ETV Bharat / lifestyle

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଏହି 5 ତେଲ

author img

By

Published : Jun 7, 2020, 12:15 PM IST

ବର୍ତ୍ତମାନ ସମୟରେ ବ୍ଲଡପ୍ରେସର ଉପରେ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଜରୁରୀ । କାରଣ ଏହା କେବଳ ଗୋଟିଏ ନୁହେଁ ଅନେକ ସ୍ୱାସ୍ଥ୍ୟ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିପାରେ । ତେବେ ଏହାକୁ ନିୟନ୍ତ୍ରଣ କିରବାରେ ଅନେକ ଉପାୟ ମାନ ଥିବାବେଳେ, ସବୁଠୁ ଭଲ ଆଉ ସହଜ ଉପାୟ ହେଉଛି ତେଲର ବ୍ୟବହାର କରି ନିୟନ୍ତ୍ରଣ କରିବା । ଅଧିକ ପଢନ୍ତୁ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଏହି 5ଟି ତେଲ

ହାଇଦ୍ରାବାଦ: ଉଚ୍ଚ ରକ୍ତଚାପ ଏକ ଏମିତି ସମସ୍ୟା, ଯେଉଁଥିରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା କେବଳ ଗୋଟିଏ ନୁହେଁ ଅନେକ ସ୍ୱାସ୍ଥ୍ୟ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିପାରେ । ଉଚ୍ଚ ରକ୍ତଚାପ ହୃଦୟ ରୋଗ ଯେପରି ହୃଦଘାତର କାରଣ ହୋଇପାରେ । ଏପରି ପରିସ୍ଥିତିରେ, ଏକ ସୁସ୍ଥ ଜୀବନଶୈଳୀ ସୃଷ୍ଟି କରିବା ସହିତ, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଆପଣଙ୍କୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ମଧ୍ୟ କରିବାକୁ ପଡିବ, ତେଣୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କିଛି ଅତ୍ୟାବଶ୍ୟକ ତେଲ ରହିଛି । ଯାହା ଆପଣଙ୍କୁ ରକ୍ତଚାପ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ ।

ଲାଭେଣ୍ଡର ତେଲ

ଲାଭେଣ୍ଡର ତେଲ ସୁଗନ୍ଧରେ ଭରପୁର । ଏହି ଅତ୍ୟାବଶ୍ୟକ ତେଲରେ ଚିକିତ୍ସା ଗୁଣ ମିଳିଥାଏ । ଏହା ଚାପ କମାଇବା ଏବଂ ଭଲ ନିଦ ଦେବାରେ ସାହାଯ୍ୟ କରିଥାଏ । ଏହା ସହିତ, ମୁଣ୍ଡବିନ୍ଧା ଭଲ କରିବାରେ ସହାୟକ ହୋଇଥାଏ । ଏହି ତେଲ ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ବହୁତ ସାହାଯ୍ୟକାରୀ ।

ବର୍ଗାମାଟ ତେଲ

ଏହି ତେଲକୁ ନିଶ୍ୱାସ ବା ଇନହାଲିୟର କରିବା ଦ୍ୱାରା ଡୋପାମାଇନ ଏବଂ ସେରୋଟୋନିନ ମୁକ୍ତ ହୁଏ । ଯାହା ଆପଣଙ୍କ ମନକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ଚିନ୍ତାକୁ ହ୍ରାସ କରି ଆପଣଙ୍କ ହୃଦସ୍ପନ୍ଦନ ବା ହାର୍ଟବିଟକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରେ । ଏହା ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

ମାର୍ଜୋରାମ ତେଲ

ମାର୍ଜୋରାମ ଏସେନସିଆଲ ତେଲ ରକ୍ତ ନଳୀକୁ ଆରାମ ଦେବାରେ ସାହାଯ୍ୟ କରିଥାଏ ଏବଂ ସେହି ସମୟରେ ଏହା ଆପଣଙ୍କ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହି ତେଲ ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରି ହୃଦରୋଗ ହେବାର ଆଶଙ୍କା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ନିରୋଲି ତେଲ

ଏହି ତେଲ କମଳା ଫୁଲରୁ ତିଆରି । ଯାହା ଆପଣଙ୍କ ଚର୍ମର ଉନ୍ନତି ସହିତ ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହାର ସତେଜ ସୁଗନ୍ଧ ଆପଣଙ୍କ ମନୋବଳକୁ ଉନ୍ନତ କରିଥାଏ ଏବଂ ଏହି ତେଲରେ ଆଣ୍ଟି-ଉଚ୍ଚ ରକ୍ତଚାପ ଗୁଣ ରହିଛି । ଏହି ତେଲ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ ଠାରୁ କମ୍ ନୁହେଁ । ଏହାକୁ ଖାଲିରେ ବ୍ୟବହାର କରନ୍ତୁ ନାହିଁ

। ଏହି ତେଲକୁ ଅନ୍ୟ କିଛି ତେଲ ସହିତ ମିଶାଇ ମାଲିସ କରନ୍ତୁ ।

ଇଲଙ୍ଗ ଇଲଙ୍ଗ ତେଲ

ଏହି ତେଲର ବ୍ୟବହାର କୋର୍ଟିସୋଲ ନାମକ ଏକ ହରମୋନର ସ୍ତରକୁ ହ୍ରାସ କରିବାରେ ଜଣାଯାଇଥାଏ । ଯାହା ଆପଣଙ୍କ ଚାପ ସ୍ତରକୁ ହ୍ରାସ କରିଥାଏ । ଏହା ସହିତ ଏହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଅଳ୍ପ ଇଲଙ୍ଗ ଇଲଙ୍ଗ ତେଲ ଇନହେଲିଙ୍ଗ କରିବା ଦ୍ବାରା ଆପଣଙ୍କ ରକ୍ତଚାପ ପାଇଁ ବହୁତ ଭଲ ବୋଲି ପ୍ରମାଣ କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.