ETV Bharat / lifestyle

ଲଞ୍ଚ ହେଲା asusର ଗେମିଙ୍ଗ ସ୍ମାର୍ଟଫୋନ rog phone 3

author img

By

Published : Jul 22, 2020, 6:59 PM IST

ସ୍ନାପଡ୍ରାଗନ 865 ପ୍ଲସ ପ୍ରୋସେସର ସହିତ ଲଞ୍ଚ ହେଲା, Asus ଗେମିଙ୍ଗ ସ୍ମାର୍ଟଫୋନ ROG 3 । ଏହା ସବୁଠୁ ଶକ୍ତିଶାଳୀ ପ୍ରୋସେସର ଆଟେ । ଅଧିକ ପଢନ୍ତୁ...

ଲଞ୍ଚ ହେଲା asusର ଗେମିଙ୍ଗ ସ୍ମାର୍ଟଫୋନ rog phone 3
ଲଞ୍ଚ ହେଲା asusର ଗେମିଙ୍ଗ ସ୍ମାର୍ଟଫୋନ rog phone 3

ହାଇଦ୍ରାବାଦ: ତାଇୱାନର ସ୍ମାର୍ଟଫୋନ କମ୍ପାନୀ Asus ଆଜି ତାର ଗେମିଙ୍ଗ ସ୍ମାର୍ଟଫୋନ ROG 3 ଲଞ୍ଚ କରିଛି । ଏହା କମ୍ପାନୀର ସବୁଠାରୁ ଶକ୍ତିଶାଳୀ ଗେମିଙ୍ଗ ସ୍ମାର୍ଟଫୋନ ବୋଲି ପ୍ରମାଣିତ ହୋଇପାରେ । ସୂଚନା ଅନୁଯାୟୀ, ଏଥିରେ କେବଳ ପାଓ୍ବାରଫୁଲ ବ୍ୟାଟେରୀ ଦିଆଯାଇ ନାହିଁ, ବରଂ ପା ପ୍ରୋସେସର ମଧ୍ୟ ଖଞ୍ଜାଯାଇଛି ।

Asus ନୂଆ ROG ଫୋନ 3 ଗେମିଙ୍ଗ ସ୍ମାର୍ଟଫୋନରେ କ୍ୱାଲକମ ସ୍ନାପଡ୍ରାଗନ 865+ ପ୍ରୋସେସର ଆସିବ। ଏହି ପ୍ରୋସେସର ନିକଟରେ ଲଞ୍ଚ କରିଛି ଏବଂ ଏହା ମଧ୍ୟ ସବୁଠୁ ଶକ୍ତିଶାଳୀ ପ୍ରୋସେସର ଆଟେ ।

ସ୍ନାପଡ୍ରାଗନ 865 ପ୍ଲସ ପ୍ରୋସେସର ବିଷୟରେ କହିବାକୁ ଗଲେ, ଗେମିଙ୍ଗ ଅନୁଭବକୁ ଭଲ କରିବାରେ ଏବା ବହୁତ ସହାୟକ ହେବ । ଏହା ସ୍ମାର୍ଟଫୋନର ଅଲ୍ଟ୍ରାକୁ ସହଜ କରିବାରେ ସାହାଯ୍ୟ କରିବ । ଗ୍ରାଫିକ୍ସ ପାଇଁ, Adreno 650 GPU ଏଥିରେ ଦିଆଯାଇଛି, ଯାହାର ସ୍ପିଡ ପୂର୍ବ ଅପେକ୍ଷା 10 ପ୍ରତିଶତ ଅଧିକ । ଏହାର CPU ସ୍ପିଡ 2.84GHz ରୁ 3.1GHz ଅଟେ । ଯାହା ବର୍ତ୍ତମାନର ସବୁଠୁ ହାଇ ସ୍ପିଡ ବୋଲି ଦାବି କରାଯାଇଛି ।

ସ୍ନାପଡ୍ରାଗନ 865 ପ୍ଲସ ଫାଷ୍ଟକନେକ୍ଟ 6900 ମାଧ୍ୟମରେ ଓୟାରଲେସ କନେକ୍ଟିଭିଟି ସୁବିଧା ରହିଛି । କେବଳ ଏତିକି ନୁହେଁ, WIFI ରେ ସବୁଠାରୁ ବଡ ଅପଗ୍ରେଡ ମିଳିବ । WIFI 6E ଏବଂ ବ୍ଲୁଟୁଥ 5.2 ଉପଲବ୍ଧ ହେବ । ଏହା ବ୍ୟତୀତ, ଡିସପ୍ଲେ ପାଇଁ ଏହାର ରିଫ୍ରେସ ରେଟ 144Hz ହେବ । ଏହା ମାଧ୍ୟମରେ, ଆପଣ 8K ଭିଡିଓ ରେକର୍ଡ କରିବାର ସୁବିଧା ପାଇବେ। ଏହା ବ୍ୟତୀତ କୁଇକ ଚାର୍ଜ 4 ପ୍ଲସର ମଧ୍ୟ ସୋପୋର୍ଟ ହେବ।

ସ୍ପେସିଫିକେସନ

ଏହା ବ୍ୟତୀତ, ପାଓ୍ବାର ପାଇଁ ନୂଆ ROG ଫୋନ 3 ଗେମିଙ୍ଗ ସ୍ମାର୍ଟଫୋନରେ 6000 mAh ବ୍ୟାଟେରୀ ରହିଛି । ଏହି ସ୍ମାର୍ଟଫୋନରେ 6.59 ଇଞ୍ଚର AMOLED ଡିସପ୍ଲେ ରହିଛି । ଏଥିରେ କର୍ନିଙ୍ଗ ଗୋରିଲା ଗ୍ଲାସ ରହିଛି । ଏହା ଏକ ପ୍ରିମିୟମ ସ୍ମାର୍ଟଫୋନ ସେଗମେଣ୍ଟରେ ଆସିବ । ଫଟୋଗ୍ରାଫି ପାଇଁ ଏହା ଏକ କ୍ୱାଡ କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ 64 ମେଗାପିକ୍ସେଲ ପ୍ରାଇମ କ୍ୟାମେରା, 12 ମେଗାପିକ୍ସେଲ କ୍ୟାମେରା, 8 ମେଗାପିକ୍ସେଲ ଏବଂ 5 ମେଗାପିକ୍ସେଲ କ୍ୟାମେରା ଅନ୍ତର୍ଭୂକ୍ତ । ଏହାର ଫ୍ରଣ୍ଟ କ୍ୟାମେରା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ଏଥିରେ ଅନେକ ରଙ୍ଗର ଅପ୍ସନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.