲାଙ୍କ ସ୍ମାର୍ଟଫୋନ ବ୍ୟବହାର ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ । ସୋସିଆଲ ମିଡିଆ ଆକାଉଣ୍ଟ ସୃଷ୍ଟି କରିବା ଲାଗି ପିଲାମାନଙ୍କୁ ବାରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବନିମ୍ନ ବୟସ ସୀମା ସହିତ କଠୋର ଆଇନ ପ୍ରଣୟନ କରିବା ଉଚିତ । ଏହା ସହିତ ସ୍ମାର୍ଟଫୋନ ବ୍ୟବହାର କରିବାକୁ 18 ବର୍ଷରୁ କମ୍ ପିଲାମାନଙ୍କ ପାଇଁ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ କରିବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ ।

ପିତାମାତା ମଧ୍ୟ ସେମାନଙ୍କର ପିଲାଙ୍କ ସ୍ମାର୍ଟଫୋନ ବ୍ୟବହାର ଉପରେ ନଜର ରଖିବା ଏବଂ ଏହାର ବ୍ୟବହାରକୁ ସୀମିତ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ । ସେମାନେ ନିଶ୍ଚିତ କରିବା ଉଚିତ ଯେ ସେମାନଙ୍କ ପିଲାମାନେ ମୋବାଇଲେ ଏପରି ବିଷୟ ଦେଖିବା ଉଚିତ ଯାହାକି କୌଣସି ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରୁଥିବ । ଏହି କ୍ଷେତ୍ରରେ ଚୀନ ଯେପରି କଡ଼ା ନିୟମ ଗ୍ରହଣ କରିଛି ସେହିପରି ଭାବରେ ଆମ ଦେଶ ମଧ୍ୟ ଯୁବପିଢିଙ୍କ ମଧ୍ୟରେ ସ୍ମାର୍ଟଫୋନ ନିଶାକୁ ରୋକିବା ପାଇଁ ସମାନ ପଦକ୍ଷେପ ଗ୍ରହଣ କରିବା ଉଚିତ ।

ଚୀନ ସରକାର ପୂର୍ବରୁ ପିଲାମାନେ ସ୍ମାର୍ଟଫୋନରେ କେତେ ସମୟ ବିତାଇବେ, ସେ ନେଇ ଏକ ନିର୍ଦ୍ଦିଷ୍ଟ ସୀମା ସୀମା ଧାର୍ଯ୍ୟ କରିଛନ୍ତି । ଏହି ପଦକ୍ଷେପଟି ନିଶ୍ଚିତ ଏ ଦିଗରେ ପ୍ରଭାବଶାଳୀ ତାହା କୁହାଯାଇପାରିବ । ସ୍ମାର୍ଟଫୋନ, ଟାବଲେଟ ଏବଂ କମ୍ପ୍ୟୁଟର ମାଧ୍ୟମରେ ଅତ୍ୟଧିକ ଅନଲାଇନ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ନିକଟରେ UNESCO ଅଧ୍ୟୟନରେ ଆଲୋକିତ କରାଯାଇଛି । ଏହାକୁ ରୋକିବା ଲାଗି ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ । ଅନଲାଇନ ଶିକ୍ଷା ପ୍ଲାଟଫର୍ମ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକଙ୍କ ଆବଶ୍ୟକତା ରହିଛି ।

ପିଲାମାନଙ୍କ ଜୀବନରେ ଡିଜିଟାଲ ମିଡିଆ ପ୍ରବେଶର ପ୍ରଭାବ ଚିନ୍ତାର ବିଷୟ । କାରଣ ଏହା ଅନେକ ସ୍ବାସ୍ଥ୍ୟଗତ ଏବଂ ଆଚରଣଗତ ସମସ୍ୟା ସୃଷ୍ଟି କରିଛି । ପିଲାମାନେ ଯେପରି ସ୍ମାର୍ଟଫୋନ ଏବଂ ଅତ୍ୟଧିକ ଇଣ୍ଟରନେଟ ବ୍ୟବହାରରେ ଫାନ୍ଦରେ ନ ପଡ଼ିବେ ସେ ଦିଗରେ ବଳିଷ୍ଠ ପଦକ୍ଷେପ ନେବା ଜରୁରୀ । ଯୁବପିଢି ପାଇଁ ଏକ ସନ୍ତୁଳିତ ଏବଂ ସୁସ୍ଥ ବାତାବରଣ ଗଠନ ସେମାନଙ୍କ ଭବିଷ୍ୟତ ଲାଗି ନିତାନ୍ତ ଆବଶ୍ୟକ । ଏଥିଲାଗି ସରକାର, ଅଭିଭାବକ ଏବଂ ଶିକ୍ଷାନୁଷ୍ଠାନଗୁଡିକର ମିଳିତ ପ୍ରୟାସ ଦ୍ବାରା ହିଁ ସମ୍ଭବ ।

Last Updated : Oct 5, 2023, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.