ନୂଆଦିଲ୍ଲୀ: ଆଜିଠାରୁ ଅର୍ଥାତ୍ ଡିସେମ୍ବର 11 ଠାରୁ ଜିମେଲ ଗ୍ରାହକଙ୍କ ପାଇଁ ଏକ ନୂଆ ସୁବିଧା ଲଞ୍ଚ କରିଛି । ଗୁଗଲ୍ ମାଧ୍ୟମରେ ଏକ ନୂଆ ଇଣ୍ଟିଗ୍ରେସନ ଘୋଷଣା କରିଛି ଜିମେଲ । ଯେଉଁଥିରେ ୟୁଜର୍ସଙ୍କୁ ମାଇକ୍ରୋସଫ୍ଟ ଅଫିସ୍ ରେ ସିଧାସଳଖ ଡକ୍ୟୁମେଣ୍ଟ ଏଡିଟ୍ କରିବା ପାଇଁ ଅପସନ୍ ମିଳିବ । ବର୍ତ୍ତମାନ ଜିମେଲ ୟୁଜର୍ସ ଜିମେଲ ପେଜରୁ ନ ହଟି ମଧ୍ୟ ଓ୍ବାର୍ଡ, ଏକ୍ସେଲ ଏବଂ ପାଓ୍ବାର ପଏଣ୍ଟରେ ଏଡିଟ କରିପାରିବେ । ଜିମେଲରେ ସିଧାସଳଖ ଏଡିଟ୍ କରିବା ପାଇଁ ଆପଣ ଏକ ଅଫିସ୍ ଫାଇଲ୍ ଖୋଲିପାରିବେ, ଯାହା କାର୍ଯ୍ୟ ପ୍ରବାହକୁ ଆହୁରି ସରଳୀକରଣ କରିବ । ଆପଣ ଏହାକୁ ଗୋଟିଏ କ୍ଲିକରେ ଓପନ କରିପାରିବା ସହ ଡକସ୍ ମାଧ୍ୟମରେ ଏଡିଟ୍ କରିପାରିବେ | ଏନେଇ କମ୍ପାନୀ ଏକ ବିବୃତ୍ତିରେ ସୂଚନା ଦେଇଛି ।
ନୂଆ ପରିବର୍ତ୍ତନ ସହିତ, ମାଇକ୍ରୋସଫ୍ଟ ଅଫିସ୍ ଏକ ନୂଆ "ଏଡିଟ" ଅପସନ ଆରମ୍ଭ କରିଛି, ଜିମେଲରେ ଏଡିଟ୍ ସରୁ ସରୁ ଏକ ଅପସନ୍ ଆସିବ ଯେଉଁଥିରେ ଜିମେଲ୍ ମାଧ୍ୟମରେ ସିଧାସଳଖ ସେୟାର କରାଯାଇପାରିବ ।
ଅପଡେଟ୍ ବର୍ତ୍ତମାନ ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହୋଇଛି । ତଥାପି ଏହି ଅପସନ ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ 2 ସପ୍ତାହ ସମୟ ଲାଗିବ ବୋଲି ଗୁଗୁଲ୍ କହିଛି । ଲଞ୍ଚ ହୋଇଥିବା ନୂଆ ମାକ୍ରୋ କନଭଟର୍ ଆଡ୍-ଅନ୍ ସାହାର୍ଯ୍ୟରେ ଗୁଗଲ୍ ମଧ୍ୟ ଗୁଗୁଲ ଡକସ୍ ରେ ଏହି କାମକୁ ସରଳ ଭାବେ କରିବା ପାଇଁ ଜିମେଲକୁ ସାହାର୍ଯ୍ୟ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ