ETV Bharat / lifestyle

ହ୍ୟାକର୍ସଙ୍କ ଠାରୁ ଏହି ଉପାୟରେ ସୁରକ୍ଷିତ ରଖନ୍ତୁ ଆପଣଙ୍କ ସ୍ମାର୍ଟଫୋନ

author img

By

Published : Jul 9, 2020, 6:59 PM IST

ଆପଣଙ୍କ ସ୍ମାର୍ଟଫୋନରେ ସର୍ବଦା ଷ୍ଟ୍ରଙ୍ଗ ପାସୱାର୍ଡ ବ୍ୟବହାର କରନ୍ତୁ । ଯାହାଦ୍ବାରା ଆପଣଙ୍କ ଫୋନ ସୁରକ୍ଷିତ ରହିପାରିବ । ଅଧିକ ପଢନ୍ତୁ...

ହ୍ୟାକର୍ସ ମାନଙ୍କ ଠାରୁ ଏହି ଉପାୟରେ ସୁରକ୍ଷିତ ରଖନ୍ତୁ ଆପଣଙ୍କ ସ୍ମାର୍ଟଫୋନ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମ ଜୀବନର ଏକ ଅଂଶ ହୋଇଯାଇଛି। ଫୋନ କଲ ଠାରୁ ଆରମ୍ଭ କରି ଅନଲାଇନ କାରବାର ପର୍ଯ୍ୟନ୍ତ, ଆମେ ଏହା ମାଧ୍ୟମରେ ଅଧିକାଂଶ କାର୍ଯ୍ୟ କରୁ । ମୋବାଇଲର ବଢୁଥିବା ବ୍ୟବହାର ମଧ୍ୟରେ ବର୍ତ୍ତମାନ ହ୍ୟାକର ମଧ୍ୟ ୟୁଜର୍ସଙ୍କୁ ଟାର୍ଗେଟ କରୁଛନ୍ତି । ଡାଟା ମାଧ୍ୟମରେ କିମ୍ବା ଅନଲାଇନ ଠକେଇ ମାଧ୍ୟମରେ ହ୍ୟାକର୍ସମାନେ ପ୍ରତିଦିନ ୟୁଜର୍ସ ମାନଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଯାହା ଆପଣଙ୍କ ଫୋନକୁ ହ୍ୟାକର୍ସମାନଙ୍କ ଟାର୍ଗେଟରୁ ରକ୍ଷା କରିବ ।

ଆପ ଡାଉନଲୋଡ କରିବା ସମୟରେ ଧ୍ୟାନ ଦିଅନ୍ତୁ

କୌଣସି ଥାର୍ଡ ପାର୍ଟିରୁ ସାଇଟରୁ କେବେବି ଆପଣଙ୍କ ଫୋନରେ ଆପ ଡାଉନଲୋଡ କରନ୍ତୁ ନାହିଁ, ଏହା କରିବା ବିପଜ୍ଜନକ ହୋଇପାରେ । କାରଣ ବେଳେବେଳେ ଏପରି କିଛି ଲିଙ୍କ ଅଛି ଯାହା ଆପଣଙ୍କ ଫୋନକୁ କ୍ଷତି ପହଞ୍ଚାଇପାରେ । ତେଣୁ ପ୍ଲେ ଷ୍ଟୋର ଏବଂ ଆପ ଷ୍ଟୋରରୁ ସର୍ବଦା ଆପ ଡାଉନଲୋଡ କରନ୍ତୁ ।

ଷ୍ଟ୍ରଙ୍ଗ ପାସୱାର୍ଡ ରଖନ୍ତୁ

ଆପଣଙ୍କ ସ୍ମାର୍ଟଫୋନରେ ସର୍ବଦା ଷ୍ଟ୍ରଙ୍ଗ ପାସୱାର୍ଡ ବ୍ୟବହାର କରନ୍ତୁ, ଓ୍ବିକ ବା ଦୁର୍ବଳ ପାସୱାର୍ଡ ଗୁଡ଼ିକ ହ୍ୟାକରମାନଙ୍କ ଶିକାର ହୋଇଯାଏ । ପାସୱାର୍ଡରେ କେବେବି ଆପଣଙ୍କର ନାମ ଏବଂ ଜନ୍ମ ତାରିଖ ବ୍ୟବହାର କରନ୍ତୁ ନାହିଁ ।

ସ୍ମାର୍ଟଫୋନ ଅପଡେଟ କରନ୍ତୁ

ସମୟ ସମୟରେ ଆପଣଙ୍କର ସ୍ମାର୍ଟଫୋନ ଅପଡେଟ ଜାରି ରଖନ୍ତୁ । ଏହା କରି ହ୍ୟାକର୍ସମାନେ ଆପଣଙ୍କର ବ୍ୟକ୍ତିଗତ ସୂଚନା ହ୍ୟାକ କରିବାକୁ ସମର୍ଥ ହେବେ ନାହିଁ । କେବଳ ଏତିକି ନୁହେଁ, ଫୋନ ଅପଡେଟ କରିବା ସମୟରେ ଆଣ୍ଡ୍ରଏଡ ସିକ୍ୟୁରିଟି ପ୍ୟାଚ ସହିତ ଅନେକ ସୁରକ୍ଷା ଫିଚର ଅଛି, ଯାହା ଅତ୍ୟନ୍ତ ଲାଭଦାୟକ ଅଟେ ।

ମେସେଜିଂ ଆପ ବ୍ୟବହାର କରନ୍ତୁ

ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ମେସେଜିଂ ଆପ ବ୍ୟବହାର କରିବା ଉଚିତ । କାରଣ ଏହି ଆପ ବ୍ୟବହାରକାରୀଙ୍କ ତଥ୍ୟକୁ ସୁରକ୍ଷିତ ରଖେ ଏବଂ ଏହା ମଧ୍ୟ ସୁରକ୍ଷା ଫିଚର ପ୍ରଦାନ କରିଥାଏ । ଯେତେବେଳେ କି ସାଧାରଣ ମେସେଜିଂ ପ୍ଲାଟଫର୍ମରେ ଏହିପରି କିଛି ହୁଏ ନାହିଁ |

ଏପରି କରନ୍ତୁ ନାହିଁ

ହ୍ବାଟସଆପ କିମ୍ବା କଲ ଉପରେ ଆପଣଙ୍କର ବ୍ୟକ୍ତିଗତ ବିବରଣୀ କେବେବି ଅଂଶିଦାର କରନ୍ତୁ ନାହିଁ, ଏହା କରିବା ଆପଣଙ୍କ ପାଇଁ ଏକ ବଡ ବିପଦ ହୋଇପାରେ । ଅନେକ ସମୟରେ ହ୍ୟାକର୍ସ ମାନେ ଏପରି ବ୍ୟକ୍ତିଙ୍କ ଉପରେ ନଜର ରଖନ୍ତି ଯେଉଁମାନେ ସେମାନଙ୍କର ବ୍ୟକ୍ତିଗତ ବିଷଯରେ ସେୟାର କରିଥାନ୍ତି । ତେଣୁ ଏପରି କରିବା ଠାରୁ ଦୂରେଇ ରୁହନ୍ତୁ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.