ହାଇଦ୍ରାବାଦ: ସାରା ବିଶ୍ବରେ କରୋନା ନିଜ କାୟା ବିସ୍ତାର କରି ଚାଲିଛି। ଏହି ମହାମାରୀ ଦ୍ୱାରା ସଂକ୍ରମିତ ହେଲେଣି ଲକ୍ଷ ଲକ୍ଷ ଲୋକ । ହି ମାରାତ୍ମକ ଭୂତାଣୁର ନିରାକରଣ ସହ ବିନାଶର ବାଟ ଏଯାଏଁ ମିଳିପାରି ନାହିଁ। ତେଣୁ ଏହାର ମୁକାବିଲା ନେଇ ଏବେ ସାରା ଦେଶ ଲକ ଡାଉନ ।
ତେବେ କଥା ହେଉଛି ଆମେ ପୂର୍ବରୁ ଅଭ୍ୟସ୍ତ ଥିବା ବ୍ୟସ୍ତ ବହୁଳ ଜୀବନଶୈଳୀରେ ଯେପରି ବାଧା ସୃଷ୍ଟି କରୁଥିବା ମନେ ହେଉଛି । ଲକ ଡାଉନ ବେଳେ ଘରେ ବସି ରହିବା ଆମକୁ ଦଣ୍ଡ ଭଳି ଲାଗୁଛି । ଏହି ଚିନ୍ତା ଆମର ମାସନିସ ଚାପ ବଢାଇବା ପୂର୍ବରୁ ଆସନ୍ତୁ ଆପଣାଇବା ଏଭଳି କିଛି ଟିପ୍ସ ଯାହା ଚିନ୍ତା ଦୂର କରିବାରେ ସହାୟକ ହେବ ।
ପରିବାର ସହ ବିତାନ୍ତୁ ସମୟ:
ଏହି ସମୟରେ ଘରେ ସବୁ ସଦସ୍ୟ ରହିଥିବା । କାର୍ଯ୍ୟବହୁଳ ଜୀବନରେ ଏଭଳି ସୁଯୋଗ କେବେ ଆସିନଥାଏ । ତେଣୁ ଏହି ଲକ ଡାଉନ ସମୟରେ ପରିବାର ସଦସ୍ୟଙ୍କ ସହ ଖୁସିରେ ବିତାନ୍ତୁ । ପରସ୍ପରକୁ ଜାଣନ୍ତୁ।
ପୁରୁଣା ଆଲବମ ଦେଖନ୍ତୁ:
'ଆଲବମ' ଏପରି ଏକ ଜିନିଷ ଯାହା ପୁରୁଣା ସ୍ମୃତିକୁ ତାଜା କରିଦିଏ । ନିଜ ପ୍ରିୟଜନଙ୍କ ସହ ବସି ଘରେ ଥିବା ପୁରୁଣା ଆଲବମ ଦେଖି ପୁରୁଣା ସ୍ମୃତି ସାଉଁଣ୍ଟନ୍ତୁ। କାରଣ ଆଜିକାଲିର ଡିଜିଟାଲ ଯୁଗରେ ଧିରେ ଧିରେ ଆଲବମର ଚାହିଦା କମିଆସିଲାଣି । କେହି ଏହାକୁ ଦେଖିବାକୁ ପସନ୍ଦ କରୁନାହାନ୍ତି ।
ଯୋଗାଭ୍ୟାସ କରନ୍ତୁ:
ସୁସ୍ଥ ଶରୀର ପାଇଁ ଆମେ ସାଧାରଣତଃ ଯୋଗ କରିଥାଉ । କିନ୍ତୁ କେବେ କେବେ ସମୟର କମି ଯୋଗୁଁ ଯୋଗ କରିନଥାନ୍ତି କିଛି ଲୋକ । ହେଲେ ବର୍ତ୍ତମାନ ଏହି
ସମୟରେ ନିଜ ସହ ପରିବାରର ସୁସ୍ଥତା ନେଇ ଏକାଠି ଯୋଗାଭ୍ୟାସ କରନ୍ତୁ। ଘର ଭିତରେ କିମ୍ବା ଖୋଲାଆକାଶ ତଳେ ଛାତ ଉପରେ ଯୋଗ କରିପାରିବେ।
ମନ ପସନ୍ଦର ଗୀତ ଶୁଣନ୍ତୁ:
ଆଜିକାଲିର ଯୁବପିଢୀ ହୁଅନ୍ତୁ କି ମଧ୍ୟମ ବୟସ୍କ ବ୍ୟକ୍ତି ସମସ୍ତେ ଅନଲାଇନ ଗୀତ ଶୁଣିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏବେ ସମୟଆସିଛି ପୂରା ପରିବାର ମନ ପସନ୍ଦର
ଗୀତ ସଂଗ୍ରହ କରି ମ୍ୟୁଜିକ ଲାଇବ୍ରେରୀ ପ୍ରସ୍ତୁତ କରନ୍ତୁ । ଯାହା ଆପଣ ପରବର୍ତ୍ତୀ ସମୟରେ ଶୁଣିପାରିବେ ।
ନିଜ ସନ୍ତାନଙ୍କୁ ଦିଅନ୍ତୁ ସମୟ:
ବ୍ୟସ୍ତ ବହୁଳ ଜୀବରେ ନିଜ ସନ୍ତାନଙ୍କୁ ସମୟ ଦେବା ସମ୍ଭବ ହୋଇନଥାଏ। କର୍ମଜୀବୀ ମହିଳାମାନେ ନିଜ ପିଲାଙ୍କୁ ଦିଅନ୍ତୁ ସମୟ । ସେମାନଙ୍କ ସହ ବିତାନ୍ତୁ
କ୍ବାଲିଟି ଟାଇମ । ସେମାନଙ୍କ ଅର୍ନ୍ତନିହୀତ ଗୁଣ ବିଷୟରେ ଜାଣନ୍ତୁ। ଆକୁ ଯିବାକୁ ସହଯୋଗ କରନ୍ତୁ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ