ETV Bharat / lifestyle

7 ଇଞ୍ଚର ଡିସପ୍ଲେ ସହ ଚଳିତବର୍ଷ ଆସୁଛି ଅନର 5ଜି ସ୍ମାର୍ଟଫୋନ - ଅନରର 7 ଇଞ୍ଚର ସ୍ମାର୍ଟଫୋନ

ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଅନର କମ୍ପାନୀର 5ଜି ସ୍ମାର୍ଟଫୋନ । ଏହି ସ୍ମାର୍ଟଫୋନ ଚଳିତବର୍ଷ ଲଞ୍ଚ ହେବା ନେଇ ରବିବାର ସ୍ପଷ୍ଟ କରିଛନ୍ତି କମ୍ପାନୀ ଅଧ୍ୟକ୍ଷ ଜାଓ ମିଙ୍ଗ ।

honor smartphone, honor 5g smartphone, honor's 7 inch smartphone, latest technology news, ଅନର ସ୍ମାର୍ଟଫୋନ, ଅନରର 5ଜି ସ୍ମାର୍ଟଫୋନ, ଅନରର 7 ଇଞ୍ଚର ସ୍ମାର୍ଟଫୋନ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
7 ଇଞ୍ଚର ଡିସପ୍ଲେ ସହ ଚଳିତବର୍ଷ ଆସୁଛି ଅନର 5ଜି ସ୍ମାର୍ଟଫୋନ
author img

By

Published : Jun 22, 2020, 7:34 AM IST

ବେଜିଂ: ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଅନର କମ୍ପାନୀର 5ଜି ସ୍ମାର୍ଟଫୋନ । ଏହି ସ୍ମାର୍ଟଫୋନ ଚଳିତବର୍ଷ ଲଞ୍ଚ ହେବା ନେଇ ରବିବାର ସ୍ପଷ୍ଟ କରିଛନ୍ତି କମ୍ପାନୀ ଅଧ୍ୟକ୍ଷ ଜାଓ ମିଙ୍ଗ । ଏହି ସ୍ମାର୍ଟଫୋନର ମୁଖ୍ୟ ଆକର୍ଷଣ ରହିବ ଏହାର 7ଇଞ୍ଚର ଡିସପ୍ଲେ ଓ ଏଥିରେ ଉପଲବ୍ଧ ହେବାକୁ ଥିବା 5ଜି କନେକ୍ଟିଭିଟି ।

ଲଞ୍ଚ ହେବାକୁ ଥିବା ଏହି ନୂଆ ସ୍ମାର୍ଟଫୋନ ଅନର ଏକ୍ସ10 ସିରିଜର ଆଗାମୀ ପ୍ରଡକ୍ଟ ହେବ ବୋଲି ଆକଳନ କରାଯାଇଛି । ଏଥିସହ ଏହି ସ୍ମାର୍ଟଫୋନ ବଜାରରେ ଅନର ଏକସ10 ମାକ୍ସ ନାମରେ ଏଣ୍ଟ୍ରି ନେବ ବୋଲି ଜଣାପଡିଛି । ତେବେ କେବଳ ଅନର ନୁହେଁ, ବରଂ ଆହୁରି ଅନେକ ସ୍ମାର୍ଟଫୋନ କମ୍ପାନୀ ଆଗକୁ 7 ଇଞ୍ଚ ଡିସପ୍ଲେର ସ୍ମାର୍ଟଫୋନ ଲଞ୍ଚ କରିବା ନେଇ ଯୋଜନା ରଖିଛନ୍ତି ।

ଏହି ରେସରେ ସାମସଙ୍ଗ ଖୁବଶୀଘ୍ର 6.67 ଇଞ୍ଚର ଡିସପ୍ଲେ ସହ ଗ୍ୟାଲାକ୍ସି ଏମ41 ଲଞ୍ଚ କରିବାର ଯୋଜନା ରଖିଛି । ଏଥିରେ ଟିସିଏଲର FHD+ CSOT ଫ୍ଲେକ୍ସିବୁଲ ଓଲେଡ ପ୍ୟାନେଲ ରହିବା ନେଇ ଜଣା ପଡିଛି । ତେବେ ଅନର ଅଧ୍ୟକ୍ଷ ମିଙ୍ଗ ଏହା ମଧ୍ୟ କହିଛନ୍ତି କି ମିଡିଆଟେକର ମିଳିତ ସହଯୋଗରେ ଆଗକୁ ଲଞ୍ଚ ହେବାକୁ ଥିବା ଅନ୍ୟ ସ୍ମାର୍ଟଫୋନରେ 5ଜୁ ଚିପସେଟ୍‌ର ବ୍ୟବହାର ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.