ETV Bharat / lifestyle

କୋଭିଡ-19 ପ୍ରତିଷେଧକ ବିକାଶ ଉପରେ ହ୍ୟାକର ଗ୍ରୁପ APT29ର ନଜର

ଏପିଟି29 । 2008 ମସିହାରେ କାର୍ଯ୍ୟରତ ଏହି ଗ୍ରୁପ ପ୍ରତିବର୍ଷ ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ନିଜ ହ୍ୟାକିଂ କ୍ଷମତାକୁ ବୃଦ୍ଧି କରିବାରେ ଲାଗିଛନ୍ତି । ସମୟ ସହ ଧିରେ ଧିରେ ଏହି ହ୍ୟାକିଂ ଗ୍ରୁପ ନିଜ କାର୍ଯ୍ୟଶୈଳୀକୁ ଅଧିକ ଶାଣିତ କରିବାରେ ଲାଗିଛନ୍ତି ।

hacking, cyber attack, covid-19 vaccine details hack, phising, apt29, latest technology news, ହ୍ୟାକିଂ, ସାଇବର ଆଟାକ, କୋଭିଡ-19 ପ୍ରତିଷେଧକ ତଥ୍ୟ ହ୍ୟାକ, ଏପିଟି29, ଫିସିଂ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
କୋଭିଡ-19 ପ୍ରତିଷେଧକ ବିକାଶ ଉପରେ ହ୍ୟାକର ଗ୍ରୁପ APT29ର ନଜର
author img

By

Published : Jul 19, 2020, 6:37 PM IST

ନୂଆଦିଲ୍ଲୀ: ନିକଟରେ ଟ୍ବିଟରରେ ହୋଇଥିବା ସାଇବର ଆକ୍ରମଣ ପରେ ସାଇବର ସିକ୍ୟୁରିଟି ଓ ହ୍ୟାକିଂ ଉପରେ ବଢିଛି ନଜର । ଏମିତିରେ ସାଇବର ସିକ୍ୟୁରିଟି ଆସୋସିଏସନ ଅଫ ଇଣ୍ଡିଆର ସାଧାରଣ ନିର୍ଦ୍ଦେଶକ ତଥା ସାଇବର ସିକ୍ୟୁରିଟି ଏକ୍ସପର୍ଟ କୋଲୋନେଲ ଇନ୍ଦରଜିତ ସିଂ କୋଭିଡ-19 ପ୍ରତିଷେଧକର ବିକାଶ ପ୍ରତି ଉପୁଜିଥିବା ବିପଦ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ବର୍ତ୍ତମାନ କୋରୋନା ପ୍ରତିଷେଧକ ବିକାଶ କରୁଥିବା ସଂସ୍ଥା ଉପରେ ହ୍ୟାକର୍ସଙ୍କର ନଜର ରହିଛି ।

ଏହି ହ୍ୟାକର୍ସ ଗ୍ରୁପକୁ ଖୋଜି ବାହାର କରିବା ପାଇଁ ଆମେରିକା, କାନାଡା ଓ ଇଂଲଣ୍ଡ ହାତ ମିଶାଇ ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଏହି ହ୍ୟାକିଂ ପଛରେ ଦାୟୀ ବୋଲାଯାଉଥିବା ଏପିଟି ବା ଆଡଭାନ୍ସଡ ପର୍ସିଷ୍ଟେଣ୍ଟ ଥ୍ରେଟ ଗ୍ରୁପମାନେ ସାଧାରଣତଃ ରାଜ୍ୟସ୍ତରରେ ପରିଚାଳିତ ହୋଇଥାଆନ୍ତି । ଏମାନଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ହ୍ୟାକିଂ ମାଧ୍ୟମରେ ଅନ୍ୟ ଦେଶର ନେଟୱାର୍କକୁ ଆକ୍ସେସ କରିବା । ଏହି ଭଳି ଅନେକ ହ୍ୟାକିଂ ଗ୍ରୁପ ବର୍ତ୍ତମାନ ସକ୍ରିୟ ରହିଥିବା ବେଳେ ଏମାନଙ୍କ କାର୍ଯ୍ୟକଳାପ ମଧ୍ୟ ବେଶ ଜଣାଶୁଣା ।

ଏହିପରି ଏକ ଗ୍ରୁପ ହେଉଛି ଏପିଟି29 । 2008 ମସିହାରେ କାର୍ଯ୍ୟରତ ଏହି ଗ୍ରୁପ ପ୍ରତିବର୍ଷ ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ନିଜ ହ୍ୟାକିଂ କ୍ଷମତାକୁ ବୃଦ୍ଧି କରିବାରେ ଲାଗିଛନ୍ତି । ସମୟ ସହ ଧିରେ ଧିରେ ଏହି ହ୍ୟାକିଂ ଗ୍ରୁପ ନିଜ କାର୍ଯ୍ୟଶୈଳୀକୁ ଅଧିକ ଶାଣିତ କରିବାରେ ଲାଗିଛନ୍ତି । ତେବେ କେତେକ ସାଇବର ସିକ୍ୟୁରିଟି ଗବେଷକହ୍କ ବିଶ୍ବାସ ରହିଛି କି ଏପିଟି29କୁ ଏଫଏସବି ବା ଋଷିଆନ ଫେଡେରାଲ ସିକ୍ୟୁରିଟି ସର୍ଭିସ ଆର୍ଥିକ ସହାୟତା ଯୋଗାଉଛି ।

hacking, cyber attack, covid-19 vaccine details hack, phising, apt29, latest technology news, ହ୍ୟାକିଂ, ସାଇବର ଆଟାକ, କୋଭିଡ-19 ପ୍ରତିଷେଧକ ତଥ୍ୟ ହ୍ୟାକ, ଏପିଟି29, ଫିସିଂ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
କୋଭିଡ-19 ପ୍ରତିଷେଧକ ବିକାଶ ଉପରେ ହ୍ୟାକର ଗ୍ରୁପ APT29ର ନଜର

ଏପିଟି29 ସହ ପୂର୍ବରୁ ୱେଲମେସ ଓ ୱେଲମେଲର କୌଣସି ସମ୍ପୃକ୍ତି ରହିନଥିବା ବେଳେ କୋଲୋନେଲ ଇନ୍ଦରଜିତ୍‌ ସିଂଙ୍କ କହିବା ଅନୁଯାୟୀ ଏପରି ଅନେକ ସାଇବର ଠକମାନେ ବର୍ତ୍ତମାନ କୋଭିଡ-19 ମହାମାରୀ ସମୟର ସୁଯୋଗ ନେଇ ବିଭିନ୍ନ ସ୍କାମ ଓ ଠକେଇରେ ସମ୍ପୃକ୍ତ ଅଛନ୍ତି । ହେଲେ ଏପିଟି29ର କଥା କିଛି ଅଲଗା । ଏହାକୁ ଦେଖିଲେ ଜଣେ ସ୍ପଷ୍ଟ ବାରିପାରେ କି ଏହା ଋଷିଆନ ଜ୍ଞାନ କୌଶଳ । ହେଲେ ଏହାକୁ କ୍ରେମଲିନ ସାହାଯ୍ୟ କରୁଛି କି ନାହିଁ ତାହା କୁହାଯାଇନପାରେ ।

ଏପିଟି29 ମୁଖ୍ୟତଃ କୋଭିଡ-19 ପ୍ରତିଷେଧକ ପ୍ରସ୍ତୁତ କରୁଥିବା ସଂସ୍ଥାକୁ ଟାର୍ଗେଟ କରିଥାଏ । ଯାହା ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ଗମ୍ଭୀର ବିଶ୍ବସ୍ତରୀୟ ସମସ୍ୟା ପ୍ରତି ଇଙ୍ଗିତ କରେ । ବର୍ତ୍ତମାନ ସମୟରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧକର ପ୍ରସ୍ତୁତି ଓ ଏହାର ବିକାଶ ଅତି ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଥିବା ବେଳେ ଏହାର ତଥ୍ୟ ଚୋରି ବିଶ୍ବ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଫଳରେ ଟାର୍ଗେଟ ଥିବା 7 ବିଲିୟନ ଡୋଜ ପ୍ରସ୍ତୁତି ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ଆକଳନ କରାଯାଇଛି ।

ତେବେ ଉଗ୍ର ହେବା ପୂର୍ବରୁ ଏହି ସମସ୍ୟାର ସମାଧାନ ପାଇଁ କୋଲୋନେଲ ଇନ୍ଦରଜିତ ସିଂ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କି ସମାଧାନ ପାଇଁ ମଲ୍ଟି-ଫ୍ୟାକ୍ଟର ଅଥେଣ୍ଟିକେଶନର ବ୍ୟବହାର କରାଯାଇପାରିବ । ଏହାଦ୍ବାରା ଚୋରି ହୋଇଥିବା ତଥ୍ୟକୁ ରିକଭର କରାଯାଇପାରିବ । ଏଥିସହ ଏହାର ବ୍ୟବହାର କରି ସାଧାରଣ କର୍ମଚାରୀ ମଧ୍ୟ ଫିସିଂ ଆଟାକକୁ ଧରିବାରେ ସକ୍ଷମ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.