ETV Bharat / lifestyle

କର୍କଟରୁ ଦୂରେଇ ରଖେ ସନ୍ତୁଳିତ ଖାଦ୍ୟ

ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ ପନିପରିବା । ଯାହା ଆପଣଙ୍କ ଶରୀରରେ କର୍କଟ କୋଷର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ । ଅଧିକ ପଢନ୍ତୁ...

ସନ୍ତୁଳିତ ଖାଦ୍ୟ ଆପଣଙ୍କୁ କର୍କଟ ରୋଗରୁ ଦୂରେଇ ରଖେ

author img

By

Published : Jun 10, 2020, 7:25 PM IST

ହାଇଦ୍ରାବାଦ: କର୍କଟ ରୋଗ ଭଳି ଏକ ଭୟଙ୍କର ରୋଗରୁ ପନିପରିବା ରକ୍ଷା କରିପାରିବେ । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ବାସ୍ତବରେ, ଫଳ ଏବଂ ପନିପରିବା ଫାଇବରରେ ପରିପୂର୍ଣ୍ଣ, ତେଣୁ ଏହାକୁ ଖାଇବା ଦ୍ୱାରା ଆପଣ ଓଜନ ହ୍ରାସ କରିବା ସହିତ କର୍କଟ ଭଳି ପ୍ରମୁଖ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ ।

ଏହି ପନିପରିବାରେ ଅନେକ ପ୍ରକାରର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଯାହା ଶରୀରରେ କର୍କଟ କୋଷକୁ ବଢିବାରେ ରୋକିଥାଏ । ଏହା ବ୍ୟତୀତ, ଏହା ଆପଣଙ୍କୁ ମଧୁମେହ ଏବଂ ହୃଦଘାତ ଭଳି ରୋଗରୁ ରକ୍ଷା କରିବାରେ ମଧ୍ୟ ସହାୟକ ହୋଇଥାଏ । ତେଣୁ ଜାଣନ୍ତୁ କିଛି ପନିପରିବା ବିଷୟରେ ଯାହା ଆପଣଙ୍କୁ କର୍କଟ ରୋଗରୁ ରକ୍ଷା କରିବାରେ ଲାଭଦାୟକ ହେବ ।

ବିନ୍ସ

ଏହି ବିନ୍ସସ ଫାଇବରରେ ଭରପୂର ଅଟେ । ରିସର୍ଚ ଅନୁଯାୟୀ, ବିନ୍ସ ଖାଇବା ଦ୍ୱାରା କୋଲୋକ୍ଟଲ ଭଳି କର୍କଟ ରୋଗରୁ ରକ୍ଷା ମିଳିଥାଏ। ଆପଣ ସପ୍ତାହରେ 3 ରୁ 4 ଥର ବିନ୍ସ ଜରୁରୀ ଖାଆନ୍ତୁ । ଏହା ବ୍ୟତୀତ ଆପଣ ସାଲାଡ ଏବଂ ବିଭନ୍ନ ବ୍ୟଞ୍ଚନରେ ପକାଇ ଖାଇପାରିବେ ।

ବ୍ରୋକୋଲି

ବ୍ରୋକୋଲି ଦୁନିଆର ସବୁଠାରୁ ସୁସ୍ଥ ପନିପରିବା ମଧ୍ୟରୁ ବିବେଚନା କରାଯାଏ । ବ୍ରୋକୋଲି ଏକ କର୍କଟ ବିରୋଧୀ ପନିପରିବା ଭାବରେ ବିବେଚନା କରାଯାଏ । ବାସ୍ତବରେ, ବ୍ରୋକୋଲିର ଆଇସୋଥାୟୋକାନେଟ ଉପାଦାନ ମିଳିଥାଏ । ଯାହା ଆପଣଙ୍କ ଶରୀରରେ କର୍କଟ କୋଷକୁ ବଢିବାରେ ରୋକିଥାଏ ଏବଂ ଶରୀରରେ ଥିବା ମଇଳାକୁ ସଫା କରିଥାଏ । ଏହା ସହିତ, ଏହାର ଅକ୍ସିଡେଟିଭ ଗୁଣ ଅଛି, ଯାହା ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହା ସହିତ ଏଥିରେ ସଲଫୋରାଫେନ ନାମକ ଏକ ସାଇଟୋକେମିକାଲ ଥାଏ, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ ।

ଗାଜର

ଭିଟାମିନ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗାଜରରେ ପ୍ରଚୁର ପରିମାଣରେ ମିଳିଥାଏ । ଗାଜର ଭିଟାମିନ ଏ, ଭିଟାମିନ କେ ଏବଂ ବିଟା କାରୋଟିନରେ ଭରପୁର । ବିଟା କାରୋଟିନ ଖାଇବା ଦ୍ୱାରା କେତେକ ପ୍ରକାରର କର୍କଟ ଯଥା ପ୍ରୋଷ୍ଟେଟ କର୍କଟ ଏବଂ ସ୍ତନ କର୍କଟ ରୋକାଯାଇପାରିବ। ଏହା ଷ୍ଟୋମାକ ପେଟ କର୍କଟ ହେବାର ଆଶଙ୍କା 26% ପର୍ଯ୍ୟନ୍ତ ହ୍ରାସ କରିପାରେ ।

ରସୁଣ

ରସୁଣରେ ସଲଫର ମିଳିଥାଏ । ଯାହା ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏହାଦ୍ବାରା ଆପଣ କର୍କଟ ସହିତ ଜଡିତ ସମସ୍ତ ରୋଗରୁ ରକ୍ଷା ପାଇପାରିବେ । ରିସର୍ଚ ଅନୁଯାୟୀ, ରସୁଣରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ସଲଫର ଟ୍ୟୁମରକୁ ବଢିବାରେ ରୋକିବାରେ ସାହାଯ୍ୟ କରିଥାଏ ।

ଟମାଟୋ

ଟମାଟୋରେ 'ଲାଇକୋପିନ' ଉପାଦାନ ମିଳିଥାଏ । ଲାଇକୋପିନ ହେଉଛି ଏକ ସ୍ୱତନ୍ତ୍ର ଆଣ୍ଟିଅକ୍ସିଡାଣ୍ଟ ଯାହା ଆଲଫା କୈରୋଟିନ, ବିଟା କୈରୋଟିନ ଏବଂ ଭିଟାମିନ ଇ ଠାରୁ ଅଧିକ ଶକ୍ତିଶାଳୀ ବୋଲି ବିଶ୍ୱାସ କରାଯାଏ । ଏହା ଆପଣଙ୍କ ଶରୀରକୁ ଅନେକ କର୍କଟ ରୋଗରୁ ରକ୍ଷା କରିଥାଏ ଯେପରିକି ଫୁସଫୁସ କର୍କଟ, ଷ୍ଟୋମାକ କ୍ୟାନସର ବା ପେଟ କର୍କଟ ଏବଂ ପ୍ରୋଷ୍ଟେଟ କର୍କଟ ଇତ୍ୟାଦି । ସେଥିପାଇଁ ଆପଣ ପ୍ରତିଦିନ ଟମାଟୋ ଖାଇବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.