ETV Bharat / lifestyle

ଖୁବଶୀଘ୍ର ଇମେଲ ସେବା ଯୋଗାଇବ ଜୁମ - ଖୁବଶୀଘ୍ର ଇମେଲ ସେବା ଯୋଗାଇବ ଜୁମ

ମହାମାରୀ ସମୟରେ ଭିଡିଓ କଲିଂ ବଜାରରେ ଜୁମ ନିଜର ସ୍ଥିତି ମଜବୁତ କରିବା ପରେ ନିଜର ଏକ ଇମେଲ ସେବା ଓ କ୍ୟାଲେଣ୍ଡର ଆପ୍ଲିକେସନ ବିକଶିତ କରିବାକୁ ଯୋଜନା କରୁଛି । ଅଧିକ ପଢନ୍ତୁ...

ଖୁବଶୀଘ୍ର ଇମେଲ ସେବା ଯୋଗାଇବ ଜୁମ
ଖୁବଶୀଘ୍ର ଇମେଲ ସେବା ଯୋଗାଇବ ଜୁମ
author img

By

Published : Dec 28, 2020, 7:05 AM IST

ନୂଆଦିଲ୍ଲୀ: ମହାମାରୀ ସଙ୍କଟ ସମୟରେ ଭିଡିଓ କଲିଂ ବଜାରରେ ଭିଡିଓ କନଫରେନ୍ସିଂ ଆପ ଜୁମ ନିଜର ସ୍ଥିତି ମଜବୁତ କରିବା ପରେ ନିଜର ଏକ ଇମେଲ ସେବା ବିକଶିତ କରିବାକୁ ଯୋଜନା କରୁଛି । ଏହି ସେବା ଆସନ୍ତା ବର୍ଷ ଜୁମ ପକ୍ଷରୁ ଉପଲବ୍ଧ ହେବ । ଏହାବ୍ୟତୀତ ଏକ କ୍ୟାଲେଣ୍ଡର ଆପ୍ଲିକେସନ ଉପରେ ମଧ୍ୟ ଜୁମ କାର୍ଯ୍ୟ କରୁଥିବା ଜଣାପଡିଛି ।

କୋରୋନା ଭୟବହତା ଯୋଗୁଁ ଦେଶରେ ଲକଡାଉନ ସଟଡାଉନ ଜାରି ହେବା ଫଳରେ ଲୋକମାନେ ଯୋଗଯୋଗ ପାଇଁ ଭିଡିଓ କଲିଂକୁ ବଳିଷ୍ଠ ମାଧ୍ୟମ ରୂପେ ଆପଣାଇଥିଲେ । ତେବେ 2020 ବର୍ଷଟି ଜୁମ ପାଇଁ ଏକ ବ୍ଲକବ୍ଲାଷ୍ଟର ବର୍ଷ ସାବ୍ୟସ୍ତ ହୋଇଛି । କାରଣ ଇତିମଧ୍ୟରେ ଜୁମ ଆପର ଷ୍ଟକ ମୂଲ୍ୟରେ 500 ପ୍ରତିଶତ ବୃଦ୍ଧି ଘଟିଛି । ଯୋଗାଯୋଗ କ୍ଷେତ୍ରରେ ଏହି ଭିଡିଓ କନଫରେନ୍ସିଂ ଆପଟି ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି ।

ଜୁମ ଆପ ମାଇକ୍ରୋସଫ୍ଟ, ଅଫିସ 365 ପ୍ଲାଟଫର୍ମ ଏବଂ ଗୁଗଲ ଭଳି ବଡ ପ୍ରତିଯୋଗୀଙ୍କୁ ମାତ୍ ଦେଇ ଭିଡିଓ କଲିଂ ବଜାରରେ ସ୍ଥିତି ସୁଦୃଢ କରିପାରିଛି । ଏହି ପ୍ରତିଯୋଗୀ ପ୍ଲାଟଫର୍ମଗୁଡିକ କ୍ୟାଲେଣ୍ଡର, ଇମେଲ ଏବଂ ଭିଡିଓ କନଫରେନ୍ସିଂ ସୁବିଧା ଯୋଗାଉଥିବା ବେଳେ ସେମାନଙ୍କୁ ଟକ୍କର ଦେବାକୁ ଯାଇ ଜୁମ ମଧ୍ୟ ନିଜର ଇମେଲ ସେବା ଓ କ୍ୟାଲେଣ୍ଡର ଆପ୍ଲିକେସନ ବିକଶିତ କରିବାକୁ ଯୋଜନା କରିଛି ।

ଗତ ତ୍ରୟ ମାସିକରେ 3,70,200 ତୁଳନାରେ କମ୍ପାନୀର ପ୍ରାୟ 4,33,700 ସବସ୍କ୍ରାଇବର ଥିଲେ । ତେବେ 100,000 ଡଲାରରୁ ଅଧିକ ଆୟ ପ୍ରଦାନକାରୀ ଗ୍ରାହକଙ୍କ ସଂଖ୍ୟା ଗତବର୍ଷ ଅପେକ୍ଷା ଚଳିତ ବର୍ଷ 136 ପ୍ରତିଶତ ବୃଦ୍ଧି ପାଇଛି । ଏହାସହ ଗତ ଅକ୍ଟୋବରରେ ଜୁମ ନିଜର ନୂତନ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ବୈଶିଷ୍ଟ୍ୟକୁ 200 ପ୍ରତିଯୋଗୀଙ୍କ ସହ ସାକ୍ଷାତ ପାଇଁ ବିଶ୍ବସ୍ତରରେ ମାଗଣା ଓ ଦେୟ ପ୍ରଦାନକାରୀଙ୍କ ପାଇଁ ଉପଲବ୍ଧ କରାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.