ETV Bharat / lifestyle

ଆପ ଦ୍ବାରା ଜାଣି ହେବ କାନ ସଂକ୍ରମଣ - ଆପ ଦ୍ବାରା ଜାଣି ହେବ କାନ ସଂକ୍ରମଣ

ଆପ ଦ୍ବାରା ଜାଣି ହେବ କାନ ସଂକ୍ରମଣ । ବିଶେଷଜ୍ଞମାନେ ଏପରି ଏକ ଆପ ବନାଇଛନ୍ତି, ଯାହା ଦ୍ବାରା ଆପଣଙ୍କର କାନ ସଂକ୍ରମଣ ନେଇ ସହଜରେ ଜାଣିହେବ । ଅଧିକ ପଢନ୍ତୁ..

you can detect ear infection through this app
ଆପ ଦ୍ବାରା ଜାଣି ହେବ କାନ ସଂକ୍ରମଣ
author img

By

Published : Jun 17, 2020, 9:24 AM IST

ହାଇଦ୍ରାବାଦ: ସାଧାରଣତଃ କାନ ସଂକ୍ରମଣ ଜାଣିବା ଏତେ ସହଜ ନୁହେଁ । କିନ୍ତୁ ନିକଟରେ ୱାଶିଂଟନ ବିଶ୍ବବିଦ୍ୟାଳୟର ବିଶେଷଜ୍ଞ ଏହି ସଂକ୍ରମଣ ବିଷୟରେ ଜାଣିବା ସହଜ କରିଦେଇଛନ୍ତି । ବିଶେଷଜ୍ଞମାନେ ଏପରି ଏକ ଆପ ବନାଇଛନ୍ତି, ଯାହା ଦ୍ବାରା ଆପଣଙ୍କର କାନ ସଂକ୍ରମଣ ନେଇ ସହଜରେ ଜାଣି ହେବ ।

ସ୍ମାର୍ଟଫୋନ ମାଧ୍ୟମରେ ଏହା କାନର ଇୟରଡ୍ରମ ପଛରେ ଥିବା ତରଳ ପଦାର୍ଥ ବିଷୟରେ ସହଜରେ ଆପଣଙ୍କୁ ତଥ୍ୟ ଦେଇପାରିବ । ଏହାକୁ କିପରି ବ୍ୟବହାର କରିବେ, ସେ ନେଇ

ସମସ୍ତ ନିର୍ଦ୍ଦେଶାବଳୀ ଏହି ଆପରେ ରହିଛି ।

ଏପରି କାମ କରେ ଏହି ଆପ:

ଆପ ଆପଣଙ୍କ ସ୍ମାର୍ଟ ଫୋନର ମାଇକ୍ରୋଫୋନରେ ବ୍ୟବହାର କରି କାନର କେନାଲରେ ଅଡିଓ ସିଗନାଲକୁ ପେପର କୋନ ମାଧ୍ୟମରେ ଭିତରକୁ ପଠାଇଥାଏ । ତେବେ ଏହି କାଗଜକୁ ଭିତରୁ ବାହାର କରିବା ପରେ ସେ କାନର ସଂକ୍ରମଣ ବିଷୟରେ ଜାଣିନେଇଥାଏ ।

150 ମିଲି ସେକେଣ୍ଡ ଭିତରେ କାନର ଧ୍ବନି ପଠାଇଥାଏ, ଯାହା କାନର ପରଦାରେ ବାଜି ପୁଣି ଫେରିଆସେ । ଏହି ଧ୍ବନି ଦ୍ବାରା ଇୟରଡ୍ରମ ପଛରେ ତରଳ ପଦାର୍ଥ ରହିଛି କି ନାହିଁ ସେନେଇ ସମସ୍ତ ତଥ୍ୟ ଜଣାପଡିଯାଇଥାଏ ।

ଏନେଇ 25 ଜଣ ରୋଗୀଙ୍କ ଉପରେ ଏହା ପରୀକ୍ଷା କରାଯାଇଥିଲା । ପ୍ରାୟ 18 ଜଣ ରୋଗୀଙ୍କ କାନରେ ସଂକ୍ରମଣ ହୋଇଥିବା ନେଇ ସଠିକ ତଥ୍ୟ ଦେଇଥିଲା ।

ଆଜି କାଲି ସ୍ମାର୍ଟ ଫୋନ ସମସ୍ତଙ୍କ ନିକଟରେ ରହିଛି। ଏହାଦ୍ବାରା ଆପଣ ସହଜରେ ସଂକ୍ରମଣ ନେଇ ଜାଣିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.