ETV Bharat / lifestyle

ଟିଭି ବିଲ୍‌କୁ ନେଇ ଚିନ୍ତିତ କି ? - ବିଲ୍‌

ନିଜ ଟିଭି ବିଲ୍‌କୁ ନେଇ ଚିନ୍ତିତ ରହୁଛନ୍ତି କି ? ତାହାଲେ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ଆଣିଛି ଆପଣଙ୍କ ସମସ୍ୟାର ଏକ ସମ୍ଭାବ୍ୟ ସମାଧାନ ।

ପ୍ରତୀକାତ୍ମକ ଫଟୋ
author img

By

Published : May 28, 2019, 12:25 PM IST

ନୂଆଦିଲ୍ଲୀ: ଟିଭି ପ୍ରତିଟି ଘରର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ପରିବାର ସହିତ ଏକାଠି ସମୟ ଅତିବାହିତ କରିବାକୁ ଅନେକ ଏହା ଉପରେ ନିର୍ଭର କରନ୍ତି । ସେ ଏକାଠି ନ୍ୟୁଜ୍‌ ଦେଖିବା ହେଉ କି ଡେଲି ସୋପ୍‌ ପ୍ରତିଟି ସମୟରେ ପରିବାରକୁ ବାନ୍ଧି ରଖିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଟିଭି । ତେବେ ଆପଣ ନିଜ ଟିଭି ବିଲ୍‌କୁ ନେଇ ଚିନ୍ତିତ ରହୁଛନ୍ତି କି ? ତାହାଲେ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ଆଣିଛି ଆପଣଙ୍କ ସମସ୍ୟାର ଏକ ସମ୍ଭାବ୍ୟ ସମାଧାନ ।

ଇଣ୍ଟରନେଟର ସମୟରେ ଟିଭିର ଚାହିଦା ଧିରେ ଧିରେ କମିବାକୁ ଲାଗିଥିବା ବେଳେ କିଛି ଦିନ ତଳେ ଟେଲିକମ୍‌ ଓ ବ୍ରଡକାଷ୍ଟିଂ ରେଗୁଲେଟର ଆଣିଥିଲା ଏକ ନୂଆ ସ୍କିମ । ଯେଉଁଥିରେ କେବଳ ଆପଣ ଦେଖୁଥିବା ଚ୍ୟାନେଲ ପାଇଁ ହିଁ ଆପଣଙ୍କୁ ବିଲ୍‌ ଦେବାକୁ ହେବ । ହେଲେ ଯେଉଁ ଆକାରରେ ଏହି ସ୍କିମକୁ ନେଇ ପ୍ଲାନ କରାଯାଇଥିଲା ତାହା ଠିକ୍‌ ଭାବେ ଉପସ୍ଥାପିତ ହୋଇ ପାରି ନଥିଲା । ବରଂ ଏହା ଅନେକ ସମସ୍ୟା ସୃଷ୍ଟି କରିଥିବା ଦେଖାଯାଇଛି ।

ଗ୍ରାହକମାନଙ୍କୁ ସୁବିଧାକୁ ନଜରରେ ରଖି ବର୍ତ୍ତମାନ ଟିଭି ବିଲ୍‌ କମ କରିବାକୁ ଟ୍ରାଇ ଏକ ନୂଆ ଯୋଜନା ଆଣିବାକୁ ଯାଉଛି । ତେବେ ଏହି ଯୋଜନାରେ କ’ଣ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଏହି ନୂଆ ଯୋଜନାରେ ବ୍ରଡକାଷ୍ଟିଂ ଟାରିଫ କମ୍‌ କରିବା ପାଇଁ ଚେଷ୍ଟା କରାଯାଉଥିବା ସୂଚନା ଦେଇଛି ଟ୍ରାଇ ।

Intro:Body:

fghfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.