ETV Bharat / lifestyle

ଭାରତରେ ମୋଟୋରୋଲା ଲଞ୍ଚ କଲା ମୋଟୋ ଜି-5ଜି ଫୋନ - ମୋଟୋରୋଲା

ଭାରତୀୟ ବଜାରରେ ମୋଟୋରୋଲା ଲଞ୍ଚ କଲା ୫ଜି ମୋବାଇଲ ସେବା । ତେବେ ମୋଟୋରୋଲା 20,999 ଟଙ୍କା ମୂଲ୍ୟରେ ନିଜର ସ୍ମାର୍ଟଫୋନ୍ 'ମୋଟୋ ଜି 5 ଜି' ଲଞ୍ଚ କରିଛି। ଅଧିକ ପଢନ୍ତୁ...

Features and specifications of Moto G 5G smartphone, launched in India for Rs 20,999
ଭାରତରେ ମୋଟୋରୋଲା ଲଞ୍ଚ କଲା ମୋଟୋ ଜି-5ଜି ଫୋନ
author img

By

Published : Nov 30, 2020, 6:35 PM IST

ନୂଆଦିଲ୍ଲୀ: ଭାରତୀୟ ବଜାରରେ ମୋଟୋରୋଲା ଲଞ୍ଚ କଲା ୫ଜି ମୋବାଇଲ ସେବା । ତେବେ ମୋଟୋରୋଲା 20,999 ଟଙ୍କା ମୂଲ୍ୟରେ ନିଜର ସ୍ମାର୍ଟଫୋନ୍ 'ମୋଟୋ ଜି 5 ଜି' ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍ ଦୁଇଟି ରଙ୍ଗ, ଯଥା- ଭୋଲକାନିକ ଗ୍ରେ ଓ ଫ୍ରୋଷ୍ଟେଡ ସିଲଭରରେ ଡିସେମ୍ବର 7 ରୁ କେବଳ ଫ୍ଲିପକାର୍ଟରେ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି। ଏହା ସହ ଆପଣ ଯଦି HDFC କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡରେ ଏହି ସ୍ମାର୍ଟଫୋନ କିଣୁଛନ୍ତି, ତେବେ 1000 ଟଙ୍କାର ରିହାତି ସହିତ ଆପଣ ଫୋନଟିକୁ 19,999 ମୂଲ୍ୟରେ କ୍ରୟ କରିପାରିବେ ।

ଏହି ମୋଟୋରୋଲାର ମୋଟୋ ଜି-5ଜିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ ପ୍ରାଇମେରୀ କ୍ୟାମେରା ୪୮ ମେଗାପିକ୍ସେଲ ଯାହାକି ସାମସଙ୍ଗ ଜିଏମ-୧ ସେନ୍ସର ରହିଛି । ଏହାଛଡା ୮ ମେଗାପିକ୍ସେଲର ଟୋରିଫୋଟୋ ଲେନ୍ସ ଓ ୨ ମେଗାପିକ୍ସେଲର ଡେପ୍ ସେନ୍ସର ଥିବା ତୃତୀୟ କ୍ୟାମେରା ମଧ୍ୟ ରହିଛି ।

ସେଲଫି ଏବଂ ଭିଡିଓ କଲ୍ ପାଇଁ ଏହି ଡିଭାଇସରେ 16 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି । ଏହି ସ୍ମାର୍ଟଫୋନରେ 5000mAhର ବ୍ୟାଟେରୀ ଅଛି, ଯାହା ଗୋଟିଏ ଥର ଚାର୍ଜରେ ଦୀର୍ଘ ସମୟ ରହିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.