ETV Bharat / lifestyle

ଓଜନ କମାଇବା ପାଇଁ ରୁଟି ଖାଇବେ ନା ବ୍ରେଡ !

ଡାଏଟିଂ ଏବଂ ଓଜନ ହ୍ରାସକୁ ନେଇ ଅନେକଙ୍କ ମନରେ ରୁଟି ଓ ବ୍ରେଡକୁ ନେଇ ରହିଥାଏ ପ୍ରଶ୍ନ । କିଏ କୁହେ ରୁଟି ଅଧିକ ଲାଭଦାୟୀ ତ କିଏ ପୁଣି କୁହେ ବ୍ରେଡ ଅଧିକ ସ୍ବାସ୍ଥ୍ୟବାନ । ହେଲେ ପ୍ରକୃତରେ କେଉଁଟି ଅଧିକ ଲାଭଦାୟୀ ଚାଲନ୍ତୁ ଜାଣିବା ।

author img

By

Published : May 28, 2019, 1:01 PM IST

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଓଜନ କମାଇବା ପାଇଁ ବର୍ତ୍ତମାନ ଡାଏଟିଂ କ୍ରେଜରେ ଯୁବପିଢୀ । ତେବେ ଡାଏଟିଂ ଏବଂ ଓଜନ କମାଇବାକୁ ନେଇ ଅନେକଙ୍କ ମନରେ ରୁଟି ଓ ବ୍ରେଡକୁ ନେଇ ରହିଥାଏ ପ୍ରଶ୍ନ । କିଏ କୁହେ ରୁଟି ଅଧିକ ଲାଭଦାୟୀ ତ କିଏ ପୁଣି କୁହେ ବ୍ରେଡ ଅଧିକ ସ୍ବାସ୍ଥ୍ୟବାନ । ହେଲେ ପ୍ରକୃତରେ କେଉଁଟି ଅଧିକ ଲାଭଦାୟୀ ତାହା ଜାଣିବା ପାଇଁ ପଢନ୍ତୁ :

ରୁଟି ଓ ବ୍ରେଡ ମଧ୍ୟରୁ କେଉଁଟି ଅଧିକ ଲାଭଦାୟୀ ତାହା ଜାଣିବା ପାଇଁ ପ୍ରଥମେ ଏହା କିପରି ପ୍ରସ୍ତୁତ ହୋଇଥାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ବ୍ରେଡ ପ୍ରସ୍ତୁତ ହେବା ପାଇଁ ପାଣି, ଅଟା/ମଇଦା ବ୍ୟବହାର ହୋଇଥାଏ । ଏହାକୁ ଅଧିକ ନରମ ଓ ସୁସ୍ବାଦୁ କରିବା ପାଇଁ ଇଷ୍ଟର ମଧ୍ୟ ବ୍ୟବହାର ହୋଇଥାଏ । ଯାହା କେତେକଙ୍କ ଶରୀରରେ ଆଲର୍ଜି ସୃଷ୍ଟି କରିଥାଏ । ତେବେ ମାର୍କେଟରେ ଏବେ ଏହି ଡାଏଟିଂକୁ ନେଇ ବିଭିନ୍ନ ପ୍ରକାର ବ୍ରେଡ ପ୍ରସ୍ତୁତ ହେଉଥିବା ଦେଖାଯାଉଛି । ଯେଉଁଥିରେ ହୋଲ ଗ୍ରେନ ଓ ମଲ୍ଟି ଗ୍ରେନ ବ୍ରେଡ ।

ଗୋଟିଏ ପଟେ ବ୍ରେଡ ପ୍ରସ୍ତୁତ କରିବା ପାଇଁ ଇଷ୍ଟ ଓ ଅନ୍ୟାନ୍ୟ ପ୍ରେଜର୍ଭେଟିଭର ବ୍ୟବହାର ହେଉଥିବା ବେଳେ ରୁଟି ପ୍ରସ୍ତୁତ ପାଇଁ ଆବଶ୍ୟକ ହୁଏ କେବଳ ଅଟା ଓ ପାଣି । ଏଥିସହ ରୁଟି ପ୍ରସ୍ତୁତିରେ ଅଟାରେ ଥିବା ସମସ୍ତ ଫୁଡ ଗ୍ରେନ ଓ ଫାଇବର ସୁରକ୍ଷିତ ରହିଥାଏ । ତେଣୁ ବ୍ରେଡ ତୁଳନାରେ ଏହା ଅଧିକ ସ୍ବାସ୍ଥ୍ୟକର ହୋଇଥାଏ ।

କିନ୍ତୁ ଯେ କେବଳ ପ୍ରସ୍ତୁତି ପ୍ରକ୍ରିୟା ଉପରେ ଏହା ନିର୍ଭର କରେ ତାହା ନୁହେଁ, ଆପଣ ବ୍ରେଡ କିମ୍ବା ରୁଟିକୁ କିପରି ଖାଉଛନ୍ତି ତାହା ଉପରେ ମଧ୍ୟ ଏହାର ପ୍ରଭାବ ନିର୍ଭର କରିଥାଏ । ତେଣୁ ଯଦି ଆପଣ ସ୍ୟାଣ୍ଡୱିଚ୍‌ ଖାଇବା ପସନ୍ଦ କରନ୍ତି ଆପଣଙ୍କ ପାଇଁ ବ୍ରେଡ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଅନ୍ୟପଟେ ଏହି ସ୍ୟାଣ୍ଡୱିଚ୍‌ ରୁଟି ଓ ଘିଅ ତୁଳନାରେ ଅଧିକ ସ୍ବାସ୍ଥ୍ୟକାରୀ ହୋଇପାରେ ।

Intro:Body:

fghfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.