ETV Bharat / lifestyle

ସ୍ମାର୍ଟଫୋନ ଫ୍ୟାକ୍ଟ୍ରି ରିସେଟ କରୁଥିଲେ ଜାଣିରଖନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ କଥା.. - ସ୍ମାର୍ଟଫୋନ

ତେବେ ସ୍ମାର୍ଟଫୋନକୁ ଫ୍ୟାକ୍ଟ୍ରି ରିସେଟ କରିବା ଦ୍ବାରା ଫୋନର ସମସ୍ତ ଡାଟା ଡିଲେଟ ହୋଇଯାଇଥାଏ । ଯଦି ଆପଣ ଆପଣଙ୍କ ଫୋନକୁ ଫ୍ୟାକ୍ଟି ରିସେଟ କରୁଛନ୍ତି ତେବେ ଆପଣଙ୍କୁ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ ।

smartphone factory reset
ସ୍ମାର୍ଟଫୋନ ଫ୍ୟାକ୍ଟ୍ରି ରିସେଟ କରୁଥିଲେ ଜାଣିରଖନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ କଥା
author img

By

Published : Jul 4, 2020, 6:13 PM IST

ନୂଆଦିଲ୍ଲୀ: ମାର୍କେଟକୁ ଭଳିକି ଭଳି ସ୍ମାର୍ଟଫୋନ୍ ଆସୁଛି । କିନ୍ତୁ ଅନେକ ସମୟରେ ଲୋକମାନଙ୍କୁ ଫୋନ୍ ହ୍ୟାଙ୍ଗ୍, ତାତିବା ବା ସ୍ଲୋ ଚାଲିବା ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଯେଉଁଥିପାଇଁ ଆମେ ଫୋନକୁ ଫ୍ୟାକ୍ଟ୍ରି ରିସେଟ କରିଥାଉ ।

ତେବେ ସ୍ମାର୍ଟଫୋନକୁ ଫ୍ୟାକ୍ଟ୍ରି ରିସେଟ କରିବା ଦ୍ବାରା ଫୋନର ସମସ୍ତ ଡାଟା ଡିଲେଟ ହୋଇଯାଇଥାଏ । ଯଦି ଆପଣ ଆପଣଙ୍କ ଫୋନକୁ ଫ୍ୟାକ୍ଟି ରିସେଟ କରୁଛନ୍ତି ତେବେ ଆପଣଙ୍କୁ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ ।

ଆପଣ ସ୍ମାର୍ଟଫୋନକୁ ଫ୍ୟାକ୍ଟ୍ରି ରିସେଟ୍ କରିବା ପୂର୍ବରୁ ଜାଣନ୍ତୁ ଯେ ଏହା ଆପଣଙ୍କ ଫୋନର ସମସ୍ତ ଡାଟା ଡିଲେଟ କରିବ। ଡାଟା ସହିତ ଫୋନରେ ଥିବା ଆପ୍ସ, ଡାଟା, ସେଟିଙ୍ଗ୍, ପାସୱାର୍ଡ ଡିଲିଟ୍ ହୋଇଯିବ । ତେବେ ଫ୍ୟାକ୍ଟ୍ରି ରିସେଟ୍ ପରେ ଆପଣଙ୍କର ଫୋନ୍ ସମ୍ପୂର୍ଣ୍ଣ ନୂଆ ହୋଇଯିବ । କେବଳ ଏତିକି ନୁହେଁ ଯଦି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ସେଟିଙ୍ଗ୍ କରିଛନ୍ତି ତେବେ ଏହା ମଧ୍ୟ ଡିଲେଟ ହୋଇଯିବ ।

ଯେତେବେଳେ ଆପଣ ସ୍ମାର୍ଟଫୋନକୁ ଫ୍ୟାକ୍ଟ୍ରି ରିସେଟ କରୁଛନ୍ତି । ଏହା ପୂର୍ବରୁ ଫୋନରେ ଥିବା ଜରୁରୀ ଡାଟାର ବ୍ୟାକଅପ ରଖିବାକୁ ଭୁଲନ୍ତୁ ନାହିଁ । ଆପଣ ନିଜ ଡାଟାକୁ ଅନ୍ୟ ସ୍ମାର୍ଟଫୋନ୍ କିମ୍ବା ଫୋନକୁ ଲାପଟପ୍ ସହ ସଂଯୋଗ କରି ସୁରକ୍ଷିତ ରଖିପାରିବେ । ଏହାଛଡା ଆପଣ ନିଜ ଡାଟାକୁ ମେମୋରୀ କାର୍ଡରେ ସେଭ ରଖିପାରିବେ । ଏହାପରେ ଆପଣ ସେଟିଙ୍ଗକୁ ଯାଇ ନିଜ ଫୋନର ଡାଟା ମେମୋରୀ କାର୍ଡରେ ବ୍ୟାକଅପ ଭାବରେ ସେଭ କରିପାରିବେ ।

ମନେରଖିବେ ପ୍ରତ୍ୟେକ ସ୍ମାର୍ଟଫୋନର ଅପରେଟିଂ ସିଷ୍ଟମ୍ ଅଲଗା ଥାଏ । ସେଥିପାଇଁ ପ୍ରତି ଫୋନକୁ ରିସେଟ କରିବା ପାଇଁ ଅଲଗା ଅଲଗା ସେଟିଙ୍ଗ ଥାଏ । ଏଣୁ ଫୋନ୍ ରିସେଟ କରିବାକୁ ସେଟିଙ୍ଗକୁ ଯିବେ । ସେଠାରେ ପ୍ରାଇବେସୀ କିମ୍ବା ବ୍ୟାକଅପ ଆଣ୍ଡ ରିସେଟ ଅପସନକୁ ଯାଇ ଫ୍ୟାକ୍ଟ୍ରି ରିସେଟକୁ ଚୟନ କରନ୍ତୁ ।

କୁହାଯାଏ ଯେ, ଫୋନକୁ ବାରମ୍ବାର ଫ୍ୟାକ୍ଟ୍ରି ରିସେଟ କରିବା ଦ୍ବାରା ଫୋନର ଇଣ୍ଟରନାଲ ଷ୍ଟୋରେଜେ ଏହାର ଖରାପ ପ୍ରଭାବ ପଡିଥାଏ । ସେଥିପାଇଁ ଯେତେବେଳେ ଅତ୍ୟନ୍ତ ଜରୁରୀ ସେତେବେଳେ ହିଁ ଫୋନକୁ ଫ୍ୟାକ୍ଟ୍ରି ରିସେଟ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.